ମାଲକାନଗିରିର ତଳିଆ ଅଂଚଳରେ ପଶିଲା ପାଣି; ପ୍ରତିବାଦରେ ୩୨୬ ଜାତୀୟ ରାଜପଥ ଅବରୋଧ

Advertisment
ମାଲକାନଗିରିର ତଳିଆ ଅଂଚଳରେ ପଶିଲା ପାଣି; ପ୍ରତିବାଦରେ ୩୨୬ ଜାତୀୟ ରାଜପଥ ଅବରୋଧ

ମାଲକାନଗିରି: ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ସହରର ତଳି ଅଂଚଳରେ ବାସ କରୁଥିବା ଲୋକେ ଏବେ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପୁରୁଣା ଏସବିଆଇ ପଛ ପଟେ ରହିଥିବା କଲୋନୀରେ ବାସ କରୁଥିବା ୩୦ ପରିବାରଙ୍କ ଘରେ ବର୍ଷା ଜଳ ଜମା ହେବା ଫଳରେ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଏହି କଲୋନି ନିକଟରେ ବାଲି ସାଗର ରହିଥିବା ବେଳେ ଏହାର ପୁନରୁଦ୍ଧାର କରାଯାଉଥିବାରୁ ଏହାର ହିଡ ପ୍ରାୟ ୨୦ ଫୁଟ ଉଚ୍ଚ ହୋଇଯାଇଥିବା ବେଳେ ଏହି କଲୋନିରେ ବାସ କରୁଥିବା ଘରଗୁଡିକ ତଳି ଅଂଚଳରେ ରହିଗଲା। ଫଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଏହି ଘରଗୁଡିକରେ ପଶିଲା।

publive-image

ପ୍ରତ୍ୟେକ ଘରେ ୪ ଫୁଟର ପାଣି ଜମା ହୋଇଥିବା ବେଳେ ଘରର ଆସବାବପତ୍ରଗୁଡିକ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ତେବେ ଲୋକେ ଉତ୍ତ୍ୟକ୍ତ ହୋଇ ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ ଲୋକେ ରାଜପଥକୁ ଅବରୋଧ କରି ରଖିଥିଲେ। ଦୀର୍ଘ ସମୟ ରାସ୍ତା ଅବରୋଧ ହେବା ପରେ ଜିଲ୍ଲା ପ୍ରାଶାସନ ତରଫରୁ ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏଥିସହ ବାଲିସାଗରର ହିଡ କଟାଯାଇଥିଲା ଏବଂ ପାଣି ନିଷ୍କାସନ ପାଇଁ ବାଟ ଫିଟାଯାଇଥିଲା। ଫଳରେ ପାଣି ନିଷ୍କାସନ ହୋଇପାରିଥିଲା। ପରେ ଲୋକେ ରାସ୍ତାରୁ ହଟିଥିଲେ। ତେବେ ଲଗାଣ ବର୍ଷା ଲାଗି ରହିଲେ ଏହି ତଳି ଅଂଚଳର ଲୋକେ କିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେନେଇ କଂଗ୍ରେସ ଦଳ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ ଜିଲ୍ଲାପାଳଙ୍କୁ ଡାକି ପ୍ରତ୍ୟକ୍ଷ ଘଟଣାର ସମସ୍ୟା ସଂପର୍କରେ ଦେଖାଇଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଏଭଲି ପରିସ୍ଥିତି ପୁଣି ସୃଷ୍ଟି ହୋଇଥିବା ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe