ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ

Advertisment
ରାଜ୍ୟରେ ପୁଣି କଡ଼ାକଡ଼ି ହେଲା କୋଭିଡ କଟକଣା: ସ୍କୁଲ୍‌, କଲେଜ ବନ୍ଦ; ରାତି ୯ରୁ ନାଇଟ୍‌ କର୍ଫ୍ୟୁ

odishabytes.com

ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିଚାଲିଛି। ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାର ମୁକାବିଲା ଲାଗି ଓଡ଼ିଶାର ୧୦ଟି ସୀମାନ୍ତବର୍ତ୍ତୀ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଛି। ଏପ୍ରିଲ୍‌ ୫ ତାରିଖ ସୋମବାର ଠାରୁ ଏହି କଟକଣା ଲାଗୁ ହେବ। ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ଆଜି ଏହି ନିର୍ଦ୍ଦେଶନାମା ଜାରି ହୋଇଛି।

ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି। ଏଠାରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ଏହି ସମୟ ମଧ୍ୟରେ ଦୋକାନ ବଜାର, ଅଫିସ୍‌ ସବୁ ବନ୍ଦ ରହିବ। ଲୋକମାନଙ୍କ ଯାତାୟତ ଉପରେ ମଧ୍ୟ ରୋକ୍ ଲଗାଯାଇଛି। ଏହି ସମୟ ମଧ୍ୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ। ଜିଲ୍ଲାପାଳ ଓ ମହାନଗର ନିଗମ କମିସନର୍‌ମାନେ ନିଜ ନିଜ ଅଞ୍ଚଳରେ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିବେ।
ନାଇଟ୍‌ କର୍ଫ୍ୟୁ ଜନିତ କଟକଣାରୁ କିଛି କାର୍ଯ୍ୟକୁ ବାଦ୍ ଦିଆଯାଇଛି। ଜିଲ୍ଲା ଓ ପୌର ପ୍ରଶାସନ, ପୁଲିସ୍‌, ସରକାରୀ କର୍ମଚାରୀମାନଙ୍କୁ କୌଣସି ବାଧା ଦିଆଯିବ ନାହିଁ। ଡାକ୍ତର, ମେଡିକାଲ କର୍ମଚାରୀ, ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ବିଜୁଳି, ଅଗ୍ନିଶମ ସେବା, ଟେଲିକମ୍, ଜଳ ଯୋଗାଣ କର୍ମଚାରୀମାନଙ୍କୁ କଟକଣାରୁ ବାଦ୍ ଦିଆଯାଇଛି। ସ୍ବାସ୍ଥ୍ୟ ସଂକ୍ରାନ୍ତୀୟ ଜରୁରୀକାଳୀନ କାର୍ଯ୍ୟରେ ଯାଉଥିବା ଲୋକଙ୍କୁ ଅଟକାଯିବ ନାହିଁ। ଔଷଧ ଦୋକାନ ମାଲିକ ଓ କର୍ମଚାରୀ ଯା’ଆସ କରିପାରିବେ। ଶିଳ୍ପ ସଂସ୍ଥା ଓ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲାଗୁ କରାଯାଇ ନାହିଁ। ସାଧାରଣ ପରିବହନ ବ୍ୟବସ୍ଥା, ବିମାନବନ୍ଦର, ରେଳଷ୍ଟେସନ୍ ଓ ବସ୍‌ଷ୍ଟାଣ୍ଡ୍‌କୁ ଯାତ୍ରୀଙ୍କୁ ନେବା ଆଣିବା ପାଇଁ ଟ୍ୟାକ୍ସି ଓ ଅଟୋ ଯାଇପାରିବେ। ହୋଟେଲ୍‌ଗୁଡ଼ିକ ମଧ୍ୟ ଖୋଲା ରହିବ। ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବା ରାତି ୧୦ଟା ପରେ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ପେଟ୍ରୋଲ୍‌ ପମ୍ପ ଖୋଲା ରହିବ। ପ୍ରିଣ୍ଟ୍‌ ଓ ଇଲେକ୍ଟ୍ରୋନିକ୍ସ ମିଡିଆର ପ୍ରତିନିଧିମାନଙ୍କୁ କଟକଣାରୁ ବାଦ୍ ଦିଆଯାଇଛି। ସେମାନେ ପରିଚୟ ପତ୍ର ଦେଖାଇ ଯା’ଆସ କରିପାରିବେ। ନାଇଟ୍‌ କର୍ଫ୍ୟୁ ପାଇଁ କୌଣସି ପ୍ରକାର ପାସ୍ ଇସ୍ୟୁ କରିବାର ଆବଶ୍ୟକତା ନାହିଁ ବୋଲି ଏସ୍‌ଆର୍‌ସି ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe