ଆଜିଠୁ ନବମ ଶ୍ରେଣୀ ସମ୍ମେଟିଭ୍‌ ଆସେସ୍‌ମେଣ୍ଟ ପରୀକ୍ଷା

Advertisment

୪୦ ନମ୍ବରରୁ ୨୦ ସବଜେକ୍ଟିଭ୍‌, ୨୦ ଅବଜେକ୍ଟିଭ୍‌

୪୦ ନମ୍ବରରୁ ୨୦ ସବଜେକ୍ଟିଭ୍‌, ୨୦ ଅବଜେକ୍ଟିଭ୍‌

ଏଣିକି ପୁରୁଣା ପଦ୍ଧତିରେ ହେବ ମାଟ୍ରିକ୍‌ ପରୀକ୍ଷା

Sambad English

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ନବମ ଶ୍ରେଣୀ ସମ୍ମେଟିଭ୍‌ ଆସେସ୍‌ମେଣ୍ଟ(ଏସ୍‌.ଏ.)-୧ ପରୀକ୍ଷା ୨୬ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ପରୀକ୍ଷାର୍ଥୀମାନେ ନିଜ ସ୍କୁଲ୍‌ରେ ପରୀକ୍ଷା ଦେବେ। ଦିନକୁ ଦୁଇଟି ବିଷୟରେ ପରୀକ୍ଷା ହେବ। ପ୍ରତି ବିଷୟରେ ମୋଟ ୪୦ ନମ୍ବର ପରୀକ୍ଷା କରାଯିବ। ଏହି ୪୦ ନମ୍ବରରୁ ୨୦ ନମ୍ବର ସ˚କ୍ଷିପ୍ତ (ଅବ୍‌ଜେକ୍ଟିଭ୍‌) ଓ ଆଉ ୨୦ ନମ୍ବର ବିଷୟ ଭିତ୍ତିକ (ସବ୍‌ଜେକ୍ଟିଭ୍‌) ପରୀକ୍ଷା ହେବ। ପରୀକ୍ଷାର ସମୟ ୧ ଘଣ୍ଟା ରହିବ। ପ୍ରଥମ ସିଟି˚ ପରୀକ୍ଷା ୯ଟାରୁ ୧୦ ଟା ଏବ˚ ଦ୍ବିତୀୟ ସିଟି˚ ପରୀକ୍ଷା ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ ସକାଳ ୮ଟାରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ୮ଟା ୫୦ ମିନିଟ୍‌ରେ ସେମାନଙ୍କୁ ପ୍ରଶ୍ନପତ୍ର ମିଳିବ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କ ପାଇଁ ବିଶ୍ରାମ ସମୟ ରହିବ। ଦ୍ବିତୀୟ ସିଟି˚ ପରୀକ୍ଷା ୧୧ଟାରୁ ଆରମ୍ଭ ହେବ। ପ୍ରଥମ ସିଟି˚ ପରୀକ୍ଷା ଖାତା ୧୦ଟା ୨୦ମିନିଟ୍‌ରେ ପ୍ୟାକି˚ ହେବ ଓ ଦ୍ବିତୀୟ ସିଟି˚ ପରୀକ୍ଷା ଖାତା ୧୨ଟା ୨୦ ମିନିଟ୍‌ରେ ପ୍ୟାକି˚ କରାଯାଇ ୧ଟା୩୦ ମିନିଟ୍‌ ମଧ୍ୟରେ ନ୍ୟୁଟ୍ରାଲ ସ୍କୁଲ୍‌ରେ ପହଞ୍ଚିବ। ନ୍ୟୁଟ୍ରାଲ ସ୍କୁଲ୍‌ରେ ଏହି ଖାତାଗୁଡ଼ିକୁ ମୂଲ୍ୟାୟନ କରାଯିବ।

୨୬ ତାରିଖ ଦିନ ପ୍ରଥମ ସିଟି˚ରେ ଦ୍ବିତୀୟ ଭାଷା (ଇ˚ରାଜୀ, ହିନ୍ଦୀ) ଏବ˚ ଦ୍ବିତୀୟ ସିଟି˚ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ୨୯ ତାରିଖ ଦିନ ପ୍ରଥମ ସିଟି˚ରେ ତୃତୀୟ ଭାଷା (ହିନ୍ଦୀ, ସ˚ସ୍କୃତ) ଓ ଦ୍ବିତୀୟ ସିଟି˚ରେ ସାଧାରଣ ବିଜ୍ଞାନ ପରୀକ୍ଷା ହେବ। ସେହିପରି ୩୦ ତାରିଖ ଦିନ ପ୍ରଥମ ସିଟି˚ରେ ପ୍ରଥମ ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ) ଓ ଦ୍ବିତୀୟ ସିଟି˚ରେ ଗଣିତ ପରୀକ୍ଷା ହେବ। ପରୀକ୍ଷା ସରିବା ପରେ ପ୍ରତିଦିନ ଦିନ ସାଢେ ୧ଟାବେଳେ ପରୀକ୍ଷା ଖାତା ନ୍ୟୁଟ୍ରାଲ ସ୍କୁଲ୍‌ରେ ଦାଖଲ ହେବ। ବୋର୍ଡ ପକ୍ଷରୁ ଏସ୍‌.ଏ.-୧ ପ୍ରଶ୍ନପତ୍ର ନୋଡାଲ ସେଣ୍ଟରକୁ ପଠାଯାଇଛି। ପରୀକ୍ଷା ପରିଚାଳନାରେ ଯଦି କୌଣସି ଅସୁବିଧା ହୁଏ, ସେଥିପାଇଁ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ କରାଯାଇଥିବା ବୋର୍ଡର ଉପ ସଭାପତି ଡକ୍ଟର ନିହାର ର˚ଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe