BREAKING NEWS Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Dec 29, 2025 17:22 IST
ଜିରୋ ନାଇଟ୍ କଟକଣା, ମଧ୍ୟରାତ୍ରି ପରେ ନାଚଗୀତ ବନ୍ଦ
ଭୁବନେଶ୍ୱର : ଜିରୋ ନାଇଟ୍ ପାଇଁ ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସ ପକ୍ଷରୁ କଟକଣା ଲାଗୁ ହୋଇଛି। ୩୧ ଡିସେମ୍ବରରେ ଜିରୋ ନାଇଟ୍ ପାଳନ ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ମଧ୍ୟରାାତ୍ରି ପରେ ମ୍ୟୁଜିକ ଏବଂ ସାଉଣ୍ଡ ସିଷ୍ଟମକୁ ବଜାଇବାକୁ କମିସନରେଟ ପୁଲିସ ନିଷେଧ କରିଛି।
ଜିରୋ ନାଇଟ୍ ପାଳନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
-
Dec 29, 2025 15:51 IST
୬୬ ବର୍ଷରେ ପାଦ ଥାପିଲା ନନ୍ଦନକାନନ
ଭୁବନେଶ୍ୱର: ୧୯୬୦ ମସିହା ଡିସେମ୍ବର ୨୯ରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶାର ଗର୍ବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୬୬ ବର୍ଷରେ ପଦାର୍ପଣ କରିଛି। ଏହି ଅବସରକୁ ଅବିସ୍ମରଣୀୟ କରିବା ପାଇଁ ପ୍ରାଣୀ ଉଦ୍ୟାନ ପକ୍ଷରୁ ବ୍ୟାପକ ଯୋଜନାର ଶୁଭାରମ୍ଭ କରାଯାଇଛି। ଜୈବ ବିବିଧତା ସୁରକ୍ଷା ଓ ପର୍ଯ୍ୟଟନ ବିକାଶ ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ଗ୍ରହଣ କରାଯାଇଛି।
Follow Us