ଓଡ଼ିଶାର ୭ ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ୍‌ ନିର୍ମାଣ କରିବ ଏନ୍‌ଏଚ୍‌ଏଆଇ

Advertisment
ଡେଲ୍‌ଟା ପାଇଁ ୨୯ ରାଷ୍ଟ୍ରରେ ଅକ୍ସିଜେନ୍‌ ସଙ୍କଟ

TV9 Bharatvarsh

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ସମୟରେ ଦେଶରେ ଅକ୍ସିଜେନ୍ ସଙ୍କଟ ଚିକିତ୍ସା କ୍ଷେତ୍ରରେ ଏକ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଏହି ସଙ୍କଟକୁ ଦୂର କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ସହଯୋଗର ହାତ ବଢ଼ାଇଛନ୍ତି। ଓଡ଼ିଶାର ୭ଟି ଜିଲ୍ଲାରେ ଏନ୍‌ଏଚ୍‌ଏଆଇ ଅକ୍ସିଜେନ୍ ପ୍ଲାଣ୍ଟ୍‌ ନିର୍ମାଣ କରିବ।

ସେହି ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ବୌଦ୍ଧ, କୋରାପୁଟ, ଗଜପତି, ନୟାଗଡ଼, କଟକ ଓ ଭଦ୍ରକ। ୬ଟି ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍‌ ଏବଂ କଟକର ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ‌ଏହି ପ୍ଲାଣ୍ଟ୍‌ ନିର୍ମାଣ ହେବ। ପାଇପ୍‌ ଯୋଗେ ହସ୍ପିଟାଲ୍‌କୁ ଅକ୍ସିଜେନ୍ ସୁବିଧା ଯୋଗାଇ ଦିଆଯିବ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାମ ଶେଷ କରିବାକୁ ଏନ୍‌ଏଚ୍‌ଏଆଇ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe