ନୂଆପଡ଼ା : ଏନ୍‌ଏଚ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

Advertisment

ଚଢ଼ଉ ଟିମ୍ ଉପରେ ଆକ୍ରମଣ, ନିଜକୁ କରୋନା ସଂକ୍ରମିତ କହି ଟିମ୍‌ ଉପରକୁ ଛେପ ପକାଇଲେ

ଚଢ଼ଉ ଟିମ୍ ଉପରେ ଆକ୍ରମଣ, ନିଜକୁ କରୋନା ସଂକ୍ରମିତ କହି ଟିମ୍‌ ଉପରକୁ ଛେପ ପକାଇଲେ

ନୂଆପଡ଼ା : ଏନ୍‌ଏଚ୍‌ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ରେ ଥିବା ଜାତୀୟ ରାଜପଥ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଯୋଗ ମେହେର (୩୪) ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୨୦ ହଜାର ୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ କାବୁ କରାଯାଇଛି। କୋରାପୁଟ ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦେଶରେ ଭବାନୀପାଟଣା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଚଢ଼ଉ କରାଯାଉଥିଲା।

ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିବା ସମୟରେ ଅଭିଯୁକ୍ତ ଯନ୍ତ୍ରୀ ଜଣକ ବେଶ୍ ନାଟକବାଜି କରିଥିଲେ। ଟିମ୍‌ର କର୍ମଚାରୀଙ୍କୁ ଆକ୍ରମଣ କରିବା ସହ, ମୁଁ କରୋନା ଆକ୍ରାନ୍ତ କହି ବାରମ୍ବାର ଛେପ ପକାଇ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। କୌଶଳ କ୍ରମେ ଭିଜିଲାନ୍ସ ଟିମ୍‌ ଯନ୍ତ୍ରୀଙ୍କୁ କାବୁ କରି ନୂଆପଡ଼ାରେ ଥିବା ଭିଜିଲାନ୍ସ ଉପଆରକ୍ଷୀ ଅଧିକାରୀ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିଥିଲେ। ଅଭିଯୁକ୍ତଙ୍କୁ ଶୁକ୍ରବାର ଭାବନୀପାଟଣା ଭିଜଲାନ୍ସ କୋର୍ଟରେ ହାଜର କରାଯିବ ବୋଲି ନୂଆପଡା ଡିଏସ୍‌ପି ସତ୍ୟବାନ ମହନନ୍ଦ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, କୋମନା ବ୍ଳକ୍‌ ୩୫୩ ନଂ ଜାତୀୟ ରାଜପଥ ତରବୋଡ଼ (ଗୋହିରାପଦର) ଠାରେ ରେଖା ଭଞ୍ଜରୀ ଚୌହାନ ଏକ ନୂଆ ‌ପେଟ୍ରୋଲ୍‌ ପମ୍ପ ଖୋଲିବା ପାଇଁ ଏନ୍‌ଏଚ୍‌ ବିଭାଗରୁ ଏନ୍‌ଓସି ପାଇଁ ଆବେଦନ କରିଥିଲେ। ଏଥିପାଇଁ ୨୦୧୯ ସେପ୍ଟେମ୍ବରରୁ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଯୋଗ ମେହେରଙ୍କୁ ସେ କହିଥିଲେ। ଏହା ବଦଳରେ ଯନ୍ତ୍ରୀ ତାଙ୍କୁ ୧ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ଏତେଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ, ଅତିମକମ୍‌ରେ ୫୦ ହଜାର ଟଙ୍କା ଦେଲେ ଏନ୍‌ଓସି ହୋଇଯିବ ବୋଲି ନିର୍ବାହୀ ଯନ୍ତ୍ରୀ କହିଥିଲେ। ଏ ନେଇ ରେଖା ଚୌହାନଙ୍କ ଦିଅର ସୁଶାନ୍ତ କୋଲହାର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଯୋଜନା ମୁତାବକ ଶୁକ୍ରବାର ୧୧ଟା ସମୟରେ ଶ୍ରୀ ମେହେରଙ୍କୁ ସରକାରୀ ବାସଭବନରେ ସୁଶାନ୍ତ ୨୦ ହଜାର ୫ଶହ ଟଙ୍କା ଦେଇଥିଲେ। ଏହି ସମୟରେ ଭବାନୀପାଟଣା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହନନ୍ଦଙ୍କ ସହ ନୂଆପଡ଼ା ଭିଜିଲାନ୍ସ କର୍ମଚାରୀ ଅଜୟ ସିଂ, ଶିବପ୍ରସାଦ ପ୍ରଧାନ, ସନ୍ତୋଷ ମହାନ୍ତି, ଗୁଣନିଧି ସାହୁ ଚଢ଼ଉ କରି କାବୁ କରିଥିଲେ। ଅନ୍ୟପଟେ ଗିରଫ ହୋଇଥିବା ଯନ୍ତ୍ରୀ କହିଛନ୍ତି, ମୁଁ କୌଣସ ଲାଞ୍ଚ ନେଇନାହିଁ ମୋତେ ଫସାଇ ଦିଆଯାଇଛି ବୋଲି ପାଲଟା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe