ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ପରବର୍ତ୍ତୀ ଶୁଣାଣି ୨୫ରେ

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ହାଇକୋର୍ଟରେ ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଆରମ୍ଭ

କଟକ : ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖକୁ ଧାର୍ଯ୍ୟ ହୋଇଛି। ଆଜି ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ଅନୁସାରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ସଂପର୍କିତ ରିପୋର୍ଟ ସହିତ ଚାରି ଜଣ ସ୍ବାଧୀନ ସାକ୍ଷୀଙ୍କ ବୟାନ ଦାଖଲ ହୋଇପାରି ନ ଥିଲା। ଫଳରେ, ଜଷ୍ଟିସ୍‌ ବିଶ୍ବଜିତ୍‌ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ସମୟରେ ତଦନ୍ତକାରୀ ସଂସ୍ଥା ଅନ୍ୟ ସାକ୍ଷୀଙ୍କ ସହିତ ଏକ ବସ୍ତିର ଚାରି ଜଣ ସ୍ବାଧୀନ ସାକ୍ଷୀଙ୍କୁ ଜେରା କରିଥିଲେ। ସେମାନଙ୍କ ରେକର୍ଡ କରାଯାଇଥିବା ବୟାନ ଦାଖଲ ପାଇଁ ଜାନୁଆରି ୭ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ସଂପର୍କିତ ରିପୋର୍ଟ ଦାଖଲ ପାଇଁ ମଧ୍ୟ ହାଇକୋର୍ଟ କହିଥିଲେ। ଖଣ୍ଡପୀଠରେ ଆଦିତ୍ୟଙ୍କ ମା ପଦ୍ମାଳୟା ଦାସ, ବାପା ନନ୍ଦିକିଶୋର ଦାସ ଓ ପତ୍ନୀ ବିଦ୍ୟାଶ୍ରୀ ଶିଶୁଙ୍କ ପକ୍ଷରୁ ସିବିଆଇ ତଦନ୍ତ ପ୍ରାର୍ଥନା କରି ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe