ବୟସ୍କ ରୋଗୀଙ୍କୁ ସଂକ୍ରମିତ ରକ୍ତ ଦିଆଯିବା ଘଟଣା: ଓଡ଼ିଶାର ମୁଖ୍ୟ ସଚିବ ଓ ସ୍ବାସ୍ଥ୍ୟ ସଚିବଙ୍କୁ ‘ଏନ୍‌ଏଚ୍‌ଆର୍‌ସି’ଙ୍କ ଚେତାବନୀ

Advertisment
ରକ୍ତଦାନ କରି ରେକର୍ଡ କଲେ ଓଡ଼ିଆ ପୁଅ

Image Courtesy of Medical News Today

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅବହେଳା କାରଣରୁ ଦୁଇଜଣ ବୟସ୍କ ବ୍ୟକ୍ତିଙ୍କୁ ‘ଏଚ୍‌ଆଇଭି’ ସଂକ୍ରମିତ ରକ୍ତ ଦିଆଯିବା ଘଟଣାରେ ଅନୁକମ୍ପାମୂଳକ ଅର୍ଥ ପ୍ରଦାନ ଓ ସମ୍ପୃକ୍ତ କର୍ମଚାରୀମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ମନ୍ଥରତା କାରଣରୁ ‘ଜାତୀୟ ମାନବ ଅଧିକାର କମିସନ’ ଓଡ଼ିଶାର ମୁଖ୍ୟ ସଚିବ ଏବଂ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ରିପୋର୍ଟ ଦାଖଲ ନ କରାଯିବା ଏବଂ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେବାରେ ବିଫଳ ହୋଇଥିବାରୁ ସ୍ବାସ୍ଥ୍ୟ ସଚିବଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ‘ଏନ୍‌ଏଚ୍‌ଆର୍‌ସି’ ଚେତାବନୀ ଦେଇଛନ୍ତି। ଏବର୍ଷ ନଭେମ୍ବର ୧୯ ତାରିଖ ସୁଦ୍ଧା ଆବଶ୍ୟକ ରିପୋର୍ଟ ଦାଖଲ କରିବାକୁ ‘ଏନ୍ଏଚ୍‌ଆର୍‌ସି’ ସମ୍ପୃକ୍ତ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି।

ସୁପ୍ରିମ୍ କୋର୍ଟ ଓକିଲ ତଥା ମାନବ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଦାଏର କରିଥିବା ପିଟିସନ୍ ଆଧାରରରେ ‘ଏନ୍ଏଚ୍‌ଆର୍‌ସି’ ଏହି ଘଟଣାର ରିପୋର୍ଟ ମାଗିଛନ୍ତି। ପିଟିସନ୍‌ରେ ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଛନ୍ତି ଯେ, ୨୦୧୬ ଜୁନ୍‌ ମାସରେ ସମ୍ବଲପୁରସ୍ଥିତ ‘ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍‌ ସାଇନ୍‌ସ୍‌ ଆଣ୍ଡ୍‌ ରିସର୍ଚ’ରେ ସଂକ୍ରମିତ ରକ୍ତ ଦିଆଯିବା କାରଣରୁ ଦୁଇଜଣ ବୟସ୍କ ରୋଗୀ ମରଣାନ୍ତକ ଅବସ୍ଥାରେ ପଡ଼ିଥିଲେ।

publive-image Image Courtesy of iPleaders Blog

ସେମାନଙ୍କ ମଧ୍ୟରୁ ପେଟ ଯନ୍ତ୍ରଣା ଭୋଗୁଥିବା ରାଇରାଖୋଲର ଜଣେ ୭୦ ବର୍ଷିୟ ବ୍ୟକ୍ତି ଜୁନ୍ ୯ ତାରିଖ ଦିନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଜୁନ୍ ୧୩ ତାରିଖରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଏବଂ ହିମୋଗ୍ଲୋବିନ୍ ଅଭାବରୁ ସେତେବେଳେ ତାଙ୍କୁ ରକ୍ତ ଦିଆଯାଇଥିଲା। ଡାକ୍ତରଖାନା ‘ବ୍ଲଡ୍‌ ୟୁନିଟ୍‌’ରେ ରକ୍ତ ନ ଥିବାରୁ ଜଣେ ସମ୍ପର୍କୀୟ ତାଙ୍କୁ ରକ୍ତ ଦେଇଥିଲେ। ସେ ରକ୍ତ ‘ଏଚ୍‌ଆଇଭି’ ସଂକ୍ରମିତ ହୋଇଥିବା ପରେ ‘ଇଏଲ୍ଆଇଏସ୍‌ଏ’ ପରୀକ୍ଷାରୁ ଜଣାପଡ଼ିଥିଲା।

ଅନ୍ୟ ଜଣେ ହେଉଛନ୍ତି ଗୋଡ଼ରେ ଅସ୍ତ୍ରୋପଚାର ନିମନ୍ତେ ଜୁନ୍ ୧୨ ତାରିଖରେ ସେଠାରେ ଭର୍ତ୍ତି ହୋଇଥିବା ବ୍ରଜରାଜନଗରର ଜଣେ ୬୦ ବର୍ଷିୟ ବ୍ୟକ୍ତି। ତାଙ୍କୁ ଦିଆଯାଇଥିବା ରକ୍ତ ମଧ୍ୟ ‘ହେପାଟାଇଟିସ୍‌’ ସଂକ୍ରମିତ ବୋଲି ପରେ ପରୀକ୍ଷାରୁ ଜଣାପଡ଼ିଥିଲା।

ଡାକ୍ତରଖାନା କର୍ମଚାରୀ ଓ ଡାକ୍ତରମାନେ ଅବହେଳା କରିଥିବା ଅଭିଯୋଗ କରି ଶ୍ରୀ ତିପାଠୀ ଉଭୟ ଘଟଣାର ସ୍ବାଧୀନ ଓ ନିରପେକ୍ଷ ତଦନ୍ତ ଦାବି କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିବେଦନ କରିଥିଲେ। ଉଭୟ ରୋଗୀଙ୍କୁ ମୋଟା ଅଙ୍କର ଅନୁକମ୍ପାମୂଳକ ଅର୍ଥ ରାଶି ପ୍ରଦାନ କରିବାକୁ ମଧ୍ୟ ସେ ଅନୁରୋଧ କରିଥିଲେ।

କିନ୍ତୁ, ‘ଏନ୍‌ଏଚ୍‌ଆର୍‌ସି’ଙ୍କ ଠାରୁ ଆଦେଶ ପାଇବା ପରେ ମଧ୍ୟ ଏପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟ ସଚିବ ଉଭୟ ରୋଗୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥ ରାଶି ପ୍ରଦାନ କରାଯିବାରେ ବିଳମ୍ବ ସଂକ୍ରାନ୍ତ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେଇ ନାହାନ୍ତି। ଏହାଛଡ଼ା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର୍‌-ତଥା-ସଚିବ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସ୍ଥିତି ବିଷୟରେ କୌଣସି ରିପୋର୍ଟ ଦାଖଲ କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe