ବସ୍‌ରୁ ଟୋଲ୍‌ ଫି’ ଆଦାୟ କରିବାକୁ ଏନ୍‌ଏଚ୍‌ଏଆଇ ଅଧ୍ୟକ୍ଷ ଚିଠି ଲେଖିଲେ

Advertisment

ଆମେ ଟୋଲ୍‌ ଫି’ ଦେବୁନି: ବସ୍‌ ମାଲିକ ସଂଘ

ଆମେ ଟୋଲ୍‌ ଫି’ ଦେବୁନି: ବସ୍‌ ମାଲିକ ସଂଘ

ବସ୍‌ରୁ ଟୋଲ୍‌ ଫି’ ଆଦାୟ କରିବାକୁ ଏନ୍‌ଏଚ୍‌ଏଆଇ ଅଧ୍ୟକ୍ଷ ଚିଠି ଲେଖିଲେ

ଭୁବନେଶ୍ବର : ରାଜ୍ୟରେ ଚାଲୁଥିବା ଯାତ୍ରୀବାହୀ ବସ୍‌ଗୁଡ଼ିକ ବିଭିନ୍ନ ଟୋଲ୍‌-ଗେଟ୍‌ରେ ଟୋଲ୍‌ ଫି’ ଦେଉ ନଥିବାରୁ ଏନ୍‌ଏଚ୍‌ଏଆଇର ୪୦୦ କୋଟିରୁ ଅଧିକ କ୍ଷତି ହେଉଛି। ତେଣୁ ସମସ୍ତ ଯାତ୍ରୀବାହୀ ବସ୍‌ ଯେପରି ଟୋଲ୍‌ ଫି’ ଦେବେ, ସେନେଇ ପଦକ୍ଷେପ ନେବାକୁ ଏନ୍‌ଏଚ୍‌ଏଆଇର ଅଧ୍ୟକ୍ଷ ସନ୍ତୋଷ କୁମାର ଯାଦବ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କୁ ଚିଠି ଲେଖିଛନ୍ତି। ଏହାପରେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲେ ହେଁ ଏହା ଫେଲ୍‌ ମାରିଛି। ବସ୍‌ ମାଲିକମାନେ ରୋକଠୋକ୍ କହିଦେଇଛନ୍ତି ଯେ ସେମାନେ ଠୋଲ୍‌ ଫି’ ଦେବେନି।

ଏନ୍‌ଏଚ୍‌ଏଆଇ ଅଧ୍ୟକ୍ଷ ଚିଠି ଲେଖିଛନ୍ତି ଯେ ଓଡ଼ିଶାରେ ଏନ୍‌ଏଚ୍‌ଏଆଇ ୨୩୭୨ କିମି ଜାତୀୟ ରାଜପଥର ଉନ୍ନତୀକରଣ ଓ ମରାମତି କରୁଛି। ଏଥିରେ ୩୭୨ କିମିର ୬ ଥାକିଆ, ୧୪୬୫ କିମିର ୪ଥାକିଆ, ୫୩୬ କିମିର ୨ ଥାକିଆ ରାସ୍ତା ଅଛି। ଏବେ ୨୩ଟି ପ୍ରକଳ୍ପରେ ୭୫୫କିମି ରାସ୍ତା ନିର୍ମାଣ ହେଉଥିବା ବେଳେ ଏଥିପାଇଁ ୧୬୭୯୫ କୋଟି ଖର୍ଚ୍ଚ ହେଉଛି। ଚଳିତ ଆର୍ଥିକ ବର୍ଷରେ ୮ଟି ପ୍ରକଳ୍ପରେ ୬୩୯କିମିର ରାସ୍ତା ନିର୍ମାଣ ପାଇଁ ୨୨୭୪୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ରାସ୍ତା ନିର୍ମାଣ ପାଇଁ ଅର୍ଥ ଆବଶ୍ୟକ ଥିବା ବେଳେ ବସ୍‌ରୁ ଟୋଲ୍‌ ଫି’ ଆଦାୟ ନହେବା ଚିନ୍ତାଜନକ। ‌ତେଣୁ ଏହି ବିବାଦର ସମାଧାନ କରାଯାଉ।

ଅପରପକ୍ଷେ ଏନେଇ ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ ଆମେ ଯଦି ଟୋଲ୍‌ ଫି’ ଦେବୁ ତେବେ ବସ୍‌ ଭଡ଼ା ବଢ଼ାଇବାକୁ ହେବ। ଗୋଟିଏ ବସ୍‌କୁ ଅତି କମ୍‌ରେ ଦୁଇରୁ ତିନିଟି ଟୋଲ୍‌ ଗେଟ୍ ଅତିକ୍ରମ କରିବାକୁ ପଡ଼ୁଛି। ଗୋଟିଏ ଟୋଲ୍‌ ଗେଟ୍‌‌ରେ ପ୍ରାୟ ୭୦୦ଟଙ୍କା ହିସାବରେ ଦେବାକୁ ପଡ଼ୁଛି। ଆମେ ଯଦି ୨ହଜାର ଟଙ୍କା ଅଧିକ ଦେବୁ ତେବେ ଯାତ୍ରୀଙ୍କଠାରୁ ଏହାକୁ ଆଦାୟ କରିବୁ। ବସ୍‌ଗୁଡ଼ିକ ସର୍ବସାଧାରଣଙ୍କ ପାଇଁ ବ୍ୟବହାର ହେଉଥିବାରୁ ଆମେ ଟୋଲ୍‌ ଫି’ ଦେବାକୁ ମନା କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe