ନିଗମାନନ୍ଦ ପରମହଂସ ଦେବଙ୍କ ସାର୍ବଭୌମ ଭକ୍ତ ସମ୍ମିଳନୀ ଉଦ୍‌ଯାପିତ

Advertisment
ନିଗମାନନ୍ଦ ପରମହଂସ ଦେବଙ୍କ ସାର୍ବଭୌମ ଭକ୍ତ ସମ୍ମିଳନୀ ଉଦ୍‌ଯାପିତ

Twitter

ଭୁବନେଶ୍ବର : ସଦ୍‌ଗୁରୁ ଶ୍ରୀଶ୍ରୀ ଠାକୁର ସ୍ବାମୀ ନିଗମାନନ୍ଦ ସରସ୍ବତୀ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ୧୦୬ ତମ ସାର୍ବଭୌମ ଭକ୍ତ ସମ୍ମିଳନୀ (ବିଧିରକ୍ଷା) ଗତ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାରିଦିନ ବ୍ୟାପୀ ଆସାମ-ବଂଗୀୟ ସାରସ୍ବତ ମଠର ମହନ୍ତ ମହାରାଜ ଶ୍ରୀମଦ୍ ସ୍ବାମୀ ଦିବ୍ୟାନନ୍ଦ ସରସ୍ବତୀ ମହାରାଜଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ଜିଲ୍ଲା ଭୁବନ ନିକଟ ଭୂଷଳ ନିଗମାନନ୍ଦ ଶାନ୍ତି ଆଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି। ତେବେ ୨୬ ତାରିଖ ଅଧୀବାସରେ ଠାକୁରଙ୍କର ନଗର ପରିକ୍ରମଣା କରାଯାଇଥିବା ବେଳେ ସଂଧ୍ୟା ସମୟରେ ପୂଜା ଆରତୀ, ସ୍ତବ ପାଠ କରାଯାଇଥିଲା। ଅଧୀବାସ ଉତ୍ସବ ପାଳନ ପରେ ୨୭ ତାରିଖ ଦିନ ପ୍ରଭାତୀ କୀର୍ତ୍ତନ ପରେ ପ୍ରାତଃ ଅଧିବେଶନରେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କ ଷୋଡ଼ଶୋପଚାର, ଗୁରୁଗୀତା ପାଠ ଓ ଆନନ୍ଦନଗର ଆଶ୍ରମ ଅଧ୍ୟକ୍ଷଙ୍କ ଦ୍ବାରା ଚଣ୍ଡୀପାଠ କରାଯାଇଥିଲା। ପରେ ମହନ୍ତ ମହାରାଜଙ୍କ ସଭାପତିତ୍ବରେ ମଠର ଆୟବ୍ୟୟ ପାଠ, ପୂର୍ବ ସମ୍ମିଳନୀର ବିବରଣୀ ପରେ ଠାକୁର ମହାରାଜାଙ୍କୁ ବିଶ୍ରାମ ଦିଆଯାଇଥିଲା।

ସେହିପରି ଦ୍ବିତୀୟ ଅଧିବେଶନରେ ଭୁବନେଶ୍ବର ଆଶ୍ରମ ଅଧ୍ୟକ୍ଷ ଶ୍ରଦ୍ଧାନନ୍ଦ ସରସ୍ବତୀ ମହାରାଜ ଆଦର୍ଶ ଗୃହସ୍ଥ ଜୀବନ ସଂପର୍କରେ ବକ୍ତବ୍ୟ ରଖିଥିବା ବେଳେ ମହନ୍ତଙ୍କ ସଚ୍ଚିବ ନିରଂଜନ ମହାନ୍ତି, ସୁରେଶ ଚନ୍ଦ୍ର ମହାପାତ୍ର, ବଂଗଳା ଭାଷାର ତତ୍ତ୍ବବଧାୟିକା ସମିତି ସଭାପତି ଡ. ଅରୁଣ କୁମାର କର, ସ୍ଥାନୀୟ ସାଂସଦ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ହେଲେ ମହନ୍ତ ମହାରାଜଙ୍କ ଅଭିଭାଷଣ ପରେ ଭାବ ବିନିମୟ ହୋଇଥିଲା। ପରେ ଟ୍ରଷ୍ଟି ମହେଶ୍ବର ସ୍ବାଇଁ, ଜିଲ୍ଲା ସଦସ୍ୟ ବିଷ୍ଣୁ ସ୍ବାଇଁ ଓ ଜିଲ୍ଲା ସଦସ୍ୟ ପ୍ରସନ୍ନ ନାୟକଙ୍କ ନେତୃତ୍ବରେ ଆନନ୍ଦ ସଭା ଅନୁଷ୍ଠିତ ହୋଇଥିଲା। ତେବେ ପୂର୍ବଦିନ ଭଳି ୨୮ ତାରିଖ ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୨୯ ତାରିଖ ଦିନ ମହିଳା ସଭା ଓ ସାଧାରଣ ଧର୍ମସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପଣ୍ଡିତ ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଗୁରୁବାଦ, ଶଙ୍କରଙ୍କ ମତ ଓ ଗୌରାଙ୍ଗଙ୍କ ପଥ, ସନାତନ ଧର୍ମ, ଆଦର୍ଶ ଗୃହସ୍ଥ ଜୀବନ ଗଠନ, ସଂଘ ଶକ୍ତିର ପ୍ରତିଷ୍ଠା ଓ ଭାବ ବିନିମୟ ସଂପର୍କରେ ଆଲୋଚନା କରାଯାଇଥିଲା। ବିଧିରକ୍ଷାପୂର୍ବକ ସୀମିତ ସଂଖ୍ୟକ ଭକ୍ତଙ୍କୁ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ବୋଲି ମହନ୍ତ ମହାରାଜଙ୍କ ସଚ୍ଚିବ ନିରଂଜନ ମହାନ୍ତି ଓ ସମ୍ମିଳନୀ ପରିଚାଳନା କମିଟିର ସଭାପତି ଶ୍ରୀମଦ୍ ସ୍ବାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ ମହାରାଜ ସୂଚନା ଦେଇଛନ୍ତି।

ଏହି ଭକ୍ତ ସମ୍ମିଳନୀରେ ସାଧୁ ସନ୍ନ୍ୟାସୀମାନଙ୍କ ମଧ୍ୟରେ ଭୁବନେଶ୍ବର ଆଶ୍ରମ ଅକ୍ଷ୍ୟକ୍ଷ ଶ୍ରଦ୍ଧାନନ୍ଦ ସରସ୍ବତୀ ମହାରାଜ, ଆନନ୍ଦନଗର ଆଶ୍ରମ ଅଧ୍ୟକ୍ଷ ଶ୍ରୀମଦ୍ ସ୍ବାମୀ ଅରୁପାନନ୍ଦ ସରସ୍ବତୀ, ଭୂଷଳ ଶାନ୍ତି ଆଶ୍ରମ ଅଧ୍ୟକ୍ଷ ଶ୍ରୀମଦ୍ ମହାମାୟା ସରସ୍ବତୀ, ଭୂଷଳ ଆଶ୍ରମ ଉପାଧ୍ୟକ୍ଷ ଶ୍ରୀମଦ୍ ମୃତ୍ୟୁ ଚୈତନ୍ୟ ବ୍ରହ୍ମଚାରୀ, ଉପସ୍ଥିତ କର୍ମକର୍ତ୍ତାଙ୍କ ମଧ୍ୟରେ ସଚ୍ଚିବ ଶ୍ରୀ ମହାନ୍ତି, ତତ୍ତ୍ବାବଧାୟିକା ସମିତି ସଭାପତି ଡ. କର, ଟ୍ରଷ୍ଟି ମହେଶ୍ବର ସ୍ବାଇଁ, ଟ୍ରଷ୍ଟି ନିଶିଥ ଦତ୍ତ, ସହସଭାପତି ସୁରେଶ ମହାପାତ୍ର ଓ ବୈକୁଣ୍ଠ ହୋତା, ବିଭାଗୀୟ ସଦସ୍ୟ ହିମାଦ୍ରୀ ଭୋଳ, ଦେବ କୁମାର ରାଉତରାୟ, ଧୀରେନ ଶତପଥୀ, ନିଗମ ନାୟକ, ଅଶୋକ ପାଢ଼ୀ ଓ ସେବାଦଳ ସଂପାଦକ ବିଚିତ୍ରାନନ୍ଦ ପାତ୍ର, ଉତ୍ତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe