image source-new indian express
ନୀଳଗିରି: ବାଲେଶ୍ବର ଜିଲ୍ଲାର ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିବାର ଅଭିଯୋଗ ହୋଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନରେ ବି ରୋଗୀକୁ ମିଳିନି ସମ୍ମାନ। ଏପରିକି ଦିନଦିପହରେ ସର୍ବସାଧାରଣଙ୍କ ସମ୍ମୁଖରେ ରୋଗୀଙ୍କୁ ଟ୍ରଲିରେ ପରିବାର ଲୋକେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି।
ଏପରି ଦୁଃଖଦାୟକ ଘଟଣା ଘଟିଛି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫୦୦ମିଟର ଦୂରରେ। ସୂଚନା ଅନୁଯାୟୀ, ନୀଳଗିରି ଏନ୍ଏସି ଅଧୀନସ୍ଥ ୮ନଂ ଓ୍ବାର୍ଡ ଗୁଡ଼ିଖାଣିଆ ଗ୍ରାମର ପାଗୁଲୁ ବିନ୍ଧାଣି (୫୦) ୨ ଦିନ ଧରି ଘରେ ଅସୁସ୍ଥ ଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବା ପରେ ପରିବାର ଲୋକଙ୍କ ପାଖରେ ମୋବାଇଲ ନ ଥିବାରୁ ସେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରୁ ବଞ୍ଚିତ ହୋଇଥିଲେ। ଏହାପରେ ପରିବାର ଲୋକେ କିଛି ଉପାୟ ନ ପାଇ ଏକ ଟ୍ରଲି ଯୋଗେ ପାଗୁଲୁଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଏବେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ପାଗୁଲୁ ବିନ୍ଧାଣିଙ୍କ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।
Follow Us