୪ ଲକ୍ଷ ଗରିବ ପରିବାରକୁ ମିଳିନି ୫ ମାସର ଗହମ: ମୁଖ୍ୟ ସଚିବଙ୍କୁ ଏନ୍‌ଏଚ୍‌ଆରସିଙ୍କ ନୋଟିସ୍‌

୮ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

୪ ଲକ୍ଷ ଗରିବ ପରିବାରକୁ ମିଳିନି ୫ ମାସର ଗହମ: ମୁଖ୍ୟ ସଚିବଙ୍କୁ ଏନ୍‌ଏଚ୍‌ଆରସିଙ୍କ ନୋଟିସ୍‌

aifb.it

ପୁରୀ : ପୁରୀ ଜିଲ୍ଲାର ୪ ଲକ୍ଷ ଗରିବ ପରିବାରକୁ ଯୋଗାଣ ବିଭାଗ ୫ ମାସ ଧରି ଗହମ ନ ଦେବା ଘଟଣାରେ ଜାତୀୟ ମାନବ ଅଧିକାର କମିସନ ହସ୍ତକ୍ଷେପ କରିଛନ୍ତି। ୮ ସପ୍ତାହ ମଧ୍ୟରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା, ସେ ସଂପର୍କରେ କମିସନ ଓ ଅଭିଯୋଗକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଏ ସଂପର୍କିତ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

publive-image Image Courtesy of India Wispers

ପୁରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ପୁରୀ ଜିଲ୍ଲାରେ ଗହମ ମିଳୁ ନ ଥିବା ନେଇ ଜାତୀୟ ମାନବାଧିକାର କମିସନଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗରେ ଦର୍ଶାଯାଇଥିଲା କି ଭାରତୀୟ ଖାଦ୍ୟ ନିଗମ ଓ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଅବହେଳା ଯୋଗୁଁ ପୁରୀ ଜିଲ୍ଲାର ପ୍ରାୟ ୪ ଲକ୍ଷ ପରିବାର ଗତ ଫେବ୍ରୁଆରି ମାସଠାରୁ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗହମ ପାଉନାହାନ୍ତି। ସରକାରୀ ସ୍ତରରେ ଏଭଲି ଅବହେଳା ଯୋଗୁ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ୫ ମାସ ଧରି ଭୋକ ଉପାସରେ ଦିନ କାଟୁଛନ୍ତି। ଜଟଣୀ ଗୋଦାମ ପରିବର୍ତ୍ତେ କଟକ ଗୋଦାମରୁ ଗହମ ଉଠାଇବା ପାଇଁ ଭାରତୀୟ ଖାଦ୍ୟ ନିଗମ ଜିଲ୍ଲା ଯୋଗାଣ ବିଭାଗକୁ ଅନୁମତି ନ ଦେବାରୁ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁଇଟି ବିଭାଗ ମଧ୍ୟରେ ବିବାଦ ଯୋଗୁ ଲକ୍ଷ ଲକ୍ଷ ଗରିବ ଲୋକ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହୋଇଛନ୍ତି।

ମଧୁମେହ ରୋଗୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଉଟିଙ୍କୁ ପାଞ୍ଚ ମାସ ଧରି ଟଙ୍କିକିଆ ଦରରେ ଗହମ ମିଳୁ ନ ଥିବାରୁ ସେମାନେ ବଜାରରୁ ଗହମ କିଲୋ ପ୍ରତି ୩୦ରୁ ୪୦ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି। ପୁରୀ ଜିଲ୍ଲାପାଳ, ଓଡ଼ିଶା ରାଜ୍ୟ ଖାଦ୍ୟ ନିଗମ ଓ ଭାରତୀୟ ଖାଦ୍ୟ ନିଗମ ଚାରି ମାସ ଧରି କେବଳ ଚିଠି ଲେଖାରେ କାର୍ଯ୍ୟାନୁଷ୍ଠାନକୁ ସୀମିତ ରଖିଛନ୍ତି। ଏହାଦ୍ବାରା ପ୍ରାୟ ୪ ଲକ୍ଷ ଗରିବ ପରିବାରର ସାମ୍ବିଧାନିକ ଅଧିକାର ଓ ମାନବ ଅଧିକାର ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଥିଲା। କମିସନ ଏହି ମାମଲାର ଶୁଣାଣି କରି ସଂପର୍କରେ ଆଠ ସପ୍ତାହ ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe