ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘର ଗଣ ଡେପୁଟେସନ୍‌

ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘର ଗଣ ଡେପୁଟେସନ୍‌

ଭୁବନେଶ୍ୱର : ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘର ଗଣ ଡେପୁଟେସନ୍‌ ଗତ ୧୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ବୃତ୍ତିଗତ ସମସ୍ୟା ସମାଧାନ କ୍ଷେତ୍ରରେ ସରକାରୀ ଉଦାସୀନତା ତଥା ବୈମାତୃକ ମନୋବୃତ୍ତି ସମ୍ପର୍କରେ ଏକ ସ୍ମାରକପତ୍ର ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଥିସହ ଉଚ୍ଚଶିକ୍ଷାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମାଧାନର ପନ୍ଥା ନିର୍ଧାରଣ କରିବା ପାଇଁ ନିବେଦନ କରାଯାଇଛି।

ସଂଘ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଦୀର୍ଘଦିନ ହେଲା ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ତଥାପି ମୌଳିକ ଦାବି ପୂରଣ ଦିଗରେ ଗୁରୁତ୍ୱ ଦିଆଯାଉ ନାହିଁ। ୟୁଜିସି ବେତନ ଦେଶର ସମସ୍ତ ରାଜ୍ୟରେ ଧାରାବାହିକ ଭାବେ ରହିଥିବା ବେଳେ ଓଡ଼ିଶାରେ ତାହାକୁ ୧୯୮୯ ଏପ୍ରିଲ ପହିଲାରୁ ସମ୍ପ୍ରସାରିତ କରାଯାଇ ନାହିଁ। ରାଜ୍ୟ ଦରମାପ୍ରାପ୍ତ ଅଧ୍ୟାପକଙ୍କ ପଦୋନ୍ନତି କ୍ଷେତ୍ରରେ ଅନ୍ୟାୟ କରାଯାଇଛି। ସେମାନଙ୍କୁ ରିଡର୍‌ ପଦବିରେ ଅବସ୍ଥାପିତ କଲା ବେଳେ ବୈଧ ଯୋଗଦାନଠାରୁ ୧୮ ବର୍ଷ ପରିବର୍ତେ ୨୭ ବର୍ଷରେ ପ୍ରଦାନ କରାଯାଉଛି। ଅବସରକଳୀନ ସୁବିଧା ପ୍ରଦାନ କ୍ଷେତ୍ରରେ ଆଇନର ସଂଶୋଧନ କରି ରାଜ୍ୟ ସରକାର ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ସପ୍ତମ ବେତନ ହାରର ସଂଶୋଧନ ଜନିତ ବକେୟା ଦେୟ ୨୦୧୬ ଜାନୁଆରି ୧ରୁ ପ୍ରଦାନ ନ କରିବା ଅନ୍ୟାୟ। ଚାକିରିରେ ଥିବା ଅଧ୍ୟାପକଙ୍କ ମଧ୍ୟ ସପ୍ତମ ବେତନ ହାରରେ ସଂଶୋଧନ ଜନିତ ୨୧ ମାସର ବକେୟା ପ୍ରାପ୍ୟ ନ ଦେବା ସରକାରଙ୍କ ବୈମାତୃକ ମନୋବୃତ୍ତିର ନିଦର୍ଶନ। ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ଉଠାଯାଇଥିଲେ ମଧ୍ୟ ଚାକିରି ସର୍ତବଳୀ ପ୍ରଦାନ କରାଯାଉ ନାହିଁ। ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି କରିବା ଦିଗରେ ସରକାର କର୍ଣ୍ଣପାତ କରୁନାହାନ୍ତି। ପଦୋନ୍ନତି ଏମ୍‌ଏସିପି ପ୍ରଦାନ ସମୟରେ ଅନୁମୋଦିତ ଚାକିରିରେ ଯୋଗଦାନ ତାରିଖକୁ ଗ୍ରହଣ କରାଯାଉ ନାହିଁ ବୋଲି ସଂଘ ଅଭିଯୋଗ କରିଛି। ଏହି ଗଣ ଡେପୁଟେସନ୍‌ରେ ସଂଘର ସଭାପତି ଅକ୍ଷୟ କୁମାର ମହାପାତ୍ର, ଯୁଗ୍ମ ସାଧାରଣ ସମ୍ପାଦକ ଉମାକାନ୍ତ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe