ଭାଇ, ଭଉଣୀ ଓ ସୁଦର୍ଶନଙ୍କ ସହ ମହାବାହୁଙ୍କ ନୀଳାଦ୍ରିବିଜେ

ଭାଇ, ଭଉଣୀ ଓ ସୁଦର୍ଶନଙ୍କ ସହ ମହାବାହୁଙ୍କ ନୀଳାଦ୍ରିବିଜେ

Sambad

ଜୟପୁର: ରବିବାର ରାତି ସାଢ଼େ ୧୨ଟା ପରେ ଭାଇ, ଭଉଣୀ ଓ ସୁଦର୍ଶନଙ୍କୁ ନେଇ ନୀଳାଦ୍ରିବିଜେ କରିଥିଲେ ଜଗତର ନାଥ। ପରଦିନ ବାଙ୍କମଠରୁ ବାହାରି ସୌରାସାହି ଛକ ଚୈତନ୍ୟ ମନ୍ଦିର ନିକଟରେ ଅଟକିଥିଲେ ମହାବାହୁ। ମଧ୍ୟାହ୍ନ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ରଥ ସାଢ଼େ ୬ଟାରେ ପହଞ୍ଚିବା ପରେ ସର୍ବସାଧାରଣ ଦର୍ଶନ ପାଇଁ ଛଡ଼ାଯାଇଥିଲା। ରାତିରେ ସାଢ଼େ ୧୨ଟାରେ ଚତୁର୍ଦ୍ଧାବିଗ୍ରହଙ୍କୁ ଗୋଟି ପହଣ୍ଡି କରି ନିଳାଦ୍ରିବିଜେ କରାଯାଇଥିଲା। ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ଓ ବଚନିକା ହୋଇଥିଲା। ମା’ ଲକ୍ଷ୍ମୀଙ୍କୁ ମହାପ୍ରଭୁ ଜଗନ୍ନାଥ ଭେଟି ଦେବା ପରେ ସିଂହାସନକୁ ବିଜେ କରିଥିଲେ।

ମହାସ୍ନାନ ଓ ଅନ୍ନଭୋଗ ଆଦି ସାଢ଼େ ୪ଟାରେ କରାଯାଇଥିଲା। ଏହାପରେ ପହଡ଼ ପଡ଼ିଥିଲା। ସୋମବାର ସକାଳୁ ଶ୍ରୀଜିଉଙ୍କୁ ସର୍ବସାଧାରଣ ଦର୍ଶନ ମିଳିଥିଲା। ଦିନ ତମାମ ବର୍ଷା ଝିପିଝିପି ଲାଗି ରହିଥିବା ସତ୍ବେ ସବୁ ରୀତିନୀତି ଠିକ ସମୟରେ ସମାପନ ହୋଇଥିଲା। ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଦେବୋତ୍ତର ପରିଚାଳନା କମିଟି ସଭାପତି ଲାଲମୋହନ ମିଶ୍ର, ପୂଜକ ଡମ୍ବରୁ ଧର ପଣ୍ଡା, ଜଗନ୍ନାଥ ତ୍ରିପାଠୀ (ମାଲୁ)ଙ୍କ ସହ ପ୍ରମୁଖ ସେବାୟତ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe