ସ୍ୱପ୍ନ ପୂରଣ ପାଇଁ ସଫଳତାର ସୂତ୍ର ଶିଖାଇବ ‘ସୁପର-୩୦’ : ଆସନ୍ତା ବର୍ଷରୁ ଆନନ୍ଦ କୁମାରଙ୍କ ସୁପର-୩୦ରେ ଚୟନ ହେବେ ଓଡ଼ିଶାର ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆଇଆଇଟି ଯିବା ସ୍ୱପ୍ନ ହେବ ସାକାର, ଆସନ୍ତା ବର୍ଷରୁ ଆନନ୍ଦ କୁମାରଙ୍କ ସୁପର-୩୦ରେ ଚୟନ ହେବେ ଓଡ଼ିଶାର ଛାତ୍ରଛାତ୍ରୀ। ଏଭଳି କିଛି ଖୁସି ଖବର ଦେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ‘ସୁପର-୩୦’ର ପ୍ରତିଷ୍ଠାତା ଆନନ୍ଦ କୁମାର। ଆନନ୍ଦ କୁମାର କହିଛନ୍ତି ଆସନ୍ତା ବର୍ଷ ଠାରୁ ଓଡିଶାରେ ‘ସୁପର-୩୦’ର ଏଂଟ୍ରାସ ଟେଷ୍ଟ ଦ୍ୱାରା ଚୟନ କରି ସେମାନଙ୍କୁ ଟ୍ରେନିଂ ଦିଆଯିବ।ଏଥିସହ ଓଡିଶାରେ ମଧ୍ୟ ସୁପର ଥାର୍ଟି ତାର ବ୍ରାଂଚ ଖୋଲି ପିଲାମାନଙ୍କୁ ପ୍ରଶିକ୍ଷଣ ଦେବ ବୋଲି ସୂଚନା ଦେଇଛନ୍ତି ଆନନ୍ଦ କୁମାର।

ଅନ୍ୟପଟେ ‘ସୁପର-୩୦’ର ସଫଳତା ସୂତ୍ର ନେଇ କହିଛନ୍ତି କି, ପ୍ରତ୍ୟେକ ଶିକ୍ଷାର୍ଥୀ ଜୀବନରେ ପ୍ରଶ୍ନ ଖୋଜିବା ଆବଶ୍ୟକ। ଆଉ ସଫଳତାର ସିଦ୍ଧି ପାଇବାକୁ ହେଲେ କେମିତି ଓ କାହିଁକି ଏଇ ଦୁଇଟି କାରଣ ସର୍ବଦା ନିଜ ଜିଦରେ ରହିବା ଦରକାର। ଏପରିକି ଗୋଟିଏ ସାଧାରଣ ପ୍ରଶ୍ନକୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ଚିନ୍ତାକରି ସେଗୁଡ଼ିକ ସମାଧାନ କରିପାରିଲେ ଚିନ୍ତାଧାରାରେ ବିକାଶ ହୋଇପାରିବ। ଆଉ ତାହା ହିଁ ସଫଳତାର ମୂଳ ଚାବି କାଠି ପାଲଟିବ ବୋଲି ଗୁରୁମନ୍ତ୍ର ଦେଇଛନ୍ତି ଆନନ୍ଦ କୁମାର।

publive-image

ଗରିବ ଶ୍ରଣୀର ପରିବାରରେ ଥିବା ପ୍ରତିଭାଙ୍କୁ ବିନା ଫି’ରେ ପାଠ ପଢ଼ାଇବା ପାଇଁ ୨୦୦୨ରେ ଏକ ପରିକଳ୍ପନା କରାଯାଇଥିଲା। ଆଉ ସେତେବେଳେ ମାତ୍ର ୩୦ଜଣ ଶିକ୍ଷାର୍ଥୀଙ୍କ ପାଇଁ ରହିବା ଖାଇବା ପାଇଁ ବ୍ୟବସ୍ଥା ସମ୍ଭବ ହୋଇପାରିଲା। ଏହାର ୪ ବର୍ଷ ପରେ ଏହି ପରିକଳ୍ପନାକୁ ‘ସୁପର-୩୦’ର ନାଁ ଦିଆଗଲା। ୨୦୦୨ରୁ ଆଜି ପର୍ଯ୍ୟନ୍ତ ଏହି ସୁପର-୩୦ରୁ ଅନେକ ପ୍ରତିଭା ଦେଶ ବିଦେଶରେ ରହିଛନ୍ତି। ଏପରିକି ଗୁଗୁଲ ଠାରୁ ଆରମ୍ଭ କରି ‘ନାସା’ ଭଳି ଉଚ୍ଚ ସଂସ୍ଥାମାନଙ୍କରେ ସୁପର-୩୦ର ପ୍ରତିଭାମାନେ କାର୍ଯ୍ୟ ତୁଲାଉଛନ୍ତି। ଆଉ ସୁପର-୩୦ରେ ହିଁ ମୋ ଅଧୁରା ସ୍ୱପ୍ନ ପୂରଣ ହୋଇପାରୁଛି ବୋଲି ଭାବପ୍ରବଣ ହୋଇ କହିଛନ୍ତି ଆନନ୍ଦ କୁମାର।

କଠିନ ଅଧ୍ୟବସାୟ ଏବଂ ଦୃଢ ଇଚ୍ଛା ଶକ୍ତି ଦ୍ୱାରା ଜଣେ ସହଜରେ ଆଇଆଇଟି ପାଇପାରିବ। ତେଣୁ ମନ ଭିତରେ ଦୃଢ ଆତ୍ମବିଶ୍ୱାସ ରହିବା ଦରକାର ବୋଲି କହିଛନ୍ତି ଆନନ୍ଦ କୁମାର। ତେବେ ଆସନ୍ତା ବର୍ଷରୁ ଯୁକ୍ତ ଦୁଇ ପରୀକ୍ଷା ପରେ ଆଇଆଇଟି ଯିବାକୁ ସ୍ୱପ୍ନ ଦେଖୁଥିବା ଓଡ଼ିଶାର ପିଲାମାନଙ୍କୁ ସୁପର-୩୦ରେ ସୁଯୋଗ ଦେବେ ଆନନ୍ଦ କୁମାର। ଓଡିଶାରେ ବି ଖୋଲିବ ସୁପର ଥାର୍ଟି। ଆଗାମୀ ବର୍ଷ ଠାରୁ ଓଡିଶାରେ ଆଇଆଇଟି ଏଂଟ୍ରାସ ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ସୁପରଥାର୍ଟିରେ ପ୍ରଶିକ୍ଷଣ ନେଇପାରିବେ ବୋଲି କହିଛନ୍ତି ଆନନ୍ଦ କୁମାର।

publive-image

ଅନ୍ୟପଟେ ନିକଟରେ ଆନନ୍ଦ କୁମାରଙ୍କୁ ନେଇ ନିର୍ମିତ ଫିଲ୍ମ ସୁପର ଥାର୍ଟି ବକ୍ସ ଅଫିସରେ ଭଲ ବିଜନେସ କରିଛି । ଓଡିଶା ଗସ୍ତ ସମୟରେ ଆନନ୍ଦ କୁମାର କିଛି ଗରିବ ପିଲାଙ୍କ ସହିତ ଏହି ସିନେମା ଦେଖିବାର ସୁଯୋଗ ପାଇଥିବାରୁ ଖୁସି ଅନୁଭବ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe