ଭାଲୁ ସହ ଲଢ଼େଇ କରି ଜୀବନ ବଞ୍ଚାଇଲେ ଯୁବକ

Advertisment
ଭାଲୁ ସହ ଲଢ଼େଇ କରି ଜୀବନ ବଞ୍ଚାଇଲେ ଯୁବକ

ନୀଳଗିରି: ଜଙ୍ଗଲୀ ଭାଲୁଙ୍କ କବଳରୁ ଅଳ୍ପକେ ବର୍ତ୍ତିଛନ୍ତି ନୀଳଗିରି ବ୍ଲକ୍ ଭାଲୁକାଶୁଣି ଗ୍ରାମର ଲକ୍ଷ୍ମଣ ସିଂ (୩୫)। ଭାଲୁ ଆକ୍ରମଣରେ ସେ କ୍ଷତାକ୍ତ ହୋଇଥିଲେ ବି ସାହସର ସହିତ ଲଢ଼େଇ କରି ନିଜ ଜୀବନ ବଞ୍ଚାଇଛନ୍ତି।

ସୂଚନା ମୁତାବକ, ଗୁରୁବାର ଭୋର୍‌ ସମୟରେ ଭାଲୁକାଶୁଣି ଗ୍ରାମର ଲକ୍ଷ୍ମଣ ସିଂ (୩୫) ଶୌଚ ହେବା ପାଇଁ ତାଙ୍କ ଘର ନିକଟ ଜମିକୁ ଯାଇଥିଲେ। ଏହି ସମୟରେ ହଠାତ ଦୁଇଟି ବଡ଼ ଭାଲୁ ତାଙ୍କ ଉପରକୁ ଝାମ୍ପି ପଡ଼ିଥିଲେ। ତେବେ ଲକ୍ଷ୍ମଣ ଏଥିରେ ବିଚଳିତ ନ ହୋଇ ଧରିଥିବା ଠେଙ୍ଗାରେ ପାଲଟା ଆକ୍ରମଣ କରିଥିଲେ। ଲକ୍ଷ୍ମଣଙ୍କ ଭୟଙ୍କର ରୂପ ଓ ତାଙ୍କ ଠେଙ୍ଗାର ଶକ୍ତ ପ୍ରହାରରେ ଅସ୍ତବ୍ୟସ୍ତ ହୋଇ ଭାଲୁ ଦୁଇଟି ତାଙ୍କୁ ଛାଡ଼ି ଜଙ୍ଗଲକୁ ପଳାଇଥିଲେ। ଭାଲୁ ଆକ୍ରମଣରେ ଲକ୍ଷ୍ମଣଙ୍କ ହାତ ଓ ଗୋଡ଼ରେ ଗଭୀର କ୍ଷତ ହୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ନୀଳଗିରି ଡାକ୍ତରଖାନା ନେଇଥିଲେ। ଲକ୍ଷ୍ମଣଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe