ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Dec 23, 2025 14:28 IST
ସ୍ତ୍ରୀ ହତ୍ଯାକାରୀ ସ୍ବାମୀକୁ ଆଜୀବନ କାରାଦଣ୍ଡ
ରାୟଗଡା: ସ୍ତ୍ରୀହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଆଜି ରାୟଗଡା ଅତିରିକ୍ତ ଜିଲ୍ଲା ଦୈରା ଜଜ ଅଳ୍ପନା ସ୍ବାଇଁ ଶୁଣାଇଛନ୍ତି I ୨୦୨୨ ନଭେମ୍ବର ୧୧ ତାରିଖରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ନିଳକଣ୍ଠ କୈସଲ୍ଯା ନିଜ ସ୍ତ୍ରୀକୁ ପଥରରେ ମାରି ହତ୍ଯା କରିଥିଲେ I କଲ୍ଯାଣସିଂହପୁର ଥାନା ଅଞ୍ଚଳରେ ଘଟିଥିବା ଘଟଣାରେ ୨୦ ଜଣଙ୍କ ସାକ୍ଷ୍ଯ ପ୍ରମାଣକୁ ବିଚାରକୁ ରାୟ ଶୁଣାଇଛନ୍ତି କୋର୍ଟ ଜଜ ଅଳ୍ପନା ସ୍ୱାଇଁ ।ଏହି ମାମଲାରେ ମୁକୁନ୍ଦଦେବ ନାୟକ ତଦନ୍ତ କରୁଥିଲେ I ସରକାରଙ୍କ ତରଫରୁ ଅତିରିକ୍ତ ପି ପି ରାମ ପ୍ରସାଦ ପାତ୍ର ପରିଚାଳନା କରୁଥିଲେ I ଜରିମାନା ଅନାଦେୟ ହେଲେ ଅଧିକା ୧ ବର୍ଷ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି I
- Dec 23, 2025 14:28 IST
ଏବିଭିପିର ୫୦ ତମ ରାଜ୍ୟ ଅଧିବେଶନ ଉଦଘାଟିତ
ଭଦ୍ରକ: ଏବିଭିପିର ୫୦ ତମ ରାଜ୍ୟ ଅଧିବେଶନ ଉଦଘାଟିତ ହୋଇଯାଇଛି। ଭଦ୍ରକର ଗାନ୍ଧୀ ପଡିଆ ଠାରେ ଅନୁଷ୍ଠିତ ଏହି ଅଧିବେଶନକୁ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବରେ ଯୋଗରେ ଉଦ୍ଘାଟନ କରିଛନ୍ତି । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟ ରେ ଅଧିବେଶନର ସଭାପତି ଡାକ୍ତର ପ୍ରଭାସ ମହାନ୍ତି, ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାସ, ଏବିଭିପିର ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ, ବିଶ୍ୱଜିତ ଭାଇ , ଦେବେଶ ଭାଇ, ଯୁବନେତା ଶରତ ପଢିହାରୀ, ଛାତ୍ରୀ ପ୍ରମୁଖ ଦୀପ୍ତିମହି ପଢିହାରୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ଏହି ଅଧିବେଶନରେ ରାଜ୍ୟର ସବୁ ଜିଲ୍ଲାରୁ ଛାତ୍ର ନେତା ମାନେ ଯୋଗଦେଇଥିଲେ। ଓଡ଼ିଶା ପୂର୍ବ ପ୍ରାନ୍ତ ର ଏହି ଆଧିବେଶନ ରେ ଏ ବି ଭି ପି ପୂର୍ବତନ ଛାତ୍ର ନେତା ମାନେ ଯୋଗଦେଇଥିଲେ।
- Dec 23, 2025 14:00 IST
ଡୁଙ୍ଗୁରିପାଲି ଇନ୍ଦୁରେଖା ମିଲ ପାଖରେ ବସ ଦୁର୍ଘଟଣା , ୩ ଶିକ୍ଷକଙ୍କ ସହ ୧୯ ଛାତ୍ରଛାତ୍ରୀ ଆହତ, ୩ ଗୁରୁତର
ଡୁଙ୍ଗୁରିପାଲି ନିକଟସ୍ଥ ସାଲେପାଲି ଇନ୍ଦୁରେଖା ରାଇସ ମିଲ ପାଖରେ ମଙ୍ଗଳବାର ଏକ ବସ୍ ଦୁର୍ଘଟଣାରେ ୩ ଜଣା ଶିକ୍ଷକ ସହ ୧୯ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତଙ୍କୁ ବୁର୍ଲା ପଠାଯାଇଥିବା ପ୍ରକାଶ l
ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ଦିପ୍ତୀପୁର ପାଖ ଜ୍ଞାନ ସ୍କୁଲର ଛାତ୍ରଛାତ୍ରୀ ସନପୁର ପାତାଳି ଶ୍ରୀକ୍ଷେତ୍ରକୁ ପିକନିକ ଯାଉଥିଲେ l ସାଲେପାଲି ପାଖରେ ଇନ୍ଦୁରେଖା ରାଇସ ମିଲ ପାଖରେ ଧାନ ବୋଝେଇ ଟ୍ରାକ୍ଟରକୁ ପଛପଟୁ ଧକା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା l ଆହତ ଛାତ୍ରଛାତ୍ରୀଙ୍କର ଚିକତ୍ସା କରାଯାଉଥିବା ପ୍ରକାଶ। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି l ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି l
- Dec 23, 2025 11:41 IST
ବିଧାନସଭା ଷ୍ଟାଣ୍ଡିଂ କମିଟିର ସମ୍ୱଲପୁର ଓ ଦେବଗଡ ଗସ୍ତ
ପାରଳାଖେମୁଣ୍ଡି-ରାଜ୍ୟ ବିଧାନସଭା ଷ୍ଟାଣ୍ଡିଂ କମିଟି ଦୁଇଦିନିଆ ସମ୍ୱଲପୁର ଓ ସୁନ୍ଦରଡ ଗସ୍ତ କରିଛନ୍ତି। ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ଅଧ୍ଯକ୍ଷତାରେ ଗଠିତ ଏହି କମିଟିରେ ଅନ୍ୟାନ୍ୟ ବିଧାୟକ ବିଧାୟିକାଙ୍କ ମଧ୍ୟରେ ପ୍ରମିଳା ମଲ୍ଲିକ,ସୀମାରାଣୀ ନାଏକ,ପ୍ରଶାନ୍ତ ବେହେରା,ଉମା ଚରଣ ମଲ୍ଲିକ, ପ୍ରକାଶ ଚନ୍ଦ୍ର ସେଠୀ,ହିମାଂଶୁ ଶେଖର ସାହୁ,ଡ.ଫକୀରମୋହନ ନାଏକ,ଗୌତମବୁଦ୍ଧ ଦାସ,ରୁପେଶ କୁମାର ପାଣିଗ୍ରାହୀ,ସତ୍ୟଜିତ ଗମାଙ୍ଗ ଏବଂ ବିଜୟ କୁମାର ଦଳବେହେରା ସାମିଲ ଅଛନ୍ତି।
ସେମାନେ ରେଢାଖୋଲ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର,ସମ୍ୱଲପୁରର ବୁର୍ଲାରେ ଭିସା ମେଡିକାଲ କଲେଜ ଓ ହସପିଟାଲ,ମିଶନ ଶକ୍ତି ବଜାର ପରିଦର୍ଶନ କରିଥିଲେ।ସେଠାରେ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ନିଜର ମତାମତ ରଖିଥିଲେ।
ଆସନ୍ତାକାଲି ସେମାନେ ସୁନ୍ଦରଗଡ ଗସ୍ତ କରିବେ।ଏହାଦ୍ବାରା ବିଭିନ୍ନ ବିକାଶ କାର୍ଯ୍ୟକ୍ରମଗୁଡ଼ିକର ସାର୍ବଜନୀନ ଉନ୍ନତି ଦିଗରେ ଏହି ଟିମ୍ ପରାମର୍ଶ ଦେଉଛନ୍ତି।
- Dec 23, 2025 10:49 IST
ସାମୂହିକ ବଳି ସହିତ ଶୁଲିଆ ଯାତ୍ରା ଆରମ୍ଭ
ଖଇରାଗୁଡ଼ା: ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଖଇରାଗୁଡ଼ା ଏବଂ କୁମୁରିଆ ଗାଁରେ ବଳି ସହିତ ଶୁଲିଆ ଯାତ୍ରା ଆରମ୍ଭ ହୋଇଛି। ଖଇରାଗୁଡ଼ାର ବଡ଼ ଖଳା ଏବଂ କୁମୁରିଆର ସାନା ଖଳାରେ ବଳି ଦେବା ପାଇଁ ଶ୍ରଦ୍ଧାଳୁ ଶୁଲିଆ ପୀଠକୁ ଆସିଛନ୍ତି। ପାରମ୍ପରିକ ଆଦିବାସୀ ରୀତିନୀତି ସକାଳ ୪ଟାରେ ଆରମ୍ଭ ହୋଇଥିଲା ଏବଂ ମୁଖ୍ୟ ପୂଜକ ବଡ଼ ଖଳାରେ ସ୍ନାନ କରିବା ପରେ ଉତ୍ସବ ଆରମ୍ଭ କରିଥିଲେ।
ପବିତ୍ର 'ନିଶି ପୂଜା' ବିଧି ପରେ, ମଙ୍ଗଳବାର ସକାଳେ ବଳି ଦିଆଯାଇଛି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସଜ୍ଜିତ ଆଦିବାସୀମାନଙ୍କର ଏକ ବିଶାଳ ଭିଡ଼ ଶୋଭାଯାତ୍ରାରେ ବାହାରିଥିଲେ। ଏହା ଉତ୍ସବ ସ୍ଥଳରେ ଶେଷ ହୋଇଥିଲା। ମୁଖ୍ୟ ପୁରୋହିତ ବଳି ଦେବା ପୂର୍ବରୁ ପୂଜାର୍ଚ୍ଚନା କରିଥିଲେ।
- Dec 23, 2025 09:10 IST
ଉତ୍ତର ଭାରତରେ ଶୀତ ଲହରୀ
ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଲହରୀ ଚାଲିଛି। ଘନ କୁହୁଡ଼ିର ଚାଦର ଏହି ଅଞ୍ଚଳକୁ ଘୋଡ଼ାଇ ଦେଇଛି, ଯାହା ଫଳରେ ଦୂରରୁ ମଧ୍ୟ ଯାନବାହାନ ଦେଖିବା କଷ୍ଟକର ହୋଇପଡ଼ିଛି। ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ବିହାର ସମେତ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ପରିସ୍ଥିତି ଜାରି ରହିଛି, ସବୁଠି ଘନ କୁହୁଡ଼ି ରହିଛି।
ଡିସେମ୍ବର ୨୩, ମଙ୍ଗଳବାର ସକାଳେ ଦିଲ୍ଲୀ-ଏନସିଆରର ରାସ୍ତାଗୁଡ଼ିକୁ କୁହୁଡ଼ି ଘୋଡ଼ାଇ ଦେଇଥିଲା। ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୨୦ ଡିଗ୍ରି ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ସେଲସିୟସ୍ ରହିଛି।
AccuWeather ଅନୁଯାୟୀ, ବୁଧବାର, ଡିସେମ୍ବର ୨୪ତାରିଖରେ ଦିଲ୍ଲୀର ପାରଦ ଆହୁରି ହ୍ରାସ ପାଇବ ଏବଂ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀି ସେଲସିୟସ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି, ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ଦିନ ଥଣ୍ଡା ପାଗ ରହିପାରେ।
ଡିସେମ୍ବର ୨୩ ତାରିଖରେ କଶ୍ମୀରରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ସେଲସିୟସ ପହଞ୍ଚିଛି।
ମଙ୍ଗଳବାର ବିହାରରେ ସୂର୍ଯ୍ୟ କିରଣ ଏବଂ ସ୍ପଷ୍ଟ ପାଗ ରହିବ। ରାଜଧାନୀ ପାଟନାରେ ସର୍ବାଧିକ ତାପମାତ୍ରା ୧୮ ଡିଗ୍ରି ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ସେଲସିୟସ୍ ରହିବାର ପୂର୍ବାନୁମାନ କରାଯାଇଛି।
- Dec 23, 2025 08:54 IST
ମେଡ୍ ଇନ୍ ଚାଇନା ବିଶ୍ୱ ପାଇଁ ବିପଦ ବୋଲି କହିଲେ ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜର୍ମାନୀରେ କହିଛନ୍ତି ଯେ ଭାରତ ଏବଂ ପଶ୍ଚିମ ଦେଶମାନେ ଚୀନକୁ ଉତ୍ପାଦନ ସ୍ଥାନାନ୍ତର କରି ସେମାନଙ୍କର ଅର୍ଥନୀତି ଏବଂ ଚାକିରିକୁ କ୍ଷତି ପହଞ୍ଚାଇଛନ୍ତି। ସେ ଦାବି କରିଛନ୍ତି ଯେ "ମେଡ୍ ଇନ୍ ଚାଇନା" ଗଣତାନ୍ତ୍ରିକ ଦେଶଗୁଡ଼ିକରେ ନିଯୁକ୍ତି ସୃଷ୍ଟିକୁ ଦୁର୍ବଳ କରିଛି, ଯାହା ରାଜନୈତିକ ଅସ୍ଥିରତାକୁ ପ୍ରୋତ୍ସାହିତ କରିଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/19/1breaking-news-saturday-2025-12-19-18-11-09.jpg)