ବଲାଙ୍ଗୀରରେ କରୋନା; ଦିନରେ ଚଢ଼ଉ, ରାତିରେ କର୍ଫ୍ୟୁ

Advertisment

ଅମାନିଆଙ୍କଠାରୁ ୮୫ ହଜାର ଜରିମାନା ଆଦାୟ, ମଲ୍‌ ବୁଲି ଅନୁଧ୍ୟାନ କଲେ ଏସ୍‌ପି

ଅମାନିଆଙ୍କଠାରୁ ୮୫ ହଜାର ଜରିମାନା ଆଦାୟ, ମଲ୍‌ ବୁଲି ଅନୁଧ୍ୟାନ କଲେ ଏସ୍‌ପି

ବଲାଙ୍ଗୀରରେ କରୋନା; ଦିନରେ ଚଢ଼ଉ, ରାତିରେ କର୍ଫ୍ୟୁ

ବଲାଙ୍ଗୀର : ବଲାଙ୍ଗୀରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଚାଲିଛି। ଆଜି ୧୪ ନୂଆ କରୋନା ଚିହ୍ନଟଙ୍କୁ ମିଶାଇ ଏବେ ୧୨୦ ଜଣ ସକ୍ରିୟ ଥିବା ପ୍ରଶାସନ ସୂଚନା ଦେଇଛି। ଏଣୁ ପୁଲିସ ପ୍ରଶାସନ ମଧ୍ୟ କୋଭିଡ ନିୟମକୁ କଡ଼ାକଡ଼ି ଅନୁପାଳନ କେମିତି କରାଯାଇପାରିବ ସେ ଦିଗରେ ପଦକ୍ଷେପ ନେଉଛି। ଦିନରେ ପୁଲିସ ଅମାନିଆଙ୍କଠାରୁ ଫାଇନ ଆଦାୟ କରୁଥିବା ବେଳେ ନିଜେ ଏସ୍‌ପି ବିଭିନ୍ନ ସ୍ଥାନ ବୁଲି ଅନୁଧ୍ୟାନ କରୁଛନ୍ତି। ଆଉ ରାତି ୧୦ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ କଡ଼ାକଡ଼ି କରାଯାଉଛି।

ବଲାଙ୍ଗୀର ଏସ୍‌ପିଙ୍କ ସୂଚନା ଅନୁସାରେ, ଆଜି ଜିଲ୍ଲାସାରା କୋଭିଡ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବିଭିନ୍ନ ଥାନା ଅଂଚଳରେ ୮୫ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସର୍ବାଧିକ ବଲାଙ୍ଗୀର ସହରରୁ ୨୦ହଜାର ୫୦୦ ଟଙ୍କା ଫାଇନ ଆଦାୟ ହୋଇଛି। ସେହିପରି ଏସ୍‌ପି ନିଜେ ଆଜି ସହରର ବିଭିନ୍ନ ମଲ୍‌ ବୁଲିଥିଲେ। କୋଭିଡ ଗାଇଡ୍‌ଲାଇନ୍‌ ଅନୁସାରେ ମଲ୍‌ କର୍ମଚାରୀମାନେ କାମ କରିବାକୁ ସେ ସଚେତନ କରିଥିଲେ। ସାମାଜିକ ଦୂରତା ଅବଲମ୍ବନ କରିବାକୁ ଏସ୍‌ପି କହିଥିଲେ। ଅନ୍ୟପଟେ ରାତିରେ କର୍ଫ୍ୟୁ ସମୟରେ ଜିଲ୍ଲାପାଳ ଓ ଏସ୍‌ପି ମଧ୍ୟ ଅନୁଧ୍ୟାନ କରୁଛନ୍ତି। କୋଭିଡ ସ୍ଥିତିକୁ କିଭଳି ମୁକାବିଲା କରାଯିବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ବି ପ୍ରସ୍ତୁତି ସାରିଛି। ଦ୍ୱିତୀୟ ଲହରରେ ଜନସାଧାରଣ ସଚେତନ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe