ଝାରସୁଗୁଡ଼ା ରୋଡ୍ ଷ୍ଟେସନରେ ଭଙ୍ଗାରୁଜା, ୯ ଅଟକ

ରେଳ ଲାଇନ୍‌ ପାର୍‌ କରିବା ସମୟରେ ଟ୍ରେନ୍‌ ଧକ୍କାରେ ଚାଲିଗଲା ୨ ଅଜଣା ଯୁବକଙ୍କ ଜୀବନ

India Rail Info

ଝାରସୁଗୁଡ଼ା : ବାମରାଠାରେ ରେଳରୋକ ଯୋଗୁ ୯ଟି ଟ୍ରେନ୍ ସିଧାସଳଖ ପ୍ରଭାବିତ ହୋଇଥିବା ବେଳେ ଅନେକ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା। ଝାରସୁଗୁଡ଼ା ରୋଡ୍ ଷ୍ଟେସନଠାରେ ଦୀର୍ଘସମୟ ଧରି ଟ୍ରେନ୍ ଅଟକି ରହିବା ପରେ ବି ଯାତ୍ରୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାନଯାଇ ପଛରେ ଆସିଥିବା ଟ୍ରେନକୁ ଛାଡ଼ି ଦିଆଯାଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ଯାତ୍ରୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଯାତ୍ରୀମାନେ ପୁରୀ-ବିକାନେର ଟ୍ରେନ୍ ସମ୍ମୁଖରେ ଛିଡ଼ାହୋଇ ଧାରଣା ଦେଇଥିବା ବେଳେ ଷ୍ଟେସନ ପରିସରରେ ଭଙ୍ଗାରୁଜା କରିଥିଲେ। ଏନେଇ ଷ୍ଟେସନମାଷ୍ଟର ବିଷ୍ଣୁ ନନ୍ଦୀଙ୍କ ଏତଲା ଆଧାରରେ ଜିଆରପି ପୁଲିସ୍ ଏକ ମାମଲା ରୁଜୁ କରି ୯ ଯାତ୍ରୀଙ୍କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe