ଭୁବନେଶ୍ୱର : ଆଜି ନିଖିଳ ଓଡ଼ିଶା ସମବାୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (କାର୍ଡ ବ୍ୟାଙ୍କ) କର୍ମଚାରୀ ସଂଘର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନୂଆପଲ୍ଲୀ ଦୁର୍ଗାମଣ୍ଡପ ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ନୂତନ କାର୍ଯ୍ୟକାରୀ କମିଟି ଗଠିତ ହୋଇଛି। ସଂଘର ନୂତନ ସଭାପତି ଭାବେ ରତନ କୁମାର ମହାରଣା ନିର୍ବାଚିତ ହୋଇଛନ୍ତି। ସେହିପରି ଭୃଗୁରାମ ପ୍ରଧାନ ଓ ମୋହନ ଗୋପାଳ ପଣ୍ଡା ମୁଖ୍ୟ ଉପଦେଷ୍ଟା, ମୂଷଳଚନ୍ଦ୍ର ବେରା ଓ ସୁକାନ୍ତ କୁମାର ଦାସ ଉପସଭାପତି, ସଞ୍ଜୟ କୁମାର ସାହୁ ସାଧାରଣ ସଂପାଦକ, କୈଳାସ ନାଥ ପଣ୍ଡା ଯୁଗ୍ମ ସଂପାଦକ ଏବଂ ସନ୍ଦୀପ କୁମାର ପାଲିତ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ କାର୍ଡ ବ୍ୟାଙ୍କରେ କାର୍ଯ୍ୟରତ କ୍ୟାଡର୍ କର୍ମଚାରୀମାନଙ୍କୁ ଓସକାର୍ଡ ବ୍ୟାଙ୍କର କର୍ମଚାରୀ ମାନ୍ୟତା ଦେଇ ନିୟମିତ ଦରମା ଓ ନନ୍ କ୍ୟାଡର୍ କର୍ମଚାରୀଙ୍କୁ କ୍ୟାଡର୍ କର୍ମଚାରୀ ମାନ୍ୟତା ଦେଇ ନିୟମିତ ଦରମା ପ୍ରଦାନ କରାଯିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା।
ନିଖିଳ ଓଡ଼ିଶା କାର୍ଡ ବ୍ୟାଙ୍କ କର୍ମଚାରୀ ସଂଘର ନୂତନ କର୍ମକର୍ତା
Advertisment
Follow Us