ଆଜି ବାହାରିବ ନୀଳାଚଳ ଅବଢ଼ା

Advertisment
ସିଂହାରି-ସୁଆର ମହାସୁଆର ସେବକ ବିବାଦ: ନଷ୍ଟ ହେଲା ୧୨ହଜାର ଲୋକଙ୍କ ମହାପ୍ରସାଦ

business.site

ପୁରୀ : ଦୀର୍ଘ ୧୨ ଦିନ ପରେ ଆଜିଠାରୁ ପୁଣିଥରେ ନୀଳାଚଳ ଅବଢ଼ା ଉପଲବ୍ଧ ହେବ। ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଭକ୍ତମାନେ ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ ମହାପ୍ରସାଦ ବଦଳରେ ଆଡ଼ପ ଅବଢ଼ା ପାଇ ଆସୁଥିଲେ। କିନ୍ତୁ ବାହୁଡ଼ା ପରଠାରୁ ମହାପ୍ରଭୁ ରଥାରୂଢ଼ ଥିବାରୁ ଭକ୍ତମାନେ ଅବଢ଼ାରୁ ବଞ୍ଚିତ ଥିଲେ। ମଙ୍ଗଳବାର ଦିନ ନୀଳଦ୍ରି ବିଜେ ପରେ ଭକ୍ତମାନେ ଆଜିଠାରୁ ଶ୍ରୀମନ୍ଦିରରେ ପ୍ରସ୍ତୁତ ଅବଢ଼ା ପାଇପାରିବେ।

ନୀଳାଚଳ ଅବଢ଼ାର ମହାତ୍ମ୍ୟ ଅନନ୍ୟ। ଯେହେତୁ ମହାପ୍ରଭୁ ୧୨ ଦିନ ପରେ ନୀଳାଦ୍ରି ବିଜେ କରିଛନ୍ତି, ସେହି ଦୃଷ୍ଟିରୁ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ ଷାଠିଏ ପଉଟି ଭୋଗ ପ୍ରସ୍ତୁତ ହେବ। ପ୍ରଥମେ ମହାପ୍ରଭୁଙ୍କୁ ଲାଗି ପରେ ଏହା ଭକ୍ତମାନଙ୍କ ପାଇଁ ଉପଲବ୍ଧ ହେବ। ରଥଯାତ୍ରା ସାରି ଫେରିବା ପରେ ମହାପ୍ରଭୁଙ୍କୁ ପ୍ରଥମ କରି ଯେଉଁ ଷାଠିଏ ପଉଟି ଭୋଗ ଲାଗି ହୋଇଥାଏ, ତାକୁ ନୀଳାଚଳ ଅବଢ଼ା କୁହନ୍ତି। ନୀଳାଚଳ ଅବଢ଼ାରେ ଭକ୍ତଙ୍କ ଆଗ୍ରହ ଥିବା ବେଳେ ପ୍ରତ୍ୟେକ ବର୍ଷ ଅବଢ଼ା ବାହାରିବା ବେଳକୁ ରାତି ହୋଇଯାଏ। ଯେହେତୁ ଏତେ ଦିନ ପରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିଛନ୍ତି, ତେଣୁ ଭକ୍ତମାନେ ନୀଳାଚଳ ଅବଢ଼ା ପାଇଁ ଭିଡ଼ ଲଗାଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe