ଦନ୍ତାହାତୀ ମୃତ୍ୟୁ ଘଟଣାରେ ନିର୍ଯାତନା ଅଭିଯୋଗ ପ୍ରସଂଗ: ବନ ବିଭାଗକୁ ଏନଏଚଆରସିଙ୍କ ରିପୋର୍ଟ ତଲବ

Advertisment
୨ ରୁଷିଆ ନାଗରିକଙ୍କ ମୃତ୍ୟୁ ମାମଲା: ତଦନ୍ତରେ ପୂର୍ଣ୍ଣଚ୍ଛେଦ

Image Courtesy of iPleaders Blog

ବୌଦ୍ଧ: ଗତ ବର୍ଷ ମେ’ ମାସରେ ବୌଦ୍ଧ ଜିଲ୍ଲାରେ ଦୁଇଟି ଦନ୍ତାହାତୀଙ୍କ ମୃତ୍ୟୁ ହୋଇଥିଲା। ତଦନ୍ତ ବେଳେ ବନ ବିଭାଗ କିଛି ସ୍ଥାନୀୟ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ମଧ୍ୟରୁ ସୁଦର୍ଶନ ମାଝୀ ଓ ତାଙ୍କ ପରିବାରକୁ ବନ ବିଭାଗ ନିର୍ଯାତନା ଦେଇଥିବା ଭବାନୀପାଟଣାର ମାନବାଧିକାର କର୍ମୀ ଦିଲୀପ ଦାସ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗର ଗୁରୁତ୍ବ ହୃଦୟଙ୍ଗମ କରି କମିସନ ୨୪୭୫/୧୮/୧୯/୨୦୨୨ରେ ମାମଲା ରୁଜୁ କରିଥିଲେ। ଏଥିରେ ଘଟଣା ସହ ସଂପୃକ୍ତ ବିଭାଗକୁ ତଦନ୍ତ ରିପୋର୍ଟ ତଲବ କରିଥିଲେ। କମିସନ ମାମଲାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ବୌଦ୍ଧ ଜିଲ୍ଲାପାଳ ଓ ବୌଦ୍ଧ ଏସପିଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଘଟଣାର ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ରଦାନ କରାଯାଇଥିବା ରିପୋର୍ଟରେ କିଛି ଅସାମଞ୍ଜସ୍ୟ ଥିବା କମିସନ ଚିହ୍ନଟ କରିଛନ୍ତି।

ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ଓ ଜେଲ ପଠାଇବା ତାରିଖରେ ତାଳମେଳ ରହୁନାହିଁ। ରିପୋର୍ଟ ଅନୁସାରେ ବନ ବିଭାଗ ଅଭିଯୁକ୍ତଙ୍କୁ ୩. ୬. ୨୦୨୨/ ୪. ୬. ୨୦୨୨ରେ ନିଜ ହେପାଜତକୁ ନେଇଥିଲା। ହେଲେ ୬.୬.୨୦୨୨ରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଯାହା ଗିରଫର ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବା ନେଇ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନାମାକୁ ଉଲଂଘନ କରୁଛି। ଏଥିସହ ଅଭିଯୁକ୍ତଙ୍କ ପତ୍ନୀଙ୍କୁ ବନ ବିଭାଗ ଗାଁ’ରେ ନେଇ ଛାଡ଼ିଥିଲା ନା ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ତା’କୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଫଳରେ କମିସନ ଦ୍ବନ୍ଦ୍ବ ଦୂର କରି ପୁନର୍ବାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟର କମିସନ ନିକଟରେ ରିପୋର୍ଟ ପହଞ୍ଚି ନାହିଁ। ଏହି କାରଣ ଦର୍ଶାଇ ଚଳିତ ମାସ ୭ ତାରିଖ ଏକ ଅନୁସ୍ମାରକ ଦେଇଛନ୍ତି। ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏଥିରେ ନିର୍ଦ୍ଦେଶ ରହିଛି।

ସ୍ମରଣଯୋଗ୍ୟ, ଦୁଇ ହାତୀର ଗଳିତ ଶବ ଉଦ୍ଧାର ହେବା ପରେ ବନ ବିଭାଗ ତଦନ୍ତ ଆରମ୍ଭ କରି କିଛି ସ୍ଥାନୀୟ ଲୋକଙ୍କୁ ଘରୁ ଉଠାଇଆଣି ଜେରା କରିଥିଲା। ପ୍ରଥମ ପର୍ଯ୍ୟାୟରେ ୩ ଜଣଙ୍କୁ ଓ ଦ୍ବିତୀୟ ପର୍ଯ୍ୟାୟରେ ବିରିଗଡ଼ ଗ୍ରାମର ସୁଦର୍ଶନ ମାଝୀଙ୍କୁ ଜେରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସୁଦର୍ଶନଙ୍କୁ ଘରୁ ଉଠାଇ ଆଣିବା ବେଳେ ପତ୍ନୀ ସୁଜାତା ସ୍ବାମୀଙ୍କ ସହ ଯିବାକୁ ଜିଦ୍‌ ଧରି ଚାରି ଛୁଆଙ୍କୁ ନେଇ ବନ ବିଭାଗ ଗାଡ଼ିରେ ଚଢ଼ିଥିଲେ। ରାତିରେ ସଂଜ୍ଞାହୀନ ଅବସ୍ଥାରେ ବିଭାଗୀୟ କର୍ମଚାରୀ ତାଙ୍କୁ ଘର ବାରଣ୍ଡାରେ ଗଡ଼ାଇ ଦେଇ ଚାଲି ଯାଇଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରତିବାଦରେ ପରଦିନ ଗ୍ରାମର ଶତାଧିକ ପୁରୁଷ ମହିଳା ବୌଦ୍ଧ ରେଞ୍ଜ ଏବଂ ଡିଏଫଓ ଅଫିସ ​ଘେରିଥିଲେ। ଜେରା ସମୟରେ ସୁଦର୍ଶନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe