ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Dec 28, 2025 16:15 IST
ବର୍ଷର ଶେଷ ରବିବାର ରେ ହରିଶଙ୍କର ରେ ପ୍ରବଳ ଭିଡ଼
ଧଣ୍ଡାମୁଣ୍ଡା ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ହରିଶଙ୍କର ମନ୍ଦିରରେ ବର୍ଷର ଶେଷ ରବିବାର ରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଏହି ଅବସରରେ ଶ୍ରଦ୍ଧାଳୁ ପାପ ନାଶିନି ଝରଣାରେ ସ୍ନାନ କରି ପ୍ରଭୁ ହରି ଓ ଶଙ୍କରଙ୍କ ଦର୍ଶନ କରିବା ସହ ପ୍ରାକୃତିକ ପରିବେଶର ମଜା ନେଇ ଭୋଜି ଭାତ କରି ବେଶ ଆନନ୍ଦିତ ହେଉଥିବା ଦେଖିବାକୁ ମିଳିଛି। ପୁଲିସ ପ୍ରଶାସନ ତରଫରୁ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିଥିବା ଜଣାପଡିଛି ।
- Dec 28, 2025 16:12 IST
ମନ୍ କି ବାତ୍ରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍ର ୧୨୯ତମ ସଂସ୍କରଣରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଏବଂ ସମାଜସେବାରେ ତାଙ୍କର ଜୀବନବ୍ୟାପୀ ସମର୍ପଣ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏପରି କରି ପ୍ରଧାନମନ୍ତ୍ରୀ ମନ୍ କି ବାତ୍ରେ ପୁଣି ଥରେ ଓଡ଼ିଶାକୁୂ ଗୁରୁତ୍ବ ପ୍ରଦାନ କରିଛନ୍ତି।
- Dec 28, 2025 15:33 IST
INS ୱାଘଶୀର ବୁଡ଼ାଜାହାଜରେ ସମୁଦ୍ରରେ ଯାତ୍ରା କଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ଏବଂ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର, ରବିବାର କର୍ଣ୍ଣାଟକ ଗସ୍ତରେ ଅଛନ୍ତି। କାରୱାର ନୌସେନା ଘାଟିରୁ, ଦ୍ରୌପଦୀ ମୁର୍ମୁ ପଶ୍ଚିମ ସମୁଦ୍ରକୂଳରେ ଏକ ଐତିହାସିକ ଯାତ୍ରା ପାଇଁ ଭାରତୀୟ ନୌସେନାର ସ୍ୱଦେଶୀ ଭାଭେ ବିକଶିତ କାଲଭାରୀ-ଶ୍ରେଣୀର ବୁଡ଼ାଜାହାଜ, INS ୱାଘଶୀରରେ ଯାତ୍ରା କରିଛନ୍ତି। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠି ଏହି ଅବସରରେ ରାଷ୍ଟ୍ରପତିଙ୍କ ସହିତ ଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି ଯାତ୍ରା ଅନେକ ଦୃଷ୍ଟିରୁ ଐତିହାସିକ। ରାଷ୍ଟ୍ରପତି ମୁର୍ମୁ କାଲଭାରୀ-ଶ୍ରେଣୀର ବୁଡ଼ାଜାହାଜରେ ଯାତ୍ରା କରିଥିବା ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି। ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ବୁଡ଼ାଜାହାଜରେ ଯାତ୍ରା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/19/1breaking-news-saturday-2025-12-19-18-11-09.jpg)