ବିଜେଡି ଛାଡ଼ି ଜେଏମ୍‌ଏମ୍‌ରେ ନୀହାର ସୁରିନ୍‌: ଶିବୁ ସୋରେନଙ୍କ ବାସଭବନରେ ସମର୍ଥକଙ୍କ ସହ ମିଶିଲେ

ବିଜେଡି ଛାଡ଼ି ଜେଏମ୍‌ଏମ୍‌ରେ ନୀହାର ସୁରିନ୍‌: ଶିବୁ ସୋରେନଙ୍କ ବାସଭବନରେ ସମର୍ଥକଙ୍କ ସହ ମିଶିଲେ

ରାଉରକେଲା: ବୀରମିତ୍ରପୁର ବିଜେଡି ଟିକେଟ ‌ଦୌଡ଼ରେ ଥିବା ପୂର୍ବତନ ବିଧାୟକ ନୀହାର ସୁରିନ୍‌ ଆଜି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌)ରେ ସାମିଲ ହୋଇଛନ୍ତି। ସେ ତାଙ୍କର ଶତାଧିକ ସମର୍ଥକଙ୍କ ସହ ରାଞ୍ଚିସ୍ଥିତ ଶିବୁ ସୋରେନଙ୍କ ବାସଭବନରେ ଯୋଗଦେଇଛନ୍ତି। ତାଙ୍କ ସହିତ ବୀରମିତ୍ରପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ମହମ୍ମଦ ଗୁଲାମ୍‌, ଅଜିତ ରାୟ ମଧ୍ୟ ଜେଏମ୍‌ଏମ୍‌ରେ ଯୋଗଦେଇଛନ୍ତି। ଏହି ମିଶ୍ରଣପର୍ବରେ ଜେଏମ୍‌ଏମ୍‌ର ଓଡ଼ିଶା ଅଧ୍ୟକ୍ଷ ଅଞ୍ଜନୀ ସୋରେନ୍‌, ବରିଷ୍ଠ ନେତା ଲେଥା ତିର୍କି, ଅମିତ ଶର୍ମା, ପାତ୍ରାସ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ନିଜର ପ୍ରତିକ୍ରିୟାରେ ନୀହାର କହିଛନ୍ତି, ‘ଜଣେ ବରିଷ୍ଠନେତା ହିସାବରେ ତାଙ୍କୁ ଦଳରେ ଯେତିକି ଗୁରୁତ୍ବ ଦିଆଯିବା କଥା ଦିଆଗଲା ନାହିଁ।

ବାଧ୍ୟହୋଇ ମୁଁ ପୂର୍ବ ଦଳ (ଜେଏମ୍‌ଏମ୍‌)କୁ ଫେରିଲି।’ ଆଗାମୀ ନିର୍ବାଚନରେ ଜେଏମ୍‌ଏମ୍‌ ପୁଣି ବୀରମିତ୍ରପୁର ଆସନ ଦଖଲ କରିବ ବୋଲି ସେ କହିଛନ୍ତି। ଆସନ୍ତାକାଲି (ମଙ୍ଗଳବାର) ସଂଧ୍ୟା ସୁଦ୍ଧା ଜେଏମ୍‌ଏମ୍‌ ବୀରମିତ୍ରପୁର ପାଇଁ କାହାକୁ ପ୍ରାର୍ଥୀ କରୁଛି, ତା’ଉପରେ ନଜର ରହିଛି।। ଟିକେଟ ଦୌଡ଼ରେ ଅବସରପ୍ରାପ୍ତ ଶିକ୍ଷକ ରେମିସ୍‌ କେର୍କେଟା, କୁଆରମୁଣ୍ଡା(କ)ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶାନ୍ତିପ୍ରକାଶ କୁଜୁର, ଲକ୍ଷ୍ମୀଧର ସାହା, ପଥଳଗଡ଼ିର ନେତା ପିଟର ଟପ୍ନୋ, ଜେଏମ୍‌ଏମ୍‌ ସୁନ୍ଦରଗଡ଼ ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ଲୁସି ସୁରିନ୍‌ ଓ ଜର୍ଜ ତିର୍କିଙ୍କ ଘନିଷ୍ଠ ସହଯୋଗୀ ପଟେଲ ବାର୍ଲା ମଧ୍ୟ ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବୀରମିତ୍ରପୁର ଆସନରୁ ଜେଏମ୍‌ଏମ୍‌ ୫ ଥର ବିଜୟୀ ହୋଇଛି। ପୂର୍ବତନ ବିଧାୟକ ଜର୍ଜ ତିର୍କି ଜେଏମ୍‌ଏମ୍‌ରୁ ୪ ଥର ଓ ନୀହାର ସୁରନି ଥରେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe