କମୁଛି ରାତି ତାପମାତ୍ରା: ଫୁଲବାଣୀ ସବୁଠୁ ଥଣ୍ଡା ସହର

Advertisment
ଫେରିଲା ଶୀତ: ୬.୪ ଡିଗ୍ରିକୁ ଖସିଲା ଘୁ.ଉଦୟଗିରି ପାରଦ

Image Courtesy of Bangalore Mirror

ଭୁବନେଶ୍ବର: ଆଜି ମଧ୍ୟ ଓଡ଼ିଶାର ଅଧିକାଂଶ ଅଞ୍ଚଳର ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି କମ୍‌ ରହିଛି। ସକାଳେ ପାଖାପାଖି ୭ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୫ଡିଗ୍ରିରୁ କମ୍‌ ରେକର୍ଡ ହୋଇଛି। ସର୍ବନିମ୍ନ ରାତ୍ରି ତାପମାତ୍ରା ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ିଠାରେ ୧୧ଡିଗ୍ରି ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀଠାରେ ୧୨.୨ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝର ଓ ଟିଟିଲାଗଡ଼ରେ ୧୩.୮ଡିଗ୍ରି, କୋରାପୁଟରେ ୧୪.୦ ଡିଗ୍ରି, ଝାରସୁଗୁଡ଼ାରେ ୧୪.୬ ଡିଗ୍ରି ଓ ଭବାନୀପଟଣାରେ ୧୪.୨ ଡିଗ୍ରି ‌ରେକର୍ଡ ହୋଇଛି। ସେହିପରି ଭୁବନେଶ୍ବରରେ ସର୍ବନିମ୍ନ ୭.୪ ଡିଗ୍ରି ଓ କଟକରେ ୧୭.୫ ଡିଗ୍ରି ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ର କହିଛି, ଟିଟିଲାଗଡ଼ଠାରେ ବର୍ତ୍ତମାନର ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ସର୍ବାଧିକ ହ୍ରାସ ପାଇଛି। ଏଠାରେ ତାପମାତ୍ରା ପାଖାପାଖି ୫.୩ ଡିଗ୍ରି ଅଧିକ ହ୍ରାସ ପାଇଛି। ସେହିପରି ଝାରସୁଗୁଡ଼ାରେ ୩.୫ ଡିଗ୍ରି, କେନ୍ଦୁଝରରେ ୩.୫ ଡିଗ୍ରି, ଭୁବନେଶ୍ବରରେ ୩.୧ ଡିଗ୍ରି, ଅନୁଗୁଳରେ ୨.୮ ଡିଗ୍ରି ଓ କଟକରେ ୨.୬ ଡିଗ୍ରି ଅଧିକ ହ୍ରାସ ପାଇଛି। ଏବେ ଓଡ଼ିଶା ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକର ପ୍ରଭାବ ନାହିଁ। ତେଣୁ ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ‌ତେବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଧୀ‌ରେଧୀରେ ପୂର୍ବ ଦିଗରୁ ଜଳୀୟ ବାଷ୍ପପୂର୍ଣ୍ଣ ଉଷ୍ମ ବାୟୁ ବଙ୍ଗୋପେସାଗରରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ। ଫଳରେ ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହେବା ସହ ଆସନ୍ତା ୨ଦିନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାଛଡ଼ା ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ମଧ୍ୟ ସମ୍ଭାବନା ରହୁଛି। ଆସନ୍ତାକାଲି ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ଥିବା ବେଳେ ୧୧ ତାରିଖ ପରଠାରୁ ବର୍ଷାର ବିସ୍ତୃତିରେ ସାମାନ୍ୟ ପରିବର୍ତ୍ତନ ହେବ। ୧୨ତାରିଖ ଦିନ ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ସ୍ଥାନରେ ବର୍ଷା ହେବା ସହ ବିସ୍ତୃତି ଓ ତୀବ୍ରତାରେ ବୃଦ୍ଧି ଘଟିବ।
ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜଧାନୀର ପାଗ ଶୁଖିଲା ରହିବ। ପରବର୍ତ୍ତୀ ସମୟରେ ଆକାଶ ମେଘୁଆ ରହିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe