ସାମ୍ନାକୁ ଆସିଲା ଟେଲି ଅଭିନେତ୍ରୀ ନିକିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ସାମ୍ନାକୁ ଆସିଲା ଟେଲି ଅଭିନେତ୍ରୀ ନିକିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

କଟକ: ବୁଧବାର ଟେଲି ଅଭିନେତ୍ରୀ ନିକିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି କି ନିକିତାଙ୍କ ମୃତ୍ୟୁ ଛାତରୁ ପଡ଼ିଯିବା ହେତୁ ହିଁ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ନିକିତାଙ୍କ ସ୍ୱାମୀ ଲିପୁନ ସାହୁଙ୍କୁ ଏବେ ଚୌଦ୍ୱାର ଜେଲରେ ରଖାଯାଇଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ସନ୍ଧ୍ୟାରେ ଲିପୁନ୍‌ ନିକିତାଙ୍କ ଘରକୁ ଆସିଥିଲେ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ଘରର ଛାତ ଉପରକୁ ଚାଲିଯାଇଥିଲେ। ଆଉ ସେଠାରେ କିଛି ସମୟ ପାଇଁ ନିକିତା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା, ଫଳରେ ଛାତ ଉପରୁ ତଳକୁ ନିକିତା ଖସିପଡିଥିଲେ । ଆଉ ଡାକ୍ତରଖାନାରେ ନିକିତାଙ୍କ ମୃତ୍ୟୁ ହୋଇଥିବା ଲିପୁନ୍‌ ପୁଲିସ ଆଗରେ ସ୍ୱୀକାର କରିଛନ୍ତି ।

publive-image

ପୁଲିସ ସୂତ୍ରରୁ ପ୍ରକାଶ, ପତି-ପତ୍ନୀଙ୍କ ଭିତରେ ନିଷ୍ପତ୍ତି ହୋଇଥିଲା କି ନିକିତା ତାଙ୍କ ବାପଘରେ ରହିବେ । କିନ୍ତୁ ସପ୍ତାହରେ ୩ ଦିନ, ଶୁକ୍ରବାର, ଶନିବାର ଏବଂ ରବିବାର ନିକିତା ଲିପୁନଙ୍କ ଘରକୁ ଆସିବେ। ଏହାକୁ କେନ୍ଦ୍ରକରି ସେଦିନ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାର ପରିଣାମ ଥିଲା ନିକିତାଙ୍କ ମୃତ୍ୟୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe