ନୀଳାଚଳର ଶୁଣାଣି ଆଜି

Advertisment
ନୀଳାଚଳର ଶୁଣାଣି ଆଜି

Image Courtesy of BizzBuzz

ଯାଜପୁରସଦର : ଜାତୀୟ ଜନଜାତି ଆୟୋଗରେ ଆଜି ନୀଳାଚଳ ଇସ୍ପାତ କର୍ମଚାରୀଙ୍କ ସମସ୍ୟାକୁ ନେଇ ଶୁଣାଣି କରାଯିବ। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାକୁ ଟାଟା କିଣିନେଇଛି। ମାତ୍ର ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସମସ୍ୟାକୁ ନେଇ ପୂର୍ବରୁ ଜାତୀୟ ଜନଜାତି ଆୟୋଗରେ ଅଭିଯୋଗ ହୋଇଥିଲା। ଆସନ୍ତାକାଲି ଏହାର ଶୁଣାଣି ପରେ ରାୟ ପ୍ରକାଶ ପାଇବ। ଏଥିରେ ଯାଜପୁର ଜିଲ୍ଲା ପ୍ରଶାସନ, ନୀଳାଚଳ କର୍ତ୍ତୃପକ୍ଷ, ଏମ୍‌ଏମ୍‌ଟିସି କର୍ତ୍ତୃପକ୍ଷ ନିଜ ନିଜର ପକ୍ଷ ରଖିବାକୁ ନୋଟିସ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଥିବା ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପରିଚାଳନାଗତ ତ୍ରୁଟି କାରଣରୁ କ୍ଷତିରେ ଚାଲିଥିଲା। କାରଖାନାକୁ ସରକାର ୨୦୨୨ ଜାନୁଆରି ୩୧ ତାରିଖରେ ଟାଟାକୁ ବିକ୍ରି କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe