ରାଜ୍ୟରେ ରାତିର ତାପମାତ୍ରା ବଢ଼ିବ, ଶୀତ କମିବ

Advertisment
ଶୀତ ଲହରିକୁ ନେଇ ସତର୍କ କଲା ପାଣିପାଗ କେନ୍ଦ୍ର, ୪ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ

www.indiatoday.in

ଭୁବନେଶ୍ୱର : ଏଣିକି ରାତିର ତାପମାତ୍ରା ବଢ଼ିବ। ଥଣ୍ଡା କମିବ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୪୮ ଘଣ୍ଟା ଯାଏ ଅଭ୍ୟନ୍ତରୀଣ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରି ଲାଗି ରହିବ। ତେବେ ଏହି ଅଞ୍ଚଳରେ ରାତିର ସ୍ବାଭାବିକ ତାପମାତ୍ରା ୪ରୁ ୫ ଡିଗ୍ରି ଓ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରି କମ୍‌ ରହିବ। ପୂର୍ବଭଳି ଥଣ୍ତା ଅନୁଭୂତ ହେବ ନାହିଁ। ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ବର୍ଷ ଶେଷ ଆଡ଼କୁ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

publive-image NDTV.com

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ହେଉଛି ଯେ ଗୁରୁବାର ସକାଳ ସୁଦ୍ଧା ୧୩ ଜିଲ୍ଲାରେ ଶୀତ ଲହରି ଜାରି ରହିବ। ତାହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁରରେ ଶୀତ ଲହରି ହେବାକୁ ଥିବାରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଯଦିଓ ଶୀତ ସହନୀୟ ରହିବ ତଥାପି ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କଠାରେ ଥଣ୍ଡା-ଜ୍ବର, କାଶ, ନାକରୁ ପାଣି ବାହାରିବା, ଛିଙ୍କ ହେବାର ସମ୍ଭାବନା ରହିଛି। ରାତି ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରୁହନ୍ତୁ। ଶୀତରୁ ରକ୍ଷା ପାଇଁ ଶୀତ ବସ୍ତ୍ର ସହ ଏକାଧିକ ପୋଷାକ ପରିଧାନ କରନ୍ତୁ। ଗୃହ-ପାଳିତ ପଶୁମାନେ ବହୁ ସମୟ ଧରି ଶୀତ ସଂସ୍ପର୍ଶରେ ଆସିଲେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ସେମାନଙ୍କର ରହିବା ପାଇଁ ଖୋଲା ସ୍ଥାନ ପରିବର୍ତେ ଆବଶ୍ୟକୀୟ ଘରର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।

publive-image english.kolkata24x7.com

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୨ ତାରିଖ ରାତିରୁ ସର୍ବନିମ୍ନ ତାପମାତ୍ରା ବଢ଼ିବ। ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ସାମାନ୍ୟ ବଢ଼ିବାକୁ ଥିବା ବେଳେ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ କ୍ରମଶଃ ବୃଦ୍ଧି ପାଇଁ ୨୫ ତାରିଖ ବେଳକୁ‌ ୫ରୁ ୬ ଡିଗ୍ରି ବୃଦ୍ଧି ପାଇଥିବ। ଉତ୍ତର ଓ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ୨୭ ତାରିଖ ସୁଦ୍ଧା ୬ରୁ ୭ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଏବର୍ଷ ବଡ଼ଦିନ ପାଗ ଆରାମଦାୟକ ରହିବ। ଦିନର ସର୍ବାଧିକ ତାପମାତ୍ରା ମଧ୍ୟ ୭ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଉତ୍ତର ଓଡ଼ିଶାରେ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ୨୮ରୁ ସୀମାନ୍ତ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିବ। ୨୯ ଓ ୩୦ ତାରିଖରେ ହାଲୁକା ବର୍ଷା ହୋଇପାରେ। ଉପକୂଳ‌ରେ ପାଗ ଆଂଶିକ ମେଘୁଆ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe