BREAKING NEWS Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Dec 22, 2025 13:26 IST
Bangladesh Violence: ହାଦିଙ୍କ ହତ୍ୟାକୁ ନେଇ ହିଂସାତ୍ମକ ପ୍ରତିବାଦ ସମୟରେ ବାଂଲାଦେଶ ଛାତ୍ର ନେତାଙ୍କୁ ହତ୍ୟା
ନୂଆଦିଲ୍ଲୀ: ହାଦିଙ୍କ ହତ୍ୟାକୁ ନେଇ ହିଂସାତ୍ମକ ପ୍ରତିବାଦ ସମୟରେ ବାଂଲାଦେଶ ଛାତ୍ର ନେତାଙ୍କୁ ହତ୍ୟା। ମୁଣ୍ଡକୁ ଗୁଳି କରି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା।
-
Dec 22, 2025 12:37 IST
ରାଜ୍ୟର ୬ ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ରେଡ଼ କଲା ଭିଜିଲାନ୍ସ । ସୁନ୍ଦରଗଡ଼ ଓ ବାଲେଶ୍ୱର ର ଏକକାଳୀନ ୬ ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ଼ । ସୁନ୍ଦରଗଡ଼ ସିଏସଓ (ସିଭିଲ ସପ୍ଲାଏ ଅଫିସ)ର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ୬ ଟି ଆଡ୍ଡାରେ ଏକ କାଳୀନ ଚଢ଼ାଉ । ବହୁ ଭିଜିଲାନ୍ସ ଅଧିକାରୀ ସାମିଲ ।
-
Dec 22, 2025 12:17 IST
ଅବସରପ୍ରାପ୍ତ ପ୍ରାପ୍ତ ଏଲଏଚବିଙ୍କୁ ହତ୍ୟା
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଗଡ଼ିଆଜୋର ଗାଁରେ ଅବସରପ୍ରାପ୍ତ ଏଲଏଚବି ସୁଚିତ୍ରା ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଛି। ଘରେ ଏକୁଟିଆ ଥିବା ସମୟରେ ଘରେ ଗତକାଲି ବିଳମ୍ୱିତ ରାତ୍ରିରେ ପଶି ଲୁଟ ପାଟ କରିବା ସହ ଦୁର୍ବୃତ୍ତ ମାନେ ହତ୍ୟା କରି ଘରେ ଥିବା ସ୍କୁଟିକୁ ନେଇ ଫେରାର ହୋଇ ଥିବା ଅନୁମାନ କରାଯାଉଛି। ହତ୍ୟା ର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣା ସ୍ଥଳ ରେ ଧର୍ମଗଡ ଥାନା ପୋଲିସ, ସନ୍ଧନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ମୃତ ଏଳଏଚବି ଗତ ଡିସେମ୍ବର ୨୦୨୪ରେ ଅବସର ହୋଇ ଥିବା ବେଳେ ଗତ କିଛି ଦିନ ତଳେ ସେ ବ୍ୟାଙ୍କ୍ ରୁ କିଛି ଟଙ୍କା ଉଠାଇ ଥିଲେ l ତାକୁ ନେଇ କେହି ଦୁର୍ବୃତ୍ତ ଘରେ ଲୁଟ୍ ପାଟ କରିବା ସହିତ ହତ୍ୟାକରି ଥିବା ଅନୁମାନ କରାଯାଉଛି। ହତ୍ୟା ପରେ ସ୍କୁଟି କୁ ଫେରାର ହେଉଥିବା ବେଳେ ସ୍କୁଟି କୁ ନେଇ ଭୀମଖୋଜ ପଡା ବିଜୁ ଏକ୍ସପ୍ରେସ ୱେ ରେ ସ୍କୁଟିକୁ ଛାଡି ଦେଇ ଦୁର୍ବୃତ୍ତମାନେ ଫେରାର ହୋଇଥିବା ଅନୁମାନ କରାଯାଉଛି।
-
Dec 22, 2025 11:50 IST
ରନ୍ଧନ ଗ୍ୟାସ ଅଘଟଣ, ନିଆଁରେ ପୋଡି ୪ ଗୁରୁତର
କଳାହାଣ୍ଡି: ରନ୍ଧନ ଗ୍ୟାସ ଲିକେଜ ଥିବା ସମୟରେ ଅସାବଧାନତା କାରଣରୁ ନିଆଁ ଲାଗି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମେରା ଗ୍ରାମର ୪ ଜଣ ଗୁରୁତର ହେବାରୁ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାମତେ ଟେମରା ଗ୍ରାମର ଦେବରାଜ ସୁନାନୀଙ୍କ ଘରେ ଆଜି ସକାଳେ ରନ୍ଧନ ଗ୍ୟାସ ସିଲିଣ୍ଡର ଲିକେଜ ହୋଇ ନିଆଁ ଲାଗିବାରୁ ଗ୍ୟାସ ସିଲିଣ୍ଡର ବନ୍ଦ କରିବାକୁ ଯାଇ ଦେବାରାଜ ସୁନାନୀ ତାଙ୍କର ପରିବାର ର ଦୁଷ୍ମନ୍ତ ସୁନାନୀ, ବିକାଶ ସୁନାନୀ,ଭୀମସେନ ପାଣିଗ୍ରାହୀ ନିଆଁ ରେ ପୋଡି ଗୁରୁତର ହୋଇଛନ୍ତି। କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଗୁରୁତ୍ୱ ର ହେତୁ ଅଧିକ ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ କୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇ ଥିବା ଜଣା ପଡିଛି।
-
Dec 22, 2025 11:33 IST
ବିଷ ମିଶା ଖାଦ୍ୟ ଖାଇ ମା ଓ ଦୁଇ ପୁଅ ମୃତ। ସନ୍ଦେହ ଘେରରେ ସଉତୁଣୀ
ଢେଙ୍କାନାଳ ଓଡାପଡା ବ୍ଲକ, ବିଷ ମିଶା ଖାଦ୍ୟ ଖାଇ ମା ଓ ଦୁଇ ପୁଅ ମୃତ। ସନ୍ଦେହ ଘେରରେ ସଉତୁଣୀ। ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ଅନ୍ତର୍ଗତ ଅସନବାହାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଗୋଟିଏ ପରିବାରର ମା ଓ ଦୁଇ ପୁଅ ମୃତ ବରଣ କରିଥିଵା ଜଣାପଡିଛି। ମୃତ ବରଣ କରିଥିଵା ମହିଳା ଜଣକ ଅନ୍ତର ସାହୁଙ୍କ ପନ୍ନୀ ଗୋଲାପ ସାହୁ ୫୨ ବର୍ଷ, ପୁତ୍ର ପିଣ୍ଟୁ ସାହୁ ୩୦ ବର୍ଷ ଓ ଲିଟୁ ସାହୁ ୨୪ ବର୍ଷ ବୋଲି ଜଣାପଡିଛି। ଏହାର କାରଣ ଜଣାପଡିନଥିଲେ ମଧ୍ୟ ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ସାଧାରଣ ରେ ଆଲୋଚନା ହେଉଛି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଗ୍ରାମବାସୀମାନଙ୍କ ସୁତ୍ରରୁ ଜଣାପଡିଛି।
-
Dec 22, 2025 08:37 IST
ଆଜି ସାରା ଓଡ଼ିଶାରେ କଂଗ୍ରେସର ପ୍ରତିବାଦ
ଆଜି ମନରେଗାର ନାମ ପରିବର୍ତ୍ତନ କରି VB-G ରାମ-G କରିବା ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରତିବାଦ କରିବ। ଏହି ସମୟରେ, ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଅଗଷ୍ଟାୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲାର ଅଭିଯୁକ୍ତ ଏବଂ ମଧ୍ୟସ୍ଥି ଖ୍ରୀଷ୍ଟିଆନ୍ ମିସେଲ ଜେମ୍ସଙ୍କ ଦ୍ୱାରା ଦାୟର ଆବେଦନର ଶୁଣାଣି କରିବେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜିଠାରୁ ବୁଥ୍ ସ୍ତରୀୟ ଏଜେଣ୍ଟମାନଙ୍କ ସହିତ ବୈଠକ କରିବେ। ଏହି ସମୟରେ, ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ଅନ୍ୟ 13 ଜଣଙ୍କ ବିରୁଦ୍ଧରେ ED ଚାର୍ଜସିଟ୍ ଉପରେ ଶୁଣାଣି ହେବ।
-
Dec 22, 2025 08:37 IST
ଭାରତୀୟମାନେ ଏବେ ଚୀନ୍ ଭିସା ପାଇଁ ଅନଲାଇନରେ ଆବେଦନ କରିପାରିବେ, ଆଜି ଖୋଲିବ ୱିଣ୍ଡୋ
ଆଜିଠାରୁ ଭାରତୀୟମାନେ ଚୀନ୍ ଭିସା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଦିଲ୍ଲୀରେ ଥିବା ଚୀନ୍ ଦୂତାବାସ ଏକ ଅନଲାଇନ୍ ଭିସା ୱିଣ୍ଡୋ ଆରମ୍ଭ କରୁଛି। ଏହା ଉଲ୍ଲେଖନୀୟ ଯେ ଗାଲୱାନ୍ ଉପତ୍ୟକା ହିଂସା ପରେ ଭାରତ ଚୀନ୍ ସହିତ ସମ୍ପର୍କ ଛିନ୍ନ କରି ଭିସା ସେବା ସ୍ଥଗିତ କରିଥିବାରୁ ଭାରତ ଏବଂ ଚୀନ୍ ମଧ୍ୟରେ ବିମାନ ସେବା ପାଞ୍ଚ ବର୍ଷ ପରେ ପୁଣି ଥରେ ଆରମ୍ଭ ହୋଇଛି। ଏହା ଏବେ ପୁଣି ଥରେ ଆରମ୍ଭ ହୋଇଛି, ଏବଂ ଏହା ସହିତ ଏକ ଅନଲାଇନ୍ ଭିସା ସେବା ମଧ୍ୟ ରହିଛି।
Follow Us