ବାଲିଯାତ୍ରାକୁ ଅନୁମତି ଦେଲେ ଏନ୍‌ଜିଟି

Advertisment
ବାଲିଯାତ୍ରାକୁ ଅନୁମତି ଦେଲେ ଏନ୍‌ଜିଟି

Hindustan Times

ଭୁବନେଶ୍ୱର: ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାରୁ କଟକରେ ଆରମ୍ଭ ହେବାକୁ ଯାଉଥିବା ଐତିହାସିକ ବାଲିଯାତ୍ରା ଲାଗି ଅନୁମତି ଦେଇଛନ୍ତି। ବାଲିଯାତ୍ରା ସମୟରେ ମହାନଦୀ ଜଳ ପ୍ରଦୂଷିତ ହେବା ସହ ପରିବେଶ ପ୍ରଦୂଷିତ ହେବା ନେଇ ଅଭିଯୋଗ ହୋଇଥିଲା। ଫଳରେ ମହାନଦୀ ପଠାରେ ବାଲିଯାତ୍ରା ହେବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ସୋମବାର ଏନ୍‌ଜିଟି ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି। ଏବେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବାଲିଯାତ୍ରା ହେବା ନିଶ୍ଚିତ ହୋଇଛି।

ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଅନୁଯାୟୀ ମହାନଦୀ ଠାରୁ ୫୦ ମିଟର ଦୂରରେ ଯାତ୍ରା ଲାଗି ଦୋକାନବଜାର ବସିବ।ଏଥିସହ ଯାତ୍ରାରେ ପ୍ଲାଷ୍ଟିକ୍‌ ସାମଗ୍ରୀର ବ୍ୟବହାର ସଂପୂର୍ଣ୍ଣ ରୂପେ ନିଷିଦ୍ଧ ହେବ ବୋଲି ଏନ୍‌ଜିଟି କହିଛନ୍ତି। କେବଳ ସେତିକି ନୁହେଁ, ପ୍ରତିଦିନ ବର୍ଜ୍ୟପଦାର୍ଥ ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ୍‌। ଯାତ୍ରା ସରିବା ପରେ ଏନ୍‌ଜିଟିଙ୍କ ନିର୍ଦ୍ଦେଶାବଳି କିଭଳି ପାଳନ କରାଯାଇଛି ସେ ନେଇ ଆୟୋଜକ ଏକ ରିପୋର୍ଟ ପ୍ରଦାନ କରିବେ।

ଉଲ୍ଲେଖଯୋଗ୍ୟ କି ବାଲିଯାତ୍ରାରେ ୪୩ ଏକର ଜମି ଉପରେ ୧୪୦୦ଟି ଷ୍ଟଲ୍‌ ନିର୍ମାଣ କରାଯିବ। ପରିବେଶ ପ୍ରଦୂଷଣ ନ କରିବାକୁ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe