🔴 LIVE | News Updates 30th Dec 2025: ଖାଲିଦା ଜିଆଙ୍କ ଦେହାନ୍ତ ନେଇ ହସିନାଙ୍କ ଲୋକ, ମୋଦୀ-ଶାହାଙ୍କୁ ଦୁର୍ଯ୍ୟୋଧନ-ଦୁଃଶାସନଙ୍କୁ କହିଲେ ମମତା ଦିଦି

Advertisment

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

Updated On

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ।

ଅଦ୍ୟତନ ହୋଇଛି
BREAKING NEWS 30-12-2025

BREAKING NEWS Photograph: (sambad.in)

ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।

  • Dec 30, 2025 16:31 IST

    ଟ୍ରକକୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର

    ଖନ୍ତାପଡ଼ା: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଓଳିଆ ପାଟଣା ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ଏକ  ଲରି ଟ୍ରକକୁ ପଛପଟୁ ଯାତ୍ରୀବାହୀ ବସ୍  ବିନାୟକ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। 

  • Dec 30, 2025 15:36 IST

    ମୋଦୀ-ଶାହାଙ୍କୁ ଦୁର୍ଯ୍ୟୋଧନ-ଦୁଃଶାସନଙ୍କୁ କହିଲେ ମମତା ଦିଦି

    ବାଙ୍କୁରାରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ ଉଭୟ ପ୍ରମୁଖ ବିଜେପି ନେତା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଶାହଙ୍କୁ ମହାଭାରତର ଦୁର୍ଯୋଧନ ଏବଂ ଦୁଃଶାସନଙ୍କ ତୁଳନା କରିଛନ୍ତି। 

  • Dec 30, 2025 15:17 IST

    ଖାଲିଦା ଜିଆଙ୍କ ଦେହାନ୍ତ ଖବର ପାଇ ଶୋକ ପ୍ରକାଶ କଲେ ଶେଖ୍ ହସିନା

    ଢ଼ାକା: ଆଜି ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତଥା ବିଏନପି ଅଧ୍ୟକ୍ଷା ବେଗମ ଖାଲିଦା ଜିଆଙ୍କ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ Bangladesh Nationalist Party(ବିଏନପି) ପକ୍ଷରୁ ଏକ ପୋଷ୍ଟ କରାଯାଇଛି, ଯେଉଁଥିରେ ଶୋକ ପ୍ରକାଶ କରି ଶେଖ୍ ହସିନା କ’ଣ କହିଛନ୍ତି ତାହା ଲେଖାଯାଇଛି। 

    କରାଯାଇଥିବା ପୋଷ୍ଟରେ ଲେଖାଯାଇଛି ଯେ, "ବିଏନପି ଅଧ୍ୟକ୍ଷା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ପରଲୋକରେ ମୁଁ ଗଭୀର ଶୋକ ପ୍ରକାଶ କରୁଛି। ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଏବଂ ଗଣତନ୍ତ୍ର ପ୍ରତିଷ୍ଠା ସଂଗ୍ରାମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା ଏବଂ ଏହାକୁ ମନେ ରଖାଯିବ। ତାଙ୍କ ବିୟୋଗ ବାଂଲାଦେଶର ରାଜନୈତିକ ଜୀବନ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତୃତ୍ୱ ପାଇଁ ଏକ ଗଭୀର କ୍ଷତି। ମୁଁ ବେଗମ ଖାଲିଦା ଜିଆଙ୍କ ଆତ୍ମାକୁ ଶାନ୍ତି ଏବଂ କ୍ଷମା ପାଇଁ ପ୍ରାର୍ଥନା କରୁଛି। ମୁଁ ତାଙ୍କ ପୁଅ ତାରିକ ରହମାନ ଏବଂ ତାଙ୍କ ଶୋକସନ୍ତପ୍ତ ପରିବାରର ସଦସ୍ୟମାନଙ୍କ ପ୍ରତି ସମବେଦନା ଜଣାଉଛି। ବିଏନପି ପରିବାର ପ୍ରତି ମଧ୍ୟ ମୋର ସମବେଦନା ଜଣାଉଛି। ଆଶା କରୁଛି ଯେ, ଆଲ୍ଲାହ ସେମାନଙ୍କୁ ଏହି କଷ୍ଟକର ସମୟର ସାମ୍ନା କରିବା ପାଇଁ ଧୈର୍ଯ୍ୟ, ଶକ୍ତି ଏବଂ ଶାନ୍ତି ପ୍ରଦାନ କରିବେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe