ଦଶହରା ଛୁଟି ପରେ ନବମ, ଦଶମ ଷାଣ୍ମାସିକ ପରୀକ୍ଷା

Advertisment

ଚଳିତ ବର୍ଷ ଅକ୍ଟୋବର ୪ରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବ୍ଲକ୍‌ସ୍ତରୀୟ ସୁରଭି, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ପ୍ରାଥମିକ ବିଦ୍ୟାଳୟରେ ସ୍କ୍ରିମାଟିକ୍ ଶିକ୍ଷକ ନିଯୁକ୍ତି ମେଳା ଆଦି ସରକାରୀ କାର୍ଯ୍ୟକ୍ରମ...

ଚଳିତ ବର୍ଷ ଅକ୍ଟୋବର ୪ରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବ୍ଲକ୍‌ସ୍ତରୀୟ ସୁରଭି, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ପ୍ରାଥମିକ ବିଦ୍ୟାଳୟରେ ସ୍କ୍ରିମାଟିକ୍ ଶିକ୍ଷକ ନିଯୁକ୍ତି ମେଳା ଆଦି ସରକାରୀ କାର୍ଯ୍ୟକ୍ରମ...

ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ର ବି ଲିକ୍‌! ଅସ୍ବୀକାର କଲେ ବୋର୍ଡ କର୍ତ୍ତୃପକ୍ଷ

କଟକ: ଚଳିତ ବର୍ଷ ଅକ୍ଟୋବର ୪ରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବ୍ଲକ୍‌ସ୍ତରୀୟ ସୁରଭି, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ପ୍ରାଥମିକ ବିଦ୍ୟାଳୟରେ ସ୍କ୍ରିମାଟିକ୍ ଶିକ୍ଷକ ନିଯୁକ୍ତି ମେଳା ଆଦି ସରକାରୀ କାର୍ଯ୍ୟକ୍ରମ ପାଇଁ ଅର୍ଦ୍ଧବାର୍ଷିକ ପରୀକ୍ଷାକୁ ଦଶହରା ଛୁଟି ପରେ କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟର ପ୍ରାୟ ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଏହି ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଏହି ପରୀକ୍ଷା ପାଇଁ ଓଷ୍ଟା ପ୍ରଶ୍ନପତ୍ର ପ୍ରସ୍ତୁତ କରି ଓଡ଼ିଶାର ପ୍ରତି ଜିଲ୍ଲାର ପ୍ରଶ୍ନପତ୍ର ବିତରଣ କେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରିଛି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ସୂଚନା ଦେଇଛନ୍ତି।

ଚଳିତବର୍ଷ ଓଷ୍ଟା ପକ୍ଷରୁ ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ପ୍ରଶ୍ନପତ୍ର ବୋର୍ଡ ନିର୍ଦ୍ଧାରିତ ମୂଲ୍ୟାୟନ ଅନୁସାରେ ପ୍ରସ୍ତୁତ କରାଯାଇଛି। ଏହି ପରୀକ୍ଷା ପାଇଁ ଇଣ୍ଡେଣ୍ଟ ଫର୍ମକୁ ନିର୍ଭୁଲ ଭାବେ ପୂରଣ କରି ଓଷ୍ଟା ୱେବ୍‌ସାଇଟ୍‌ ossta.org.in କିମ୍ବା ପରୀକ୍ଷା ମେଲ୍ osstaexamination@gmail.comରେ ପଠାଇବାକୁ ଓଷ୍ଟା ପକ୍ଷରୁ ଅନୁରୋଧ କରାଯାଇଛି। ଯେଉଁ ବିଦ୍ୟାଳୟ ପ୍ରଶ୍ନପତ୍ର ନେବା ପାଇଁ ଇଣ୍ଡେଣ୍ଟ୍ ବିଭିନ୍ନ ମାଧ୍ୟମରେ ଓଷ୍ଟା କାର୍ଯ୍ୟାଳୟକୁ ପଠାଇ ସାରିଛନ୍ତି, ସେମାନେ ପୁନର୍ବାର ପଠାଇବାର ଆବଶ୍ୟକତା ନାହିଁ। ଅଷ୍ଟମ, ନବମ ଓ ଦଶମ ଅର୍ଦ୍ଧବାର୍ଷିକ ପରୀକ୍ଷା କାର୍ଯ୍ୟସୂଚୀ ଅକ୍ଟୋବର ୫ ଓ ୬ରେ ଅନୁଷ୍ଠିତ ହେବାକୁ ଥ‌ିବା କାର୍ଯ୍ୟକାରୀ କିମିଟି ବୈଠକର ନିଷ୍ପତ୍ତି ପରେ ବିଦ୍ୟାଳୟକୁ ଜଣାଇ ଦିଆଯିବ। ଏହି ପରୀକ୍ଷାର ପ୍ରଶ୍ନପତ୍ର ପୂର୍ବବର୍ଷ ଭଳି ବୁକ୍‌ଲେଟ୍‌ ଆକାରରେ ଯୋଗାଇ ଦିଆଯିବ।

ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରଥମ ୧ ଘଣ୍ଟା ଓଏମ୍‌ଆର୍‌ ଉତ୍ତରଫର୍ଦ୍ଦରେ ଓ ପରବର୍ତ୍ତୀ ୧ଘଣ୍ଟା ୩୦ମିନିଟ୍ ଦୀର୍ଘଉତ୍ତରମୂଳକ ବିଭାଗର ପରୀକ୍ଷା କରାଯିବ। ସେପ୍ଟେମ୍ବର ଶେଷ ସୁଦ୍ଧା ପଢ଼ାଯାଇଥିବା ପାଠ୍ୟକ୍ରମରୁ ପ୍ରଶ୍ନ ଆସିବ। ଚଳିତ ବର୍ଷ ହିନ୍ଦୀ ଓ ସଂସ୍କୃତର ପ୍ରଶ୍ନପତ୍ର ପାଇଁ ଗୋଟିଏ ବୁକ୍‌ଲେଟ୍ ରହିଛି। ଏହି ପ୍ରଶ୍ନପତ୍ର ପ୍ୟାକେଟ୍ ପରୀକ୍ଷା ଆରମ୍ଭର ଦୁଇଦିନ ପୂର୍ବରୁ ପ୍ରଶ୍ନପତ୍ର ବିତରଣ କେନ୍ଦ୍ରରେ ପହଞ୍ଚିବ। ଏହି ପରୀକ୍ଷା ପରିଚାଳନାରେ ଗୋପନୀୟତା, ସ୍ୱଚ୍ଛତା ଓ ସଫଳତା ପାଇଁ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ବାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷା ପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି, ପରୀକ୍ଷା ପରିଚାଳନା ସଂପାଦକ ନିର୍ମଳ କୁମାର ଜେନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe