ରାତ୍ର ଜଗୁଆଳିଙ୍କୁ ଆକ୍ରମଣ ଓ ଲୁଟ, ୩ ଗିରଫ

Advertisment
ଦୋକାନରୁ ୧୦ ହଜାର ଚୋରି, କର୍ମଚାରୀ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ପୁଲିସ ରାତ୍ର ଜଗୁଆଳିଙ୍କୁ ଆକ୍ରମଣ ଲୁଟ୍‌ ସହ ଏକ ଦୋକାନରୁ ଚୋରି ଉଦ୍ୟମ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣ ସିନ୍ଦୂରବାହାଲ ଗାଁର ଶିବା ମନହୀରା, ରାଜା ମନହୀରା ଓ ବଣ୍ଟି ସୁନା ବୋଲି ପୁଲିସ ସୂଚନା ଦେଇଛି। ବୁଧବାର ରାତିରେ ରମାଇ ଟକିଜ ରାସ୍ତାରେ ଏକ ଦୋକାନ ସଟରକୁ ଫାଡ଼ୁଥିବା ସମୟରେ ସୁରକ୍ଷା କର୍ମୀ ମନା କରିଥିଲେ। ପୁଲିସ ପହଞ୍ଚିବା ପରେ ସେମାନେ ଚକମା ଦେଇ ଫେରାର ମାରିଥିଲେ।

ପରେ ରମାଇ ଟକିଜ ରାସ୍ତାକୁ ପୁଣି ଆସି ରାତ୍ର ଜଗୁଆଳି ଶାସ୍ତ୍ରୀନଗରର ବିନାୟକ ଭୋଇ ଓ ତାଙ୍କ ମାମୁ ହେମନ୍ତ ନାଏକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଉଭୟେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏ ନେଇ ପୁଲିସ ମାମଲା ରୁଜୁ କରିବା ସହ ମାମଲାରେ ସଂପୃକ୍ତ ତିନି ଜଣ ଯୁବକକୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe