ଆଜିଠୁ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି, ମୁତୟନ ହେବେ ୧୫ ପ୍ଲାଟୁନ୍ ଫୋର୍ସ

Advertisment
ସହରାଞ୍ଚଳରୁ ହଟିଲା ରାତ୍ରିକାଳୀନ କର୍ଫ୍ୟୁ

ବୁଲିବ ମୋବାଇଲ୍ ପାଟ୍ରୋଲିଂ ଗାଡ଼ି
ଭିଡ଼ ଉପରେ ସ୍ବତନ୍ତ୍ର ନଜର
ଅନୁଧ୍ୟାନ କଲେ ପୁଲିସ କମିସନର

ଭୁବନେଶ୍ୱର : ବର୍ଦ୍ଧିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନଜରରେ ରଖି ଆଜି (ଶୁକ୍ରବାର)ଠାରୁ ସହରାଞ୍ଚଳରେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏହି ସମୟ ମଧ୍ୟରେ ଯେମିତି ଦୋକାନ ବଜାର ବନ୍ଦ ସହ କେଉଁଠି ଗହଳି ନ ହେବ, ତା’ ଉପରେ ସ୍ବତନ୍ତ୍ର ନଜର ରଖାଯିବ। କରୋନା କଟକଣା ଲାଗୁ ଓ କାର୍ଯ୍ୟାନୁଷ୍ଠାନ ପାଇଁ ୧୫ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ। ମୋବାଇଲ୍ ପାଟ୍ରୋଲିଂ କଡ଼ାକଡ଼ି କରାଯିବ। ବିଶେଷକରି ଛକ, ବଜାର ଅଞ୍ଚଳରେ ଗହଳି ଉପରେ ନଜର ରଖାଯିବ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ସେହିପରି ଗୁରୁବାର ସନ୍ଧ୍ୟାରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବାପୁଜୀନଗର, ମାଷ୍ଟରକ୍ୟାଣ୍ଟିନ୍‌ ଏବଂ ଇନ୍‌ଫୋସିଟି ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପିସିଆର ଭ୍ୟାନ୍ ଡାକବାଜି ଯନ୍ତ୍ର ଯୋଗେ ବିଭିନ୍ନ ଛକ ଅଞ୍ଚଳ ବୁଲି ବୁଲି ଆସନ୍ତାକାଲିଠାରୁ ନାଇଟ୍ କର୍ଫ୍ୟୁ କଟକଣା ଲାଗୁ ନେଇ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଜାନୁଆରି ୭ ତାରିଖରୁ ଫେବ୍ରୁଆରି ୧ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe