କଣ୍ଟିଲୋ : ରବିବାର ଅପରାହ୍ନରେ ହଠାତ୍ ୧ ଘଣ୍ଟା ଧରି ଝଡିବର୍ଷା ସହ ବଜ୍ରାଘାତ ହେବା ଫଳରେ କଣ୍ଟିଲୋର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି। କାଳବୈଶାଖୀ ପ୍ରଭାବରେ ନୀଳମାଧବ ମନ୍ଦିର ଭୋଗ ମଣ୍ତପ ଦଧିନଉତି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଦଧିନଉତି ଚୂଡାରେ ଫାଟ ସୃଷ୍ଟି ହେବା ସହ କିଛି ଅଂଶ ଭାଙ୍ଗିଯାଇ ତଳେ ପଡିଯାଇଥିଲା। ଏଥିସହ ମନ୍ଦିର ବାନା ମଧ୍ୟ ଉଡିଯାଇଥିଲା। ଏହା ଜଣାପଡିବା ପରେ ଦେବୋତ୍ତର ମ୍ୟାନେଜର ହରିହର ଦାଶ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ପ୍ରତ୍ନତତ୍ତ୍ବ ବିଭାଗକୁ ଅବଗତ କରାଯିବ ବୋଲି କହିଛନ୍ତି।
କାଳବୈଶାଖୀରେ ଭାଙ୍ଗିଲା ନୀଳମାଧବଙ୍କ ଭୋଗମଣ୍ତପ ଚୂଡ଼ା
Advertisment
Follow Us