ନର୍ସ ନୀହାରିକା ହତ୍ୟାକାଣ୍ଡର ପର୍ଦ୍ଦାଫାଶ: କଟକରେ ହତ୍ୟା କରି ପ୍ରେମିକ ରାଜା ବିଲୁଆଖାଇ ନଦୀରେ ଶବକୁ ଫିଙ୍ଗିଥିଲା!

Advertisment
ନର୍ସ ନୀହାରିକା ହତ୍ୟାକାଣ୍ଡର ପର୍ଦ୍ଦାଫାଶ: କଟକରେ ହତ୍ୟା କରି ପ୍ରେମିକ ରାଜା ବିଲୁଆଖାଇ ନଦୀରେ ଶବକୁ ଫିଙ୍ଗିଥିଲା!

www.pragativadi.com

ଭୁବନେଶ୍ବର:  ଜଗତସିଂହପୁର ଜିଲ୍ଲା ବିରିଡି‌ରେ ଘଟିଥିବା ବହୁଚର୍ଚ୍ଚିତ  ନର୍ସ ନୀହାରିକା ପାତ୍ର ହତ୍ୟା ଘଟଣାରେ ନୂତନ ଖୁଲାସା ହୋଇଛି। ସିସିଟିଭିରେ ହତ୍ୟା ଏବଂ ଏହାର ପ୍ରମାଣ ନଷ୍ଟର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଥିବା ଜଣାଯାଇଛି। ଶୁକ୍ରବାର  ଅଭିଯୁକ୍ତର ଗିରଫଦାରି ନେଇ ସ୍ପଷ୍ଟ କରିଥିଲେ ପୁଲିସ ଡିଜି ବିଜୟ କୁମାର ଶର୍ମା। ପୁଲିସ ମହାନିର୍ଦେଶକଙ୍କ ସୂଚନା ଅନୁଯାୟୀ କଟକରେ ହିଁ ନୀହାରିକା ପାତ୍ରଙ୍କୁ ହତ୍ୟା କରାଯାଇଥିଲା। ନର୍ସ ନୀହାରିକାର ପ୍ରେମିକ ରାଜା ଓରଫ କିଶୋର ଆଞ୍ଚଲ ହିଁ ହତ୍ୟାକାରୀ ବୋଲି ସ୍ପଷ୍ଟ ହୋଇଛି। କଟକର ଚାଉଳିଆଗଞ୍ଜର ଅପାଣିଆ ଅଂଚଳରେ ଏକ ଭଡ଼ାଘରେ ନୀହାରିକାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।  ହତ୍ୟାପରେ ରାଜା ମୋଟର ସାଇକେଲରେ ଏକ ଅଖାରେ ନୀହାରିକାଙ୍କ ଶବକୁ ନଦୀରେ ଫିଙ୍ଗିଥିବା ଜଣାଯାଇଛି। ନୀହାରିକାଙ୍କ ଶବକୁ ଅଖାରେ ପୂରାଇ ନେବା ବେଳେ ପାଖରେ ଥିବା ଏକ  ସିସିଟିଭିରେ ଏହା ରେକର୍ଡ ହୋଇଛି।

ସୂଚନାଯୋଗ୍ୟ , ନୀହାରିକାଙ୍କ ମୃତ୍ୟୁପରଠାରୁ ତାଙ୍କ ବୟଫ୍ରେଣ୍ଡ  ରାଜା ଫେରାର ଥିଲା । ଗତକାଲି ସେ ପୁଲିସ ନିକଟରେ  ଆତ୍ମସମର୍ପଣ କରିଥିଲା। ଏହାପରେ ପୁଲିସ ରାଜାକୁ ପଚରାଉଚରା କରିଥିଲା।  ତିନି ଦିନ ତଳେ ବିଲୁଆଖାଇ ନଦୀ ପଠାରୁ ନର୍ସ ନୀହାରିକାଙ୍କ ମୃତଦେହ ମିଳିଥିଲା । ନିହାରିକାଙ୍କ ଗାଁ ଭିଙ୍ଗାରପୁରରେ ବୋଲି ଜଣାଯାଇଛି।

publive-imageହାତ ଗୋଡ଼ ବନ୍ଧା ହୋଇ ଏକ ଅଖା ଭିତରୁ ନୀହାରିକାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । କଟକର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସଭାବେ କାମ କରୁଥିଲେ ନିହାରିକା । ମୃତଦେହ ମିଳିବା ପରେ ତାଙ୍କ ପ୍ରେମିକ ଉପରେ ପୁଲିସର ସନ୍ଦେହ ବଢ଼ିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe