କଣ୍ଟିଲୋ : ନୀଳମାଧବଙ୍କ ଚନ୍ଦନ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ପଙ୍କୋଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ପୋଖରୀ ମଧ୍ୟରେ ଥିବା ମଣିଖୁମ୍ବରେ ଲାଗିଥିବା ନୀଳଚକ୍ର ଉଦ୍ଧାର ହୋଇଛି। ପୂର୍ବରୁ ପୋଖରୀ ମଧ୍ୟରେ ସୁଦୃଶ୍ୟ ମଣିଖୁମ୍ବ ସହ ଅଷ୍ଟଧାତୁଖଚିତ ନୀଳଚକ୍ର ଶୋଭାପାଉଥିଲା। ତେବେ ୮୦ ଦଶକରେ କାଳକ୍ରମେ ଏହା ପୋଖରୀ ମଧ୍ୟକୁ ଖସି ପଡ଼ିଥିଲା। ଆଜି ପଙ୍କୋଦ୍ଧାର ବେଳେ ଉକ୍ତ ମଣିଖୁମ୍ବ ଦୃଶ୍ୟମାନ ହୋଇଥିଲା। ଏହାକୁ ଦେଖିବାକୁ ଜନସାଧାରଣଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।
ଚନ୍ଦନପୋଖରୀରୁ ନୀଳଚକ୍ର ଉଦ୍ଧାର
Advertisment
Follow Us