ଆଜି ରାଜ୍ୟରେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ, ଜରୁରୀକାଳିନ ସେବାକୁ ଅନୁମତି

Advertisment
ଆଜି ରାଜ୍ୟରେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ, ଜରୁରୀକାଳିନ ସେବାକୁ ଅନୁମତି

ଭୁବନେଶ୍ବର: ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ଏବେ ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇଛି। ବ୍ରିଟେନରୁ ଓଡ଼ିଶା ଫେରିଛନ୍ତି ୧୮୮ଜଣ ଯାତ୍ରୀ। ଏ ମଧ୍ୟରେ ନୂଆବର୍ଷ ଅବସରରେ ଏହି ଭୂତାଣୁ ବ୍ୟାପିବାର ଅଧିକ ଆଶଙ୍କା ଥିବାରୁ ରାଜ୍ୟସରକାର ନାଇଟ କର୍ଫ୍ୟୁ ନିୟମ ଲାଗୁ କରିଛନ୍ତି। ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର। କର୍ଫ୍ୟୁ ସମୟରେ ଜରୁରୀକାଳିନ ସେବା ଜାରି ରହିବା ସହ ନିୟମ ଉଲ୍ଲଂଘନ ନ କରିବାକୁ ରାଜ୍ୟବାସୀଙ୍କ ନିଦେବନ କରିଛନ୍ତି ସରକାର।

ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଟୁଇଟ କରି କହିଛନ୍ତି ଯେ, ସାରା ରାଜ୍ୟରେ ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ। ରାଜ୍ୟବାସୀଙ୍କୁ ସହଯୋଗ କରିବାକୁ ଅନୁରୋଧ। କର୍ଫ୍ୟୁ ସମୟରେ ଜରୁରୀକାଳିନ ସେବା ଜାରି ରହିବ।

publive-image

ତେବେ ନାଇଟ କର୍ଫ୍ୟୁ ସହ ସଂକ୍ରମଣକୁ ରୋକିବା ପାଇଁ ଜିରୋନାଇଟ୍‌ ସେଲିବ୍ରେସନ୍ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଘରେ ରହି ପରିବାର ସହ ନୂଆବର୍ଷ ପାଳନ କରିବା ସହ ଭିଡ଼ ନ ଜମାଇବା ପାଇଁ ରାଜ୍ୟବାସୀଙ୍କୁ ରାଜ୍ୟସରକାର ନିବେଦନ କରିଛନ୍ତି। ଏହା ସହ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe