Nilamadhav area will become a world-class tourist destination: Chief Minister
ନୟାଗଡ଼: ନୟାଗଡ଼ ଜିଲ୍ଲା କଣ୍ଟିଲୋଠାରେ ‘‘ଭାରତ ବିଶ୍ୱାବସୁ ଶବର ସମାଜ’’ ପ୍ରତିଷ୍ଠା ଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି।
ଓଡ଼ିଶାର କଂସା ବାସନ ଓ ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧ ଏଇ କଣ୍ଟିଲୋ ମାଟିରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କ ଆଗମନ, ଏହି ସମାରୋହକୁ ଆହୁରି ଭବ୍ୟ ଏବଂ ସୁରମ୍ୟ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଏହି ଅଞ୍ଚଳ କିପରି ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ସେଥିନେଇ ଉଦ୍ୟମ ଜାରି ରହିବ।
ଅଧିକ ପଢ଼ନ୍ତୁ: ୨୦୨୦ ରୁ ୨୦୨୪ ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହ ମାମଲାରେ ହ୍ରାସ
ମନ୍ଦିରର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପରିଚାଳନା ପାଇଁ ଟଙ୍କାର ଅଭାବ ରହିବ ନାହିଁ। ଜିଲ୍ଲାପାଳଙ୍କୁ ମଧ୍ୟ ପୁନର୍ବାର ଏକ ଡିପିଆର ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନୀଳମାଧବ କ୍ଷେତ୍ରକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଏବଂ ଆଧ୍ୟାତ୍ମିକ, ଧାର୍ମିକ ସ୍ଥଳ କରିବା ପାଇଁ ଯାହା ଆବଶ୍ୟକ ହେବ ସରକାର ଆଗାମୀ ଦିନରେ ସବୁ କରିବେ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଅଧିକ ପଢ଼ନ୍ତୁ: ନକଲି ଔଷଧ ଏବଂ ଟିକାକରଣ କାର୍ଯ୍ୟରେ କୌଣସି ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ନାହିଁ
Nayagarh
Follow Us