ହାଜର ହେବାକୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏନଏଚଆରସିଙ୍କ ନିର୍ଦେଶ

୨ ରୁଷିଆ ନାଗରିକଙ୍କ ମୃତ୍ୟୁ ମାମଲା: ତଦନ୍ତରେ ପୂର୍ଣ୍ଣଚ୍ଛେଦ

Image Courtesy of iPleaders Blog

ଭୁବନେଶ୍ବର : କଳାହାଣ୍ଡି ଜିଲ୍ଲାପାଳଙ୍କୁ ଅକ୍ଟୋବର ୨୫ ତାରିଖରେ ହାଜର ହେବାକୁ ଜାତୀୟ ମାନବାଧିକାର କମିସନ(ଏନଏଚ୍ଆରସି)ନିର୍ଦେଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ଏମ. ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି, ଉର୍ଲାଦାନି, ଲୁବେନଗଡ଼, ମାଣିକେରା, ଦୁଦୁକାରାଞ୍ଜ, ବରହଣ୍ଡ, ସିଂହପୁର ଗାଁରେ ସ୍ବଚ୍ଛ ପାନୀୟ ଜଳ, ଯୋଗାଯୋଗ, ପ୍ରାଥମିକ ସ୍ବାସ୍ଥ୍ୟ, ବିଜୁଳି, ଶିକ୍ଷା ସୁବିଧା ସମ୍ପର୍କିତ ସବୁ ଯୋଜନାରୁ ବଞ୍ଚିତ ରହିଥିବା ନେଇ ଅଭିଯୋଗ ରହିଛି। ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଏହାକୁ ନେଇ ଏନଏଚଆରସିରେ ଅଭିଯୋଗ କରିଥିଲେ। ୨୦୨୦ ମସିହାରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଦାଖଲ ରିପୋର୍ଟ ଅନୁସାରେ, ବିଜାମାଲ, ମୋହନଗିରିରେ ପୂର୍ତ୍ତ ବିଭାଗ ରାସ୍ତା, ପଣ୍ଡାପଦର, ମୁଛାବେଡ଼ା, କୋଟୋବାହାଲିରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରହିଛି। ବିଭିନ୍ନ ସରକାରୀ ଯୋଜନାରେ ୧୪ଟି ଗାଁରେ ବିଜୁଳି ବ୍ୟବସ୍ଥା ସମେତ ବିଭିନ୍ନ ପ୍ରକାର ସୁବିଧା ଥିବା ନେଇ କୁହାଯାଇଥିଲା। ମାତ୍ର ରାସ୍ତା ଅବସ୍ଥା, ଜଳ ଯୋଗାଣ ବ୍ୟବସ୍ଥା ସମେତ ବିଭିନ୍ନ ବିଷୟରେ ସନ୍ତୋଷଜନକ ଉତ୍ତର ଦିଆଯାଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe