ଶ୍ରଦ୍ଧାଳୁ ପାଇଲେ ନୀଳାଚଳ ଅବଢ଼ା, ଅଧିକ ଦର ଯୋଗୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ

Advertisment
୧୬ରୁ ଶ୍ରୀମନ୍ଦିରରେ ପହିଲିଭୋଗ ନୀତି: ରାତି ୨ରେ ଦ୍ବାରଫିଟା, ୧୧ରେ ପହୁଡ଼
ପୁରୀ : ଘୋଷଯାତ୍ରା ଶେଷ ପରେ ପୁଣିଥରେ ଖାଲି ପଡ଼ିଥିବା ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଉଠିଛି। ମହାପ୍ରଭୁଙ୍କ ଆଗମନ ପରେ ପୁଣିଥରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳଚହଳ ଆରମ୍ଭ ‌ହୋଇଛି। ଶ୍ରୀମନ୍ଦିରର ଦୖନନ୍ଦିନ ନୀତିକାନ୍ତି ଚଳଚଞ୍ଚଳ ହୋଇଛି। ସେପଟେ ରତ୍ନବେଦିକୁ ବିଜେ ପରେ ବୁଧବାର ଦିନ ନୀଳାଚଳ ଅବଢ଼ା ପାଇବାର ସୌଭାଗ୍ୟ ଅର୍ଜିଛନ୍ତି ଭକ୍ତ। ୧୨ ଦିନ ପରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଷାଠିଏ ପଉଟି ଭୋଗ ଲାଗିହୋଇଛି। ଘୋଷଯାତ୍ରା ପରେ ପ୍ରଥମ କରି ଶ୍ରୀମନ୍ଦିରରୁ ବାହାରୁଥିବା ଅବଢ଼ାକୁ ନୀଳାଚଳ ଅବଢ଼ା କୁହାଯାଉଥିବା ବେଳେ ଏହି ଅବଢ଼ା ନେବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। କିନ୍ତୁ ମହାପ୍ରସାଦ ବାହାରିବାରେ ବିଳମ୍ବ ଓ ଦର ଅଧିକ ଥିବାରୁ ଭକ୍ତମାନେ ନିରାଶ ହୋଇଛନ୍ତି। ଯେଉଁମାନେ ପୂରା ପରିବାର ପିଛା ମହାପ୍ରସାଦ ନେବାକୁ ମନସ୍ତ କରିଥିଲେ, ସେମାନେ ଅଳ୍ପ କିଛି ମହାପ୍ରସାଦ କିଣି ଘରକୁ ଫେରିଛନ୍ତି।

ସୁଦର୍ଶନଙ୍କ ରୁନ୍ଧା ପରେ ୧୦ଟାରେ ଆରମ୍ଭ ହେଲା ଦୈନିକ ନୀତିକାନ୍ତି
୧୨ ଦିନ ପରେ ଶ୍ରୀମନ୍ଦିରରୁ ବାହାରିଲା ଅବଢ଼ା

publive-image business.site

ମଙ୍ଗଳବାର ରାତି ୧୨ଟାରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଶେଷ ପରେ ରାତି ୧୨ଟାରେ ୧୫ରେ ଗଇଁଠାଳ ବନ୍ଦାପନା ପରେ ବୁଧବାର ସକାଳ ୫ଟାରେ ତିନି ଠାକୁରଙ୍କ ରୁନ୍ଧା ଶେଷ ହୋଇଥିଲା। ପରେ ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା, ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଥିଲା। ୫ଟା ୪୦ରେ କୋଠ ସୁଆଁସିଆମାନେ ଚାରମାଳ ଫିଟା ପାଇଁ ପ୍ରବେଶ କରିଥିଲେ। ‌ସକାଳ ୭ଟା ୪୦ରେ କୋଠ ସୁଆଁସିଆମାନେ ବାହାରିବା ପରେ ୭ଟା ୪୫ରେ ଶ୍ରୀମୁଖ ଖଣ୍ଡୁଆ ବାହାରିଥିଲା। ଶେଷରେ ସକାଳ ୮ଟା ୫ରେ ଶ୍ରୀସୁଦର୍ଶନଙ୍କ ରୁଦ୍ଧା ‌ଶେଷ ହୋଇଥିଲା। ଏହା ପରେ ବୁଧବାରର ନୀତିକାନ୍ତି ଆରମ୍ଭ ହୋଇଥିଲା। ପୂର୍ବାହ୍ଣ ୧୦ଟାରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ବଢ଼ିଥିଲା। ଅପରାହ୍ଣ ୩ଟା ୨୫ରେ ସକାଳ ଧୂପ ଶେଷ ପରେ ୪ଟା ୪୫ରେ ଭୋଗମଣ୍ଡପ ଉଠିଥିଲା। କିନ୍ତୁ ସେବକଙ୍କ ଭିତରେ କିଛି ବିବାଦ ଯୋଗୁ ଭୋଗମଣ୍ଡପ ୬ଟା ୨୫ରୁ ୬ଟା ୩୫ ଭିତରେ ବାହାରିଥିଲା। ପରେ ଭକ୍ତମାନେ ନୀଳାଚଳ ଅବଢ଼ା ପାଇବାର ସୌଭାଗ୍ୟ ଅର୍ଜିଥିଲେ। କିନ୍ତୁ ଅବଢ଼ା ଦର ଯେଉଁଭଳି ଉଚ୍ଚା ରହିଥିଲା, ତାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଯେଉଁ ମହାପ୍ରସାଦ କୁଡ଼ୁଆ ଦର ଅଢ଼େଇ ଶହରୁ ୩ଶହ ଟଙ୍କାରେ ବିକ୍ରି ହେବା କଥା ତାହା ବୁଧବାର ଦିନ ୬ଶହରୁ ୭ଶହ ଟଙ୍କାରେ ବିକ୍ରି ହୋଇଛି। ଛୋଟ ଓଳି ମହାପ୍ରସାଦ ଶହେ ଟଙ୍କାରେ ବିକ୍ରି ହୋଇଛି। ପ୍ରଶାସନିକ ଲଗାମ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ଅଭିଯୋଗ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe