ସୂଚନା ଅଧିକାର କର୍ମୀଙ୍କ ହତ୍ୟା ସଂକ୍ରାନ୍ତରେ ଓଡ଼ିଶା ପୁଲିସ ମହାନିର୍ଦେଶକଙ୍କୁ ମାନବିକ ଅଧିକାର କମିସନ୍‌ଙ୍କ ନୋଟିସ୍‌

Advertisment
ଏନ୍‌ଏଚ୍‌ଆର୍‌ସିରେ ଦିବ୍ୟାଙ୍ଗ ଯୁବତୀ ଗଣଦୁଷ୍କର୍ମ ମାମଲା : କ୍ରାଇମବାଞ୍ଚ ତଦନ୍ତ ଓ ୧୦ ଲକ୍ଷ କ୍ଷତିପୂରଣ ପାଇଁ ଆବେଦନ

Image Soruce: Ipleaders blog

ନୂଆଦିଲ୍ଲୀ: ମାନବିକ ଅଧିକାର କର୍ମୀ ଏବଂ ମାନବ ଅଧିକାର ରକ୍ଷକ ରଞ୍ଜନ କୁମାର ଦାସଙ୍କ ହତ୍ୟା ମାମଲାରେ ଜାତୀୟ ମାନବିକ ଅଧିକାର କମିସନ୍‌ ଓଡ଼ିଶା ପୁଲିସ ମହାନିର୍ଦେଶକଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ନିକଟରେ ୩୫ ବର୍ଷିୟ ରଞ୍ଜନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁଆଁ ଗାଁ’ର ସିନିକଟ ନିକଟ ରାସ୍ତା କଡ଼ରେ ହତ୍ୟା କରାଯାଇଥିଲା। କିନ୍ତୁ, ତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯିବାରେ ବିଳମ୍ବ ଘଟିଛି।

publive-image Time

ସୁପ୍ରିମ୍‌ କୋର୍ଟର ଓକିଲ ଏବଂ ମାନବିକ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏହି ହତ୍ୟାକାଣ୍ଡ ସଂକ୍ରାନ୍ତରେ ଏକ ପିଟିସନ୍‌ ଫାଇଲ୍‌ କରିଥିଲେ। ଉକ୍ତ ପିଟିସନ୍‌ ଆଧାରରେ ଜାତୀୟ ମାନବିକ ଅଧିକାର କମିସନ୍‌ ଓଡ଼ିଶା ପୁଲିସ ମହାନିର୍ଦେଶକଙ୍କୁ ନୋଟିସ୍‌ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି।

ମୃତ ରଞ୍ଜନ ଗତ ୮ ବର୍ଷ ତଳୁ ସୂଚନା ଅଧିକାର କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଜିଲ୍ଲାର ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ତଥ୍ୟ ପାଇବାକୁ ଅନେକ ଆବେଦନ କରିଥିଲେ। ଜିଲ୍ଲାରେ ଚାଲିଥିବା ଅନେକ ବେଆଇନ୍‌ ଇଟା ଭାଟି ସଂକ୍ରାନ୍ତରେ ତଥ୍ୟ ମାଗିଥିବାରୁ ତାଙ୍କୁ ନିୟମିତ ହତ୍ୟା ଧମକ ମିଳୁଥିଲା।

ତାଙ୍କ ହତ୍ୟାକାରୀଙ୍କୁ ଗିରଫ କରିବାରେ ବିଳମ୍ବ କରାଯାଉଥିବା ବିଷୟ ତ୍ରିପାଠୀ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe