ବେଆଇନ କାରବାରରେ ଲିପ୍ତ ସାନ ଭାଇ ସହ ଗିରଫ ହେଲେ ନିମାପଡ଼ା ତହସିଲଦାର

Advertisment
ବେଆଇନ କାରବାରରେ ଲିପ୍ତ ସାନ ଭାଇ ସହ ଗିରଫ ହେଲେ ନିମାପଡ଼ା ତହସିଲଦାର

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଓ ତାଙ୍କର ସାନଭାଇ ଲକ୍ଷ୍ମଣ ଜେନାକୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଦୁଇ ଭାଇଙ୍କ କାରବାର ସଂପର୍କରେ ଭିଜିଲାନ୍ସ ବିଭାଗକୁ ସୂଚନା ମିଳିଥିଲା। ଦୁର୍ନୀତି କାରବାରରେ ରାମଚନ୍ଦ୍ରଙ୍କୁ ଲକ୍ଷ୍ମଣ ସହଯୋଗ କରି ଆସୁଥିଲେ। ଭାଇ ରାମଚନ୍ଦ୍ରଙ୍କ ଠାରୁ ଟଙ୍କା ଆଣି ଲକ୍ଷ୍ମଣ ବ୍ୟାଙ୍କରେ ରଖୁଥିଲେ। ଗତକାଲି ଲକ୍ଷ୍ମଣ ସାଢ଼େ ୪ ଲକ୍ଷ ଟଙ୍କା ରାମଚନ୍ଦ୍ରଙ୍କ ଠାରୁ ଆଣିଥିଲେ। ଭିଜିଲାନ୍ସ ଟିମ୍‌ର ପଚରାଉଚରା ବେଳେ ଗତ ସେପ୍ଟେମ୍ବର ମାସରେ ୧୦ ଲକ୍ଷ ଟଙ୍କା ଆଣିଥିବା ଲକ୍ଷ୍ମଣ ସ୍ୱୀକାର କରିଥିଲେ। ୩ ଥରରେ ସେ ଭାଇଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଆଣିଥିଲେ।

publive-image

୨୦୦୨ରେ ଟ୍ରକ୍‌ ହେଲ୍‌ପର ଥିବା ଲକ୍ଷ୍ମଣ ଜେନାଙ୍କ ବର୍ତ୍ତମାନ କିଛି ବ୍ୟକ୍ତିଗତ ସ୍ତରରେ ରୋଜଗାର ନାହିଁ। କିନ୍ତୁ ସେ ଅସତ୍‌ ଉପାୟରେ ଉପାର୍ଜିତ ଟଙ୍କାକୁ ସଂଗ୍ରହ କରୁଥିଲେ। ରୋଜଗାର କିଛି ନଥିଲେ ମଧ୍ୟ ଲକ୍ଷ୍ମଣଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ରହୁଥିଲା।

ନିମାପଡା ତହସିଲଦାର ରାମଚଦ୍ର ଜେନାଙ୍କୁ ଆଜି କଟକ ଭିଜିଲାସ ଟିମ୍‌ ତାଙ୍କ ସରକାରୀ ବସଭାବନରୁ ଗିରଫ କରିବା ସହ ୫୦ ହଜାର ଟଙ୍କା ଜବତ କରିଛି। ସୂଚନାଯୋଗ୍ୟ ତହସିଲଦାର ରାମଚଦ୍ର ଜେନାଙ୍କୁ ଗଜପତି ଜିଲ୍ଲାପାଳଙ୍କ ଅଫିସକୁ ଡେପୁଟି ସବ କଲେକଟର ଭାବେଗତ ୩୦ରେ ବଦଳି କରାଯାଇଛି। ଆଜି ସେ କାର୍ଯ୍ୟଭାର ହସ୍ତାନ୍ତର କରିଥାନ୍ତେ।

ଭିଜିଲାନ୍ସ ଟିମ୍‌ର ତଦନ୍ତ ସମୟରେ ରାମଚନ୍ଦ୍ର ଜେନାଙ୍କ ନାଁରେ ୫ଟି ପାନ୍‌କାର୍ଡ ଥିବା ଜଣାପଡ଼ିଛି। ଏଥିରୁ ୧୯୭୦ ମସିହାରେ ୩ଟି କାର୍ଡ ଜାରି ହୋଇଥିବା ବେଳେ ୧୯୭୧ ଓ ୧୯୭୨ ମସିହାରେ ଅନ୍ୟ ୨ଟି ଜାରି ହୋଇଥିଲା। ସେହିପରି ୩ଟି ପାନକାର୍ଡରେ ରାମଚନ୍ଦ୍ରଙ୍କ ପିତା ଖଗେଶ୍ୱର ଜେନା ଉଲ୍ଲେଖ ଥିବା ବେଳେ ଅନ୍ୟ ୨ଟିରେ ବୈଷ୍ଣବ ଜେନା ଓ ନାରାୟଣ ଜେନା ରହିଛି। ୫ଟି ପାନ୍‌କାର୍ଡରେ ଜନ୍ମତାରିଖ ଭିନ୍ନ ଭିନ୍ନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe