The Guardian Nigeria
ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ମାରୁତି ସୋ’ରୁମ୍ ନିକଟରେ ଜଣେ ଟ୍ରକ ଡ୍ରାଇଭରକୁ ଚକୁ ଦେଖାଇ ତାଙ୍କ ପାଖରୁ ମୋବାଇଲ ଓ ୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ପୁଲିସ ଓରିଏଣ୍ଟ ଥାନା ଅଧିନ ବିଶ୍ୱଜିତ ନାୟକ(୨୨)କୁ ଗିରଫ କରିଛି।
ଗତ ଏପ୍ରିଲ ୧୧ ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଂଚଳରୁ ଆସିଥିବା ଜଣେ ଟ୍ରକ ଡ୍ରାଇଭର ମାମୁନା ମହାନ୍ତିଙ୍କୁ ଅଭିଯୁକ୍ତ ଟ୍ରକ ଅଟକାଇ ଚକୁ ଦେଖାଇ ଭୟଭିତ କରି ଟଙ୍କା ଓ ମୋବାଇଲ ଲୁଟି ନେଇଥିଲା। ଅଭିଯୋଗର ତଦନ୍ତ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ତା ପାଖରୁ ଲୁଟ ଟଙ୍କା ଓ ମୋବାଇଲ ଜବତ କରିଥିଲେ। ରବିବାର ତାକୁ କୋର୍ଟ ଚାଲାଣ କରାଯାଇଛି।
Follow Us