BREAKING NEWS Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Dec 24, 2025 20:22 IST
ନଦୀରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର
ରାଇରଙ୍ଗପୁର/ଜାମଦା: ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରୁ ଏକ ନଦୀରୁ ଅଚିହ୍ନା ଯୁବତୀଙ୍କ ଶବ ଉଦ୍ଧାର ହୋଇଛି। ଜାମଦା ଥାନା ଅନ୍ତର୍ଗତ ରୁମହାପାହାଡି ଗାଁ ପାର୍ଶ ଦେଇ ବୋହି ଯାଇଥିବା ବାଲିସୁଦୁରା ନଦୀ କୂଳରେ ଗ୍ରାମବାସୀମାନେ ଏକ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ। ଏନେଇ ଜାମଦା ଥାନା ପୁଲିସକୁ ଖବର ଦେଇଥିଲେ। ପୂଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଯୁବତୀଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ବୟସ ୨୫ ରୁ ୪୦ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ଜାମଦା ଥାନାରେ କେସ ନଂ ୧୩/୨୫ ରେ ଏକ ଅପମୃତ ମାମଲା ରୁଜୁ ହୋଇଛି।
. Photograph: (sambad) -
Dec 24, 2025 18:38 IST
ଗାଡି ଚାଳକଙ୍କୁ ସଚେତନ କଲେ ପୁଲିସ, ପରିବହନ ବିଭାଗ ଅଧିକାରୀ
ଘୁ.ଉଦୟଗିରି: ଦିନକୁ ଦିନ କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଳିଛି। ବିଶେଷ କରି କଳିଙ୍ଗା ଘାଟିରେ ଘନ କୁହୁଡି ଯୋଗୁଁ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା କୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲ ପରିବହନ ବିଭାଗ ଓ ଘୁ.ଉଦୟଗିରି ପୋଲିସ ପକ୍ଷରୁ ମିଳିତ ଭାବେ ସମସ୍ତ ଯାନ ବାହାନର ଡ୍ରାଇଭରମାନଙ୍କୁ ଯାଞ୍ଚ କରାଯିବା ସହ ଘନ କୁହୁଡି ହେଲେ ଗାଡ଼ି କିପରି ଧିରଗତିରେ ଘାଟି ଅତିକ୍ରମ କରିବ, ଆବଶ୍ୟକୀୟ କୁହୁଡି ଲାଇଟ୍ ବ୍ୟବହାର କରିବା, ମଦ ପିଇ ଗାଡ଼ି ଚଳାଇବା ନାହିଁ ସେ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସମୟରେ ଗାଡିକୁ ଗାଡ଼ି ଅଧିକ ବ୍ୟବଧାନ କରି ଚଳାଇବା ଉପରେ ଗୁରୁତ୍ବ ଦିଆଯାଇଥିଲା।ଏହି ସମୟରେ ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ,ପରିବହନ ବିଭାଗ ଅଧିକାରୀଙ୍କ ସମତେ ବହୁ ପଦାଧିକାରୀ ଉପସ୍ଥିତ ରହିଥିଲେ।
/fit-in/580x348/filters:format(webp)/sambad/media/media_files/2025/12/24/img-20251224-wa0461-2025-12-24-18-38-28.jpg)
-
Dec 24, 2025 16:04 IST
ଜାତୀୟ ସବ ଜୁନିଅର ପ୍ରତିଯୋଗିତାରେ ଓଡ଼ିଶା ଦଳର ସଫଳତା
/fit-in/580x348/filters:format(webp)/sambad/media/media_files/2025/12/24/ju-jitsu-2025-12-24-16-00-22.jpg)
ଭୁବନେଶ୍ବର: ଉତ୍ତରାଖଣ୍ଡର ଆଇଜିଆଇ ଇଣ୍ଡୋର ଷ୍ଟାଡିୟମ ହଲଦ୍ଵାନୀ ଠାରେ ଅନୁଷ୍ଟିତ ହେଉଥିବା ଜାତୀୟ ସବ ଜୁନିଅର ଓ ଜୁନିଅର ଜୁ-ଜିତଷୁ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଗୋଟିଏ ସ୍ଵର୍ଣ, ଗୋଟିଏ ରୋପ୍ୟ ଓ ୪ଟି କାଂସ୍ୟ ପଦକ ସହ ମୋଟ ୬ଟି ପଦକ ହାସଲ କରିଛନ୍ତି। ପଲକ ପ୍ରିୟଦର୍ଶିନୀ ମହାନ୍ତି ଜୁନିଅର ମହିଳା ୫୭ କିଲୋ ବର୍ଗର ନେ-ୱାଜା ରେ ରୋପ୍ୟ ପଦକ ଓ ଫାଇଟିଙ୍ଗ ସିଷ୍ଟମରେ କାଂସ୍ୟ ପଦକ ହାସଲ କରି ଥିବା ସ୍ଥଳେ ଶ୍ରେୟାନସି ତ୍ରିପାଠୀଙ୍କୁ ସବ୍ଜୁନିଅର ମହିଳା ୪୦ କିଲୋରୁ ଅଧିକ ନେ-ୱାଜା ବିଭାଗରେ ସ୍ଵର୍ଣ ପଦକ ଓ ଫାଇଟିଙ୍ଗ ସିଷ୍ଟମରେ କାଂସ୍ୟ ପଦକ ମିଳିଛି। ସାନଭି ସାହୁ ସବ ଜୁନିଅର ମହିଳା ୨୫ କିଲୋରୁ କମ ନେ- ୱାଜା ବିଭାଗରେ କାଂସ୍ୟ ପଦକ ଓ କୋନା ମହେଶ ରେଡି ସବ ଜୁନିଅର ପୁରୁଷ ୫୬ କିଲୋରୁ କମ୍ ଫାଇଟିଙ୍ଗ ସିଷ୍ଟମରେ କାଂସ୍ୟ ପଦକ ହାସଲ କରିଛନ୍ତି। ଟିମ୍ କୋଚ ସ୍ଵରାଜ ଯାନୀଙ୍କ ନେତୃତ୍ବରେ ଯାଇଥିବା ଓଡିଶା ଦଳର କୃତି ପ୍ରତିଯୋଗୀମାନଙ୍କୁ ଓଡିଶାଜୁ ଜିତଷୁ ସଂଘର ସମ୍ପାଦକ ଡ. ହରି ପ୍ରସାଦ ପଟ୍ଟନାୟକ ଓ ସଭାପତି ଇ॰ ଚିତ୍ତରଞ୍ଜନ ସ୍ଵାଇଁ ଓ ସଂଘର ଅନ୍ଯାନ୍ଯ କର୍ମକର୍ତ୍ତା ଓ ଖେଳାଳିମାନେ ଅଭିନନ୍ଦନ ଜ୍ଞାଂପନ କରିଛନ୍ତି।
-
Dec 24, 2025 12:51 IST
କାରାଗାରରେ କଏଦୀଙ୍କ ହରତାଳ
ସୁନ୍ଦରଗଡ: କଏଦୀଙ୍କ ହରତାଳ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ସମସ୍ୟା ସୃଷ୍ଟି କରିଛି । ଗତ କାଲି ରାତିରେ ଖାଇବା ପିଇବା ଛାଡି ହରତାଳ ରେ ଅଛନ୍ତି ୫। ଶହ ୪୬ ରୁ ଉର୍ଦ୍ଧ କଏଦୀ । ନୂଆ କାରାଗାର ଅଧିକ୍ଷକ ଙ୍କ ବୁରିଦ୍ଧ ବିଭିନ୍ନ ଅଭିଯୋଗ ଆଣି କଏଦୀଙ୍କ ଆନ୍ଦୋଳନ । ଠିକ ଭାବରେ ଖାଇବା ଦିଆ ନଯିବା , ଘର ଲୋକଙ୍କ ସହିତ ଭେଟ ହେବାକୁ ଦିଆଯାଉନଥିବା ଏପରି ଅନେକ ଅଭିଯୋଗ ଆଣିଛନ୍ତି କଏଦୀ। କାରାଗାର ଅଧିକ୍ଷକ ଙ୍କ ବଦଳି ଦାବି । ଘଟଣାସ୍ଥଳରେ ଅତିରିକ୍ତ ଏସପି, ଏସ ଡି ପି ଓ, ଟାଉନ୍ ଥାନା ପୁଲିସ ଏବଂ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
-
Dec 24, 2025 12:33 IST
ଶୀତକାଳୀନ ଛୁଟି ପାଇଁ ଡିସେମ୍ବର ୨୫ରୁ ଓଡ଼ିଶା ହାଇକୋର୍ଟ ବନ୍ଦ
କଟକ: ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଡିସେମ୍ବର ୨୫ ତାରିଖରୁ ଶୀତକାଳୀନ ଛୁଟି ଘୋଷଣା କରାଯାଇଛି। ଫଳରେ ବୁଧବାର ନିୟମିତ କୋର୍ଟ ଅଧିବେଶନର ଶେଷ କାର୍ଯ୍ୟ ଦିବସ ରହିଛି। ୫ ଜାନୁଆରି ୨୦୨୬ ସୋମବାର ଠାରୁ କୋର୍ଟ ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟ ଆରମ୍ଭ କରିବେ।
-
Dec 24, 2025 10:59 IST
ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ, ୪ ସ୍ଥାନରେ ଚଢ଼ଉ
ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ସେଟେଲମେଣ୍ଟ(ବନ୍ଦୋବସ୍ଥ) ଅଫିସରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ(SRA)ବାସୁଦେବ ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଏନେଇ ତାଙ୍କର ଚାରୋଟି ସମ୍ପତ୍ତି ଥିବା ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରିଛନ୍ତି।
-
Dec 24, 2025 09:16 IST
ସାରା ବିଶ୍ୱରୁ ମୋବାଇଲ୍ ଟାୱାର ହଟିବ: ବ୍ଲୁ ବାର୍ଡ ବ୍ଲକ-୨ ସାଟେଲାଇଟ୍ ଉତକ୍ଷେପଣ କଲା ISRO
ଶ୍ରୀହରିକୋଟା: ବୁଧବାର ଶ୍ରୀହରିକୋଟାର ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ବ୍ଲୁ ବାର୍ଡ ବ୍ଲକ-୨ ସାଟେଲାଇଟ୍ ଉତକ୍ଷେପଣ କରାଯାଇଛି। ଭାରତର ବାହୁବଳୀ ରକେଟ୍ LVM3 ବ୍ଲୁ ବାର୍ଡ ବ୍ଲକ-୨ ସାଟେଲାଇଟ୍ ଉତକ୍ଷେପଣ କରିଛି।
ଏବେ ମୋବାଇଲ ସିଧାସଳଖ ମହାକାଶରେ ଥିବା ଉପଗ୍ରହ ସହିତ ସଂଯୋଗ ହେବ।ଭାରତ ସାରା ବିଶ୍ୱରେ ମୋବାଇଲ୍ ଫୋନ୍ ସଂଯୋଗ ପ୍ରଦାନ କରିବା ପାଇଁ ଏକ ଐତିହାସିକ ଉପଗ୍ରହ ଉତକ୍ଷେପଣ କରିଛି। ଏହି ଉପଗ୍ରହ ଟାୱାର ବଦଳରେ ସିଧାସଳଖ ମହାକାଶରୁ ସଂଯୋଗ ପ୍ରଦାନ କରିବ। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ବୁଧବାର ବ୍ଲୁ ବାର୍ଡ ବ୍ଲକ-2 ଉପଗ୍ରହକୁ ସଫଳତାର ସହ ଉତକ୍ଷେପଣ କରିଛି। ଏହି ଉପଗ୍ରହକୁ ମହାକାଶର ଲୋ ଆର୍ଥ ଅର୍ବିଟ୍ (LEO) ରେ ସ୍ଥାନିତ କରାଯିବ। ଏହି ଉପଗ୍ରହରେ ୨୨୩ ବର୍ଗ ମିଟରର ଏକ ବିଶାଳ ଆଣ୍ଟେନା ଅଛି। ଏହି ମିଶନ ସିଧାସଳଖ ମୋବାଇଲ୍ ଫୋନ୍ ସହିତ 5G ସଂଯୋଗ ପ୍ରଦାନ କରିବ। ଏହା ପୃଥିବୀରେ ମୋବାଇଲ୍ ଟାୱାରର ଆବଶ୍ୟକତାକୁ ଦୂର କରିବ।
4G, 5G, ଇତ୍ୟାଦି ସମସ୍ତ ପ୍ରକାରର ଫୋନକୁ ନେଟୱାର୍କ ସଂଯୋଗ ପ୍ରଦାନ କରିବା ପାଇଁ, କମ୍ପାନିଗୁଡ଼ିକୁ ବିଭିନ୍ନ ସ୍ଥାନରେ ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ପଡୁଛି। କମ୍ପାନି ପରିସର ଅନୁସାରେ ଏଗୁଡ଼ିକ ନିଷ୍ପତ୍ତି ନେଇଥାଏ। କିନ୍ତୁ ବର୍ତ୍ତମାନ ଏହି ଟାୱାରଗୁଡ଼ିକର କାମ ଶେଷ ହେବାକୁ ଯାଉଛି। ବ୍ଲୁ ବାର୍ଡ ବ୍ଲକ-୨ ସାଟେଲାଇଟ୍ ଏକ ପରବର୍ତ୍ତୀ ପିଢ଼ିର ସିଷ୍ଟମର ଅଂଶ। ସୂଚନା ଅନୁଯାୟୀ, ଯଦି ଏହି ସାଟେଲାଇଟ୍ ସଠିକ୍ କକ୍ଷପଥରେ ସ୍ଥାପିତ ହୁଏ ଏବଂ କମ୍ପାନିର ପରୀକ୍ଷଣ ସଫଳ ହୁଏ, ତେବେ ଏହି ସାଟେଲାଇଟ୍ 4G ଏବଂ 5G ସ୍ମାର୍ଟଫୋନକୁ ସିଧାସଳଖ ସେଲ୍ୟୁଲାର୍ ବ୍ରଡବ୍ୟାଣ୍ଡ ସଂଯୋଗ ପ୍ରଦାନ କରିବ। ସାଟେଲାଇଟ୍ ସ୍ଥାପନ ହେବା ପରେ, ବ୍ୟବହାରକାରୀମାନଙ୍କୁ କୌଣସି ଆଣ୍ଟେନା କିମ୍ବା କଷ୍ଟମାଇଜ୍ ହୋଇଥିବା ହାର୍ଡୱେରର ଆବଶ୍ୟକତା ପଡ଼ିବ ନାହିଁ।
ଏହି ମିଶନ ଭାରତର ମହାକାଶ ଇତିହାସରେ ସବୁଠାରୁ ଭାରୀ ହେବ। "ହେଭି" ଅର୍ଥ ହେଉଛି ଉପଗ୍ରହଟି ସବୁଠାରୁ ଅଧିକ ଓଜନର ହେବ। ବ୍ଲୁ ବାର୍ଡ ବ୍ଲକ-୨ ର ଓଜନ ପ୍ରାୟ 6,100 କିଲୋଗ୍ରାମ। ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ କହିଛନ୍ତି ଯେ, ଏହା ଏକ ଭାରତୀୟ ପ୍ରକ୍ଷେପଣ ଯାନ ଦ୍ୱାରା ପ୍ରକ୍ଷେପିତ ସବୁଠାରୁ ଭାରୀ ଉପଗ୍ରହ। -
Dec 24, 2025 08:40 IST
୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା,ଟାୟାର ଜାଳି ରାସ୍ତା ଅବରୋଧ ଲୋକେ
ଭଦ୍ରକ/ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରରେ ଗତକାଲି ଏକ ଲଜ୍ଜାକର ଘଟଣା ଘଟିଛି। ଜଣେ ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସନ୍ଧ୍ୟାରେ ଦେହରେ କୌଣସି ପୋଷାକ ନଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହେବା ପରେ ଚାନ୍ଦବାଲି ସହରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।
Follow Us