ଦରମା ନ ପାଇ ଆତ୍ମହତ୍ୟା କଲେଣି ନୀଳାଚଳ ଇସ୍ପାତ ନିଗମ କର୍ମଚାରୀ: ପ୍ରୀତି ଘଡ଼େଇ

Advertisment
୫ବର୍ଷରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୮୫,୯୯୮ ଇଞ୍ଜିନିୟରିଂ ଡିଗ୍ରି

Facebook

ଭୁବନେଶ୍ୱର : କ୍ଷତିରେ ଚାଲୁଛି ବୋଲି ଯାଜପୁର ସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ରୁ ପୁଞ୍ଜି ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ଫେବ୍ରୁଆରି ମାସରୁ କମ୍ପାନିର ହଜାର ହଜାର କର୍ମଚାରୀ ଦରମା ପାଇନାହାନ୍ତି। ଦୀର୍ଘ ୬ ମାସରୁ ଅଧିକ ଦିନ ଧରି ଦରମା ନ ପାଇ ମାନସିକ ଦୁଶ୍ଚିନ୍ତା ଯୋଗୁ ଜଣେ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। କମ୍ପାନି ଉପରେ ନିର୍ଭର କରୁଥିବା ୫ ହଜାରରୁ ଅଧିକ ପରିବାର ଏବେ ଘୋର ଆର୍ଥିକ ଅନାଟନ ଶିକାର ହୋଇ ଅନାହାର ମୃତ୍ୟୁ ଅପେକ୍ଷାରେ ରହିଲେଣି। ଆଜି ଶୂନ୍ୟକାଳରେ ବୈଧାନିକ ପ୍ରଶ୍ନ ଜରିଆରେ ଗୃହରେ ଉଦବେଗ ପ୍ରକାଶ କରି ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ବିଜେଡିର ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ। ସେ କହିଥିଲେ, କମ୍ପାନି ପାଖରେ ଗଚ୍ଛିତ ଉତ୍ପାଦକୁ ବିକ୍ରି କରି କର୍ମଚାରୀଙ୍କ ଦରମା ଦିଆଯାଇପାରିବ। ଏଥିପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ଘଡ଼େଇଙ୍କୁ ସମର୍ଥନ କରି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଅନ୍ତରାଷ୍ଟ୍ରୀୟ ବଜାରରେ ଇସ୍ପାତର ଚାହିଦା କମିନି। ଏ ଦୃଷ୍ଟିରୁ ରାଜ୍ୟର ଗୌରବ ନୀଳାଚଳ ଇସ୍ପାତ ନିଗମକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe