ନୀଳଚକ୍ରର କୌଣସି କ୍ଷତି କରିନି ବାତ୍ୟା ‘ଫନି’

ନୀଳଚକ୍ରର କୌଣସି କ୍ଷତି କରିନି ବାତ୍ୟା ‘ଫନି’

Odisha Tour Guide

ଭୁବନେଶ୍ୱର: ନୀଳଚକ୍ରର କ୍ଷୟକ୍ଷତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମଙ୍ଗଳବାର ବଡ଼ ସୂଚନା ଦେଇଛନ୍ତି। ବାତ୍ୟା ଫନିରେ ନୀଳଚକ୍ରର କୌଣସି କ୍ଷତି ହୋଇନି। ପ୍ରଳୟଙ୍କରୀ ପବନରେ ନୀଳଚକ୍ର କ୍ଷତି ହୋଇଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ସମ୍ପୂର୍ଣ୍ଣ ଭୁଲ। ବାତ୍ୟାରେ ନୀଳଚକ୍ର ସମ୍ପୂର୍ଣ୍ଣ ଭାଗ ସୁରକ୍ଷିତ ଅଛି। ନୀଳଚକ୍ର ନଷ୍ଟ ହୋଇନି ବରଂ ନୀଳଚକ୍ର ଆଗରେ ଫୁସକି ଯାଇଛି। ନୀଳଚକ୍ରର କ୍ଷୟକ୍ଷତି ନେଇ ବିଭିନ୍ନ ସ୍ତରରୁ ଉଦବେଗ ପ୍ରକାଶ ପାଇବା ପରେ ନୀଳଚକ୍ରର ଅନୁଧ୍ୟାନ କରାଯାଇଥିଲା। ଡ୍ରୋନ ସାହାଯ୍ୟରେ ନୀଳଚକ୍ରର ଚର୍ତୁପାର୍ଶ୍ୱରୁ ଫଟୋ ନିଆଯାଇଥିଲା। ଆଉ ସବୁ ଫଟୋକୁ ଭଲକି ଅନୁଧ୍ୟାନ ପରେ ଜଣାପଡିଥିଲା କି ନୀଳଚକ୍ର କିମ୍ବା ମୁଖ୍ୟ ମନ୍ଦିରରେ କୌଣସି କ୍ଷତି ହୋଇନି ବରଂ ସବୁ ସୁରକ୍ଷିତ ଅଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ଏହା ସହ ଫନିରେ ଭାଙ୍ଗି ଯାଇଥିବା ଜୟବିଜୟ ମୂର୍ତ୍ତିକୁ ନୂଆ କରି ଲଗାଯିବ । ଆସନ୍ତା ୧୬ ତାରିଖରେ ନୂଆ ମୂର୍ତ୍ତି ଲାଗିବା ସହ ଖୁବ ଶୀଘ୍ର ଏହାକୁ ରଙ୍ଗ ଦିଆଯିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ତେବେ ବାତ୍ୟା ପରେ ଶ୍ରୀମନ୍ଦିର ଭିତରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ କଳ୍ପବଟ ମଧ୍ୟ ଭାଙ୍ଗି ଯାଇଥିଲା। ଆଉ ନୀଳଚକ୍ରରେ ମଧ୍ୟ ବଡ କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା ମାତ୍ର ଏଏସଆଇ ଦ୍ୱାରା ଡ୍ରୋନ ସାହାଯ୍ୟରେ କରାଯାଇଥିବା ଅନୁଧ୍ୟାନ ପରେ ସତ ସାମ୍ନାକୁ ଆସିଛି କି ନୀଳଚକ୍ର ସୁରକ୍ଷିତ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe