ଅନୁଗୁଳ କଲେଜରେ ରାଜ୍ୟସ୍ତରୀୟ ସଂପାନ

Advertisment
ଅନୁଗୁଳ କଲେଜରେ ରାଜ୍ୟସ୍ତରୀୟ ସଂପାନ

ଅନୁଗୁଳ : କଟକସ୍ଥିତ ଓଡ଼ିଆ ଗବେଷଣା ପରିଷଦ ଓ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ସଂପାନ ଅନୁଷ୍ଠିତ ‌ହୋଇଛି।

ଏଥିରେ ପ୍ରଫେସର ସନ୍ତୋଷ କୁମାର ରଥ ଓ ଡ.ସୁରେଶ ଚନ୍ଦ୍ର ରାଜହଂସ ଆଲୋଚକ ଭାବରେ ଯୋଗଦେଇ ଯଥାକ୍ରମେ ‘ଊନବିଂଶ ଶତାବ୍ଦୀର ଓଡ଼ିଆ ବ୍ୟାକରଣ : କିଛି ସମସ୍ୟା ଓ ସମାଧାନ’ ଏବଂ ‘ଓଡ଼ିଆ ଅସ୍ମିତା ସଂରଚନା : ଭାଷା ବିମର୍ଶ’ ବିଷୟରେ ଭାବଗର୍ଭକ ଆଲୋଚନା କରିଥିଲେ। ଓଡ଼ିଆ ଭାଷାର ଇତିହାସଠାରୁ ଆରମ୍ଭ କରି ସାଂପ୍ରତିକ ସ୍ଥିତି ପର୍ଯ୍ୟନ୍ତ ଯାତ୍ରାକୁ ଆଲୋଚକ ଅତି ଚମତ୍କାର ଭାବେ ବୁଝାଇଥିଲେ। ସେହିପରି ଓଡ଼ିଆ ଭାଷାର ବୈଶି‌ଷ୍ଟ୍ୟ ଓ ଅନ୍ୟ ଭାଷା ତୁଳନାରେ ଆମ ଭାଷାର ଥିବା ବିବିଧତା ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ର. କୁମୁଦ ଚନ୍ଦ୍ର ଦାଶ ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ ପ୍ର. ଶାନ୍ତନୁ କୁମାର ସର, ପ୍ର. ରମାମଞ୍ଜରୀ ସାହୁ, ବିଶିଷ୍ଟ କବି ଶୈଳଜ ରବି ପ୍ରମୁଖ ଯୋଗଦେଇ ମତ ରଖିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବରେ ଥିବା ଡ. ନୀଳାଚଳ ପଟେଲ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସ୍ବାଗତ ଭାଷଣ ଦେଇଥିଲେ। ଓଡ଼ିଆ ଗବେଷଣା ପରିଷଦର ଉପସଭାପତି ଡ. ଅସିତ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲାବେଳେ ଓଡ଼ିଆ ବିଭାଗ ମୁଖ୍ୟ ଡ. ସୁରେଶ ଚନ୍ଦ୍ର ରାଜହଂସ ସଂପାନର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କର୍ଯ୍ୟକ୍ରମକୁ ଡ. ଶ୍ରୀକାନ୍ତ କୁମାର ବାରିକ ସଂଯୋଜନା କରିଥିଲେ। ଶେଷରେ, ଓଡ଼ିଆ ଗବେଷଣା ପରିଷଦର ସମ୍ପାଦକ ପ୍ର. ଗୌରାଙ୍ଗ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe