ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Dec 25, 2025 17:21 IST
ସତ୍ୟ ବିହାରସ୍ଥିତ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ବାସିନ୍ଦା ଆତଙ୍କିତ
ଭୁବନେଶ୍ୱର: ଗୁରୁବାର ଅପରାହ୍ନରେ ଭୁବନେଶ୍ୱରର ସତ୍ୟ ବିହାରରେ ଥିବା ଏକ ଆପାର୍ଟମେଣ୍ଟ କୋଠାରେ ଅଗ୍ନିକାଣ୍ଡ ଘଟିବା ପରେ ବାସିନ୍ଦାମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଆବାସିକ କମ୍ପ୍ଲେକ୍ସର ତୃତୀୟ ମହଲାରୁ ଅଗ୍ନିକାଣ୍ଡ ଘଟିଥିଲା। କୋଠାର କିଛି ଅଂଶରେ ଘନ ଧୂଆଁ ବ୍ୟାପି ଯାଇଥିଲା।
- Dec 25, 2025 17:12 IST
୧୩ ବର୍ଷର ବାଳକର ଗୁପ୍ତାଙ୍ଗ କାଟିବାକୁ ନେଇ ଥାନାରେ ଅଭିଯୋଗ
ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମର ଟିକିଲି ଦାସ ତାଙ୍କ ପୁଅ ଆକାଶ ଦାସ(୧୩)ଙ୍କର ଗୁପ୍ତାଙ୍ଗ କାଟିବାକୁ ନେଇ ଏରସମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଶ୍ରୀମତୀ ଦାସଙ୍କ ପୋଖରିରେ ସେହି ଗାଁର ନବି ଟାଙ୍ଗୁର ମାଛ ଧରିବା ପାଇଁ ବଂଶି ପକାଇ ଥିଲେ । ତାଙ୍କ ପୁଅ ଆକାଶ ବଂଶିରେ ମାଛ ଲାଗିଥିବାର ଦେଖି ତାକୁ ଫେସାରିକୁ ନେଇଯାଇଥିଲେ ।ଫେସାରିରୁ ଫେରିବା ସମୟରେ ନବି ତାକୁ ଏକ ଦୋକାନ ପାଖରେ ଧରି ମାଡ ମାରିବା ସହିତ ତାର ଗୁପ୍ତାଙ୍ଗକୁ କଂଇଚିରେ କାଚିଦେଇଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ତା ସାଙ୍ଗରେ ଯାଇଥିବା ତା ବଡ ବାପାର ପୁଅ ଦୀପକ ଦାସ (୧୪) ପ୍ରତିବାଦ କରିବାରୁ ତାକୁ ମଧ୍ୟ ମାଡ ମାରିଥିଲେ । ପିଲାର ଚିକ୍ତାର ଶୁଣି ସେଠାରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ । ପରେ ତାକୁ ଏରସମା ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ଚିକିତ୍ସା କରିବା ପରେ ଭୁବନେଶ୍ୱର ଏମସ୍ କୁ ନେବା ପାଇଁ ପରାମର୍ଶ କରିଥିଲେ ଏବଂ ତାଙ୍କୁ ନ୍ୟାୟ ଦେବା ପାଇଁ ବୋଲି ଶ୍ରୀମତୀ ଦାସ ଲିଖିତ ଅଭିଯୋଗ କରିଛନ୍ତି ।
- Dec 25, 2025 15:53 IST
ସ୍କୁଲରେ ପଡ଼ୁଥୁବା ଛାତ୍ର ସ୍କୁଲରୁ କଲେ ଚୋରି
ଯାଜପୁର ପ୍ରସିଦ୍ଧ ମା’ ବିରଜାଙ୍କ ନାମରେ ହୋଇଥିବା ବିରଜା ହାଇ ସ୍କୁଲରେ ଗତକାଲି ରାତିରେ ଚୋରି କରିଛନ୍ତି ସେହି ସ୍କୁଲର ଛାତ୍ର । ସ୍କୁଲ ନିକଟ ଲୋକମାନେ କହୁଛନ୍ତି ଗତ ରାତିରେ ଦୁଇ ଛାତ୍ର ଚୋରି କରିବା ପାଇଁ ହାତୁଡ଼ି,କତା, ଆରୀ ଓ ଛୁରୀ ଭଳି ଆଉକିଛି ଜିନିଷ ନେଇ ସ୍କୁଲରେ ପଶି ବହି ମୁହଁରେ ଦେଇ ସିସି ଟିଭି କ୍ୟାମେରାକୁ ଭାଙ୍ଗି ଚୋରି କରୁଥୁବା ବେଳେ ସ୍କୁଲର ଶିକ୍ଷକ ନିଜ ମୋବାଇଲରେ ଦେଖିଥିଲେ। ହଠାତ୍ ଦେଖିଲା ବେଳେ ଦୁଇଟି କ୍ୟାମେରା ଚାଲୁନାହିଁ। ସେହି ସମୟରେ ରାତ୍ରି ଜଗୁଆଳିକୁ କଲ୍ କରି ଯୋଗାଯୋଗ କରିଥିଲେ ଓ ସେହି ସମୟରେ ୧୧୨କୁ ଡାକି ଦୁଇ ଛାତ୍ରଙ୍କୁ ପୁଲିସ ନେଇ ତଦନ୍ତ କରୁଛନ୍ତି। ଏହି ଘଟଣା ପୁରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
- Dec 25, 2025 15:50 IST
ଓଡ଼ିଶାରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୪ ମାଓବାଦୀ ନିହତ, କୋଟିଏ ଟଙ୍କାର ପୁରସ୍କାର ରାଶି ଥିବା ଗଣେଶ ଉଇକେ ମୃତ
ଓଡ଼ିଶାର କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାର ସୀମାରେ ଥିବା ରମ୍ଭା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଜଙ୍ଗଲ କନ୍ଧମାଳ ଜିଲ୍ଲାର ଚକାପାଦ ଏବଂ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ମଧ୍ୟରେ ରହିଛି। ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୪ ମାଓବରାଦୀ ନିହଜ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ଦୁଇ ମହିଳା ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/19/1breaking-news-saturday-2025-12-19-18-11-09.jpg)