ଭୀମଭୋଇ ମେଡିକାଲ୍ କଲେଜ୍ ଛାତ୍ର ମୃତ୍ୟୁ ଘଟଣା: ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ ତଲବ

Advertisment
ବଢ଼ିଚାଲିଲା ଋଣଭାର: ଜୀବନ ହାରିଲେ ଚାଷୀ

ନୂଆଦିଲ୍ଲୀ/ଭୁବନେଶ୍ବର: ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲର ହଷ୍ଟେଲ ଛାତରୁ ଏମ୍‌ବିବିଏସ୍‌ ଛାତ୍ରଙ୍କ ମୃତ୍ୟୁ ଘଟଣାନେଇ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ  ତଦନ୍ତ ରିପୋର୍ଟ ଦେବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ କଲେଜରେ ଛାତ୍ର ମୃତ୍ୟୁ ‌ନେଇ ପୁରୀ ଜିଲ୍ଲା ପିପିଲି ନିବାସୀ  ମାନବିକ ଅଧିକାର କର୍ମୀ ଅଖଣ୍ଡ ଏନ୍‌ଆରଏଚ୍‌ସିରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ଗତମାସ ଏପ୍ରିଲ ୨୨ ତାରିଖ ଅପରାହ୍ନ ସମୟରେ ଭୀମଭୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ର ନିଶାନ୍ତ କୁମାାର ହଷ୍ଟେଲରେ ମଧ୍ୟାହ୍ନ ଭୋଜନ କରିଥିଲେ। କିନ୍ତୁ ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ସେ ହ‌ଷ୍ଟେଲ ଛାତ ଉପରୁ ତଳକୁ ପଡ଼ି ମୃତ୍ୟୁମୁଖରେ ପଡ଼ିଥିଲେ। ମୃତକ ହରିୟାଣାର ନିବାସୀ ଥିଲେ ଏବଂ ମେଡିକାଲ କଲେଜର  ନ୍ୟୁ ବଏଜ୍‌ ହଷ୍ଟେଲରେ ରହୁଥିଲେ।

ତେବେ ମଧ୍ୟାହ୍ନ ଭୋଜନ ପରେ ଛାତ ଉପରକୁ କାହିଁକି ଯାଇଥିଲେ ତାହା ଏବେ ବି ରହସ୍ୟ ଘେରରେ ରହିଛି। ମେଡିକାଲ୍ ଛାତ୍ର ନିଶାନ୍ତ କୁମାରଙ୍କ ଛାତରୁ ପଡି ମୃତ୍ୟୁ ହୋଇଥିଲା।  ରାଗିଂକୁ ନେଇ ଛାତ୍ର ଜଣକ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ମଧ୍ୟ ଅଭିଯୋଗ ଉଠିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe